ଓଡିଶା

odisha

ETV Bharat / business

ରାଜ୍ୟ ଓ ୟୁଟିକୁ କେନ୍ଦ୍ରର ନିର୍ଦ୍ଦେଶ, ନିର୍ମାଣ ଶ୍ରମିକଙ୍କୁ ପଠାଅ ଟଙ୍କା - Labour Minister directs state govts

କୋରୋନା ମହାମାରୀ ମୁକାବିଲା ପାଇଁ 21 ଦିନର ଲକଡାଉନ ଘୋଷଣା । ଏପରି ସ୍ଥିତିରେ ହାତ ବାନ୍ଧି ବସିଥିବା ନିର୍ମାଣ ଶ୍ରମିକଙ୍କ ଭରଣପୋଷଣ ପାଇଁ ଟଙ୍କା ଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଶ୍ରମ ମନ୍ତ୍ରୀ ।

Labour Minister directs state govts, UTs to transfer funds to 3.5 cr construction workers
ରାଜ୍ୟ ଓ ୟୁଟିକୁ କେନ୍ଦ୍ରର ନିର୍ଦ୍ଦେଶ, ନିର୍ମାଣ ଶ୍ରମିକଙ୍କୁ ପଠାଅ ଟଙ୍କା

By

Published : Mar 25, 2020, 12:03 PM IST

ନୂଆଦିଲ୍ଲୀ: କୋରୋନା ଭାଇରସ ସଂକ୍ରମଣ ରୋକିବାକୁ ଦେଶକୁ 21 ଦିନ ଲକଡାଉନ କରାଯାଇଛି । ଏଭଳି ସ୍ଥିତିରେ ସମସ୍ତ ନିର୍ମାଣ କାମ ବନ୍ଦ ରହିଛି । ଫଳରେ ମଜୁରିଆ, ଶ୍ରମିକ ଶ୍ରେଣୀର ପେଟପାଟଣା ଗଭୀର ଭାବେ ପ୍ରଭାବିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

3.5 କୋଟି ନିର୍ମାଣ ଶ୍ରମିକଙ୍କୁ ଅର୍ଥ ହସ୍ତାନ୍ତର ପାଇଁ ମଙ୍ଗଳବାର କେନ୍ଦ୍ର ଶ୍ରମ ମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । " ବିଲ୍ଡିଂ ଏବଂ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଅଧିନିୟମ 1996 ଧାରା 60 ଅନୁଯାୟୀ, କେନ୍ଦ୍ର ସରକାର, ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ପରାମର୍ଶ ଦେଇଛନ୍ତି କି, ଧାରା 22 (1) (h) ଅଧିନରେ ଏକ ଯୋଜନା ପ୍ରସ୍ତୁତ କରି ନିର୍ମାଣ ଶ୍ରମିକଙ୍କ ବ୍ୟାଙ୍କ ଆକାଉଣ୍ଟରେ ପର୍ଯ୍ୟାପ୍ତ ଅର୍ଥ ସ୍ଥାନାନ୍ତର କରନ୍ତୁ । ଶ୍ରମ କଲ୍ୟାଣ ବୋର୍ଡ ଦ୍ବାରା ସଂଗୃହିତ ସେସ ପାଣ୍ଠିରୁ ସିଧାସଳଖ ଲାଭ ସ୍ଥାନାନ୍ତର (DBT ମୋଡ୍) ମାଧ୍ୟମରେ ଏହି ଟଙ୍କା ପ୍ରଦାନ ହେବ ।

ନିର୍ଦ୍ଦେଶନାମାରେ ଦର୍ଶାଯାଇଛି ଯେ, ବର୍ତ୍ତମାନ ସେସ ଫଣ୍ଡରେ 52,000 କୋଟି ଟଙ୍କା ରହିଛି । ତେବେ ଶ୍ରମିକଙ୍କୁ କେତେ ଟଙ୍କା ଦିଆଯିବ ତାହା ସମ୍ପୃକ୍ତ ରାଜ୍ୟ ସରକାର ନିର୍ଣ୍ଣୟ କରିବେ ।

ABOUT THE AUTHOR

...view details