ଓଡିଶା

odisha

ETV Bharat / business

ୱାର୍କ ଫ୍ରମ ହୋମ ଟ୍ରେଣ୍ଡ, ବଢୁଛି ଲାପଟପ ଚାହିଦା

ୱାର୍କ ଫ୍ରମ ହୋମ ଯୋଗୁଁ ଦେଶରେ ବଢୁଛି ଲାପଟପ ଚାହିଦା । ଖାସ କରି ଆଇଟି, ସଫ୍ଟୱେର କମ୍ପାନୀ ଏଥିପାଇଁ ଅଧିକ ଚେଷ୍ଟା କରୁଛନ୍ତି । ଫଳରେ ଦେଶରେ ଲାପଟପ ଚାହିଦା ବୃଢିବାରେ ଲାଗିଛି ।

By

Published : Mar 21, 2020, 1:54 PM IST

Laptop, IT accessories demand spikes in India amid coronavirus outbreak
ୱାର୍କ ଫ୍ରମ ହୋମ ଟ୍ରେଣ୍ଡ , ବଢୁଛି ଲାପଟପ ଚାହିଦା

ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ଦାଉରୁ କର୍ମଚାରୀଙ୍କୁ ବଞ୍ଚାଇବାକୁ ପ୍ରାୟ କମ୍ପାନୀ ସୋମନଙ୍କ ଲାଗି ୱାର୍କ ଫ୍ରମ ହୋମ ସୁବିଧା ଉପଲବ୍ଧ କରାଉଛନ୍ତି । ଖାସ କରି ଆଇଟି, ସପ୍ଟୱେର କମ୍ପାନୀ ଏଥିପାଇଁ ଅଧିକ ଚେଷ୍ଟା କରୁଛନ୍ତି । ଫଳରେ ଦେଶରେ ଲାପଟପ ଚାହିଦା ବୃଢିବାରେ ଲାଗିଛି ।

ତେବେ ଚାହିଦା ବଢୁଥିଲେ ବି ଯୋଗାଣ ହୋଇପାରୁନାହିଁ । ଲାପଟପ ପାଇଁ ଆବଶ୍ୟକୀୟ କଞ୍ଚାମାଲ ମିଳୁନଥିବାକୁ ନିର୍ମାତାଙ୍କୁ ସମସ୍ୟା ହେଉଥିବାକୁ ସେମାନେ ଗ୍ରାହକଙ୍କ ଅର୍ଡର ପୂରଣ କରିପାରୁନାହାନ୍ତି । ଆକଳନ ଅନୁଯାୟୀ, ଗତ ସାତ ଦିନ ମଧ୍ୟରେ ଭାରତରେ ଲାପଟପ ଚାହିଦା 40-45% ବୃଦ୍ଧି ପାଇଛି । ଏଥିସହ ଏହା ଆମେରିକା ଏବଂ ବିଶ୍ବର ଅନ୍ୟାନ୍ୟ ଭାଗରେ ମଧ୍ୟ ଟ୍ରେଣ୍ଡ କରୁଛି ।

ନିର୍ମାତାଙ୍କ ଅନୁଯାୟୀ, ବିଭିନ୍ନ ସେକ୍ଟର କମ୍ପାନୀଗୁଡିକ ଅଧିକା ଅର୍ଡର ଦେଉଛନ୍ତି | ତେବେ ସର୍ବାଧିକ ଚାହିଦା ବ୍ୟାଙ୍କଙ୍କ ରହିଥିଲା ବେଳେ ବିପିଓ, କଲ୍ ସେଣ୍ଟର, କନସଲଟାନ୍ସି, ଏନଜିଓ, କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ ଗୁଡିରକୁ ମଧ୍ୟ ବିପୁଳ ଅର୍ଡର ଆସୁଛି । ସେହିଭଳି ମନିଟର ଏବଂ ଆଇଟି ଉପକରଣଗୁଡିକର ଚାହିଦା ବୃଦ୍ଧି ପାଇଛି |

ଲେନୋଭୋ ଇଣ୍ଡିଆ ଏମଡି ରାହୁଲ ଅଗ୍ରୱାଲ କହିଛନ୍ତି ଯେ, ୱାର୍କ ଫ୍ରମ ହୋମ ନିର୍ଦ୍ଦେଶ ପୂର୍ବରୁ କେତେକ କମ୍ପାନୀ ଆଗୁଆ ଲାପଟପ କିଣି ସାରିଛନ୍ତି। ତେବେ ଏଭଳି ସ୍ଥିତି ଷ୍ଟୋର ବନ୍ଦ ହେତୁ ଖାଉଟି ବିକ୍ରି ପ୍ରଭାବିତ ହେଉଛି । ହେଲେ ବାଣିଜ୍ୟିକ ବିକ୍ରି ବହୁ ଅଧିକ ବୃଦ୍ଧି ପାଇବ । ତେବେ ଏହାର ଯୋଗାଣ ଏବେ ଏକ ଚ୍ୟାଲେଞ୍ଜ ହୋଇଛି ।

ମାର୍କେଟ ଟ୍ରାକର୍ ଆଇଡିସି ଇଣ୍ଡିଆର ଗବେଷଣା ନିର୍ଦ୍ଦେଶକ ନବକେନ୍ଦ୍ର ସିଂ କହିଛନ୍ତି ଯେ, ଯେତେବେଳେ ସମସ୍ତ ବର୍ଗ ଚାହିଦା ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛନ୍ତି ସେହି ସମୟରେ ଭାରତରେ ଲାପଟପ ଯୋଗାଣ ଚ୍ୟାଲେଞ୍ଜ ଭଳି ବଡ ସମସ୍ୟାର ସମ୍ମୁଖୀନ ହେଉଛି । କିଛି କମ୍ପାନୀ 8,000ରୁ 10,000 ଲାପଟପ ଅର୍ଡର ଦେଇଛନ୍ତି । ଏପରିକି ମନିଟର, ରାଉଟର ଚାହିଦା ବହୁତ ଅଛି |

ABOUT THE AUTHOR

...view details