ଓଡିଶା

odisha

ETV Bharat / business

ବିନା ଗ୍ୟାରେଣ୍ଟିରେ ଋଣ ପାଇବାକୁ ବ୍ୟାଙ୍କରେ ଲାଗୁଛି ଏମଏସଏମଇ ଭିଡ - large number of msmes approaching banks

କୋରୋନାରେ ପ୍ରଭାବିତ କାରବାରକୁ ପୁଣି ସୁଧାରିବାକୁ ବିନା ଗ୍ୟାରେଣ୍ଟି ଋଣ ଯୋଜନା ପାଇଁ ବ୍ୟାଙ୍କ ପାଖରେ ବଡ ସଂଖ୍ୟା ପହଞ୍ଚୁଛନ୍ତି ଏମଏସଏମଇ । ଏ ନେଇ ଏକ ସର୍ଭେରେ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..

ବିନା ଗ୍ୟାରେଣ୍ଟିରେ ଋଣ ପାଇବାକୁ ବ୍ୟାଙ୍କରେ ଲାଗୁଛି ଏମଏସଏମଇ ଭିଡ
ବିନା ଗ୍ୟାରେଣ୍ଟିରେ ଋଣ ପାଇବାକୁ ବ୍ୟାଙ୍କରେ ଲାଗୁଛି ଏମଏସଏମଇ ଭିଡ

By

Published : Jul 13, 2020, 6:47 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ମହାମାରୀ ଯୋଗୁଁ ଉପୁଜିଥିବା ଚ୍ୟାଲେଞ୍ଜର ମୁକାବିଲା ପାଇଁ ପ୍ରସ୍ତୁତି କରୁଥି ସଙ୍କଟଗ୍ରସ୍ଥ ଏମଏସଏମଇ ସେକ୍ଟର । ଏଥିପାଇଁ ସରକାରଙ୍କ ଦ୍ବାରା ଘୋଷିତ ହୋଇଥିବା ବିନା ଗ୍ୟାରେଣ୍ଚିରେ ଋଣ ସ୍କିମର ଲାଭ ଉଠାଇବାକୁ ବ୍ୟାଙ୍କ ସହ ସମ୍ପର୍କ କରୁଛି ଏମଏସଏମଇ । ଏକ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

କେୟାର ରେଟିଂର ଏକ ସର୍ଭେକ୍ଷଣ ଅନୁସାରେ , ଯେଉଁ ୟୁନିଟଗୁଡିକୁ ସମ୍ପର୍କ କରାଯାଇଛି , ସେଥିମଧ୍ୟରୁ 70 ପ୍ରତିଶତ ବ୍ୟାଙ୍କ ପାଖରେ ପହଞ୍ଚିଛନ୍ତି । ଏଥିରୁ ଅଧିକାଂଶ ଏକ କୋଟି ଟଙ୍କାରୁ କମ ଋଣ ଉଠାଇବାକୁ ଚାହାନ୍ତି ।

ସର୍ଭେକ୍ଷଣରେ ଆଗକୁ ଜଣାପଡିଛି କି, ବ୍ୟାଙ୍କ ଏବେ ସୁଦ୍ଧା ଏକ-ତୃତୀୟାଂଶ ଆବେଦକଙ୍କୁ ଋଣ ମଞ୍ଜୁରୀ ଦେଇଛି । ଅଧିକାଂଶ ଋଣଗ୍ରହୀତାଙ୍କୁ ସୁଧ ହାର 8ରୁ 9 ପ୍ରତିଶତ ପଡୁଛି ।

ଏଜେନ୍ସି କହିଛି କି, ଏହି ସର୍ଭେକ୍ଷଣ ଜୁନ 23ରୁ ଜୁଲାଇ 7 ମଧ୍ୟରେ 2 ସପ୍ତାହରୁ ଅଧିକ ସମୟରେ କରାଯାଇଛି । ଏଥିରେ ବିଭିନ୍ନ କ୍ଷେତ୍ରର 345 ଏମଏସଏମଇ ୟୁନିଟକୁ ସାମିଲ କରାଯାଇଛି । ଏହି ୟୁନିଟ 25 କୋଟିରୁ 100 କୋଟି ଟଙ୍କା ପର୍ଯ୍ୟନ୍ତ ଟନଓଭର କରୁଛନ୍ତି ।

ସର୍ଭେକ୍ଷଣରୁ ଜଣାପଡିଛି କି, ଚାହିଦା ହ୍ରାସ, ନଗଦ ପ୍ରବାହ ସଙ୍କୁଚନ , ଅର୍ଥ, ଶ୍ରମ କମ, ଲଜିଷ୍ଟିକରେ ହ୍ରାସ ଓ ଲାଇବଟାଇଜ ବୃଦ୍ଧି ଲକଡାଉନ ଯୋଗୁଁ ଏମଏସଏମଇ ସାମ୍ନାରେ ବଡ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି ।

ସର୍ଭେରେ ସାମିଲ ୟୁନିଟଗୁଡିକୁ ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ 50 ପ୍ରତିଶତରୁ ଅଧିକ ରାଜସ୍ବ ହରାଇବାକୁ ପଡିଛି । ଏଥିସହ 60 ପ୍ରତିଶତ ଅଧିକ ନିଜ କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ ଅଛନ୍ତି । ତେବେ ସର୍ଭେକ୍ଷଣରେ ସାମିଲ ଲୋକଙ୍କ ମଧ୍ୟରୁ କେବଳ ଏକ-ଚତୁର୍ଥାଶଂ ନିଜ କର୍ମଚାରୀଙ୍କୁ ଛଟେଇ କରିଛନ୍ତି ।

ABOUT THE AUTHOR

...view details