ଓଡିଶା

odisha

ନିଯୁକ୍ତି ହ୍ରାସକୁ ଖଣ୍ଡନ କଲେ ଗଙ୍ଗୱାର

ନିମ୍ନ ସଦନରେ ବେକାରୀ ଝଡ । ବିରୋଧୀଙ୍କ କଡା ପ୍ରଶ୍ନର ସ୍ପଷ୍ଟୀକରଣ ଦେଲେ ଶାସକ ଦଳ ମନ୍ତ୍ରୀ । ଦେଶରେ ରୋଜଗାର ସୃଷ୍ଟି ପାଇଁ ମୋଦି ସରକାର ବୃହତ ପଦକ୍ଷେପ ନେଇଛନ୍ତି । ଯେଉଁଥିପାଇଁ ନିଯୁକ୍ତି ବଢିଛି । ଏଥିସହ ଦୁନିଆର ଟପ 5 ଷ୍ଟାର୍ଟଅପରେ ଭାରତ ରହିଛି ।

By

Published : Dec 9, 2019, 7:50 PM IST

Published : Dec 9, 2019, 7:50 PM IST

labor minister dismissed the lack of employment
ନିଯୁକ୍ତି ହ୍ରାସକୁ ଖଣ୍ଡନ କଲେ ଗଙ୍ଗୱାର

ନୂଆଦିଲ୍ଲୀ: ଦେଶରେ ନିଯୁକ୍ତି କମିଛି । ବହୁ ଲୋକ ରୋଜଗାର ହରାଇଛନ୍ତି । ଲୋକସଭାରେ ବିରୋଧୀଙ୍କ ଏହି ଦାବିକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ଶ୍ରମମନ୍ତ୍ରୀ ସନ୍ତୋଷ ଗଙ୍ଗୱାର । ରୋଜଗାର ହ୍ରାସ ନେଇ ଏପରି କୌଣସି କାରଣ ନଜର ଆସିନାହିଁ ବୋଲି ଦୃଢୋକ୍ତି ଦେଇଛନ୍ତି ଗଙ୍ଗୱାର ।

ନିମ୍ନ ସଦନରେ ବେକାରୀ ଝଡ


ଗୃହରେ ପ୍ରଶ୍ନକାଳ ସମୟରେ ଗୁମାନ ସିଂହ , ଶଶୀ ଥରୁର ଓ ଅନ୍ୟ କିଛି ସଦସ୍ୟଙ୍କ ପ୍ରଶ୍ନର ଉତ୍ତରରେ ଗଙ୍ଗୱାର କହିଛନ୍ତି ଯେ, ‘ନରେନ୍ଦ୍ର ମୋଦି ସରକାର ରୋଜଗାର ସୃଷ୍ଟି ପାଇଁ ପାଇଁ ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିସହ ଏହାର ସକରାତ୍ମକ ପରିଣାମ ମଧ୍ୟ ସ୍ପଷ୍ଟ ଦେଖିବାକୁ ମିଳିଛି । ଏଣୁ ରୋଜଗାର କମିବା ନେଇ କୌଣସି କାରଣ ନାହିଁ ।’

ମୁଦ୍ରା ଯୋଜନା ଅଧିନରେ ଋଣ ରୂପରେ 21 କୋଟି ଆକାଉଣ୍ଟକୁ 10 ଲକ୍ଷ କୋଟି ଟଙ୍କା ଦିଆଯାଇଛି । ଏହି ଲାଭାର୍ଥୀଙ୍କ ମଧ୍ୟରେ 60 ପ୍ରତିଶତ ମହିଳା ରହିଛନ୍ତି । ଶ୍ରମିକଙ୍କ ହିତର ସୁରକ୍ଷା ପାଇଁ ପଦକ୍ଷେପ ମଧ୍ୟ ଉଠାଯାଉଛି । ଏହା ବ୍ୟତୀତ ରାଜ୍ୟରେ ରୋଜଗାର ଏକ୍ସଚେଞ୍ଜ ମଧ୍ୟ ସମ୍ପୁର୍ଣ୍ଣ ଭାବେ ସଠିକ ଢଙ୍ଗରେ କାମ କରୁଛି । ଏହାକୁ ନେଇ ପ୍ରୟାସ ଚାଲିଛି ବୋଲି ଗଙ୍ଗୱାର ନିଜ ବିବୃତ୍ତିରେ କହିଛନ୍ତି ।

ଏହା ପୂର୍ବରୁ ଅନ୍ୟମାନଙ୍କ ପ୍ରଶ୍ନରେ କଂଗ୍ରେସର ମନୀଷ ତିୱାରୀ କହିଛନ୍ତି ଯେ, ‘ ଦେଶରେ ବେରୋଜଗାରୀ 45 ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି ।’ ଏହାର ଉତ୍ତରରେ ରାଷ୍ଟ୍ର ଅର୍ଥମନ୍ତ୍ରୀ ଅନୁରାଗ ଠାକୁର ସଫେଇ ଦେଇଛନ୍ତି ଯେ ‘ ନରେନ୍ଦ୍ର ମୋଦି ସରକାରଙ୍କ ପ୍ରୟାସର ଫଳାଫଳ ଆଜି ଭାରତ ଷ୍ଟାର୍ଟଅପ କ୍ଷେତ୍ରରେ ଦୁନିଆର ଟପ 5 ଦେଶ ମଧ୍ୟରେ ସ୍ଥାନ ପାଇଛି ।

ABOUT THE AUTHOR

...view details