ଓଡିଶା

odisha

ETV Bharat / business

ରୋଜଗାର ହ୍ରାସ ହେଉଛି ଜାତୀୟ ବିପଦ: ରାହୁଲ - National Disaster

ଘନଉଛି ନିଯୁକ୍ତି ହ୍ରାସ ଭଳି ଜାତୀୟ ବିପଦ । ଏପଟେ ସରକାର କେବଳ ଫମ୍ପା ପ୍ରତିଶୃତି ଦେଉଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ..

ରୋଜଗାର ହ୍ରାସ ହେଉଛି ଜାତୀୟ ବିପଦ : ରାହୁଲ
ରୋଜଗାର ହ୍ରାସ ହେଉଛି ଜାତୀୟ ବିପଦ : ରାହୁଲ

By

Published : Nov 5, 2020, 7:16 PM IST

ନୂଆଦିଲ୍ଲୀ: ଦେଶରେ ରୋଜଗାର ହ୍ରାସ ଜାତୀୟ ବିପଦ ହୋଇସାରିଲାଣି । ହେଲେ କେନ୍ଦ୍ର ସରକାର କେବଳ ଫମ୍ପା ପ୍ରତିଶ୍ରୁତି ଦେଉଛନ୍ତି । ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରି ଅଭିଯୋଗ କରିଛନ୍ତି ।

ଏକ ଖବରକୁ ଦର୍ଶାଇ ସେ ଟ୍ବିଟ କରି କହିଛନ୍ତି, ‘‘ନିଯୁକ୍ତି ହ୍ରାସ ଏବେ ଏଭଳି ଏକ ଜାତୀୟ ବିପଦ ହୋଇଛି , ଯାହା ବଢିଚାଲିଛି । ମୋଦି ସରକାର କେବଳ ମିଥ୍ୟା ଫମ୍ପା ପ୍ରତିଶୃତି ଦେବା ଜାଣନ୍ତି । ସମାଧାନ କରିବା ନୁହେଁ ।’

ତେବେ କଂଗ୍ରେସ ନେତା ଯେଉଁ ଖବର ସେୟାର କରିଥିଲେ , ସେଥିରେ କୁହାଯାଇଛି ଯେ, ସେପ୍ଟେମ୍ବର ମାସ ତୁଳନାରେ ଅକ୍ଟୋବର ମାସରେ ରୋଜଗାର ଅବସରରେ ପ୍ରାୟ 60 ପ୍ରତିଶତ ହ୍ରାସ ହୋଇଛି ।

ଏହା ପୂର୍ବରୁ ମଧ୍ୟ ରାହୁଲ ଗାନ୍ଧୀ ନିଯୁକ୍ତି ହ୍ରାସ , ବେକାରୀ ସମସ୍ୟାକୁ ନେଇ ବହୁତ ଥର ସ୍ବର ଉଠାଇବା ସହ ସରକାରଙ୍କୁ ସମାଲୋଚନା କରିଥିଲେ ।

ABOUT THE AUTHOR

...view details