ଓଡିଶା

odisha

ETV Bharat / business

ଏବେ ଅନଲାଇନରେ କିଣନ୍ତୁ ମନପସନ୍ଦର ଖଦି ମାସ୍କ - ଅନଲାଇନରେ ଖଦି ମାସ୍କ

ଖଦି ମାସ୍କର ଅନଲାଇନ ବିକ୍ରି ଆରମ୍ଭ ହୋଇଯାଇଛି । ଏହା ଲୋକଙ୍କୁ ଅସଲି ଖଦି ମାସ୍କ କିଣିବାରେ ସାହାଯ୍ୟ କରିବ । ଅଧିକ ପଢନ୍ତୁ..

ଏବେ ଅନଲାଇନରେ କିଣନ୍ତୁ ମନପସନ୍ଦର  ଖଦି ମାସ୍କ
ଏବେ ଅନଲାଇନରେ କିଣନ୍ତୁ ମନପସନ୍ଦର ଖଦି ମାସ୍କ

By

Published : Jul 9, 2020, 2:08 PM IST

ନୂଆଦିଲ୍ଲୀ: ଏଣିକି ଅନଲାଇନରେ କିଣିପାରିବେ ଖଦି ମାସ୍କ । ଖଦି ଓ ଗ୍ରାମୀଣ ଉଦ୍ୟୋଗ ଆୟାଗ (KVIC) ବୁଧବାର କହିଛି କି ଖଦିରେ ତିଆରି ମାକ୍ସ ବିକ୍ରି ପାଇଁ ଅନଲାଇନରେ ଉପଲବ୍ଧ ହୋଇଛି । ଖଦି ସୂତା(କଟନ)ରେ ତିଆରି ମାସ୍କ ଦାମ 30 ଟଙ୍କା ରହିଥିଲା ବେଳେ ରେଶମ (ସିଲ୍କ) ମାସ୍କ ଦାମ 100 ଟଙ୍କା ରହିଛି ।

ଆୟୋଗ ଏକ ସରକାରୀ ପ୍ରକାଶନରେ କହିଛି ଯେ, ଏହି ମାସ୍କଗୁଡ଼ିକ ଦେଶର ଦୂରତମ ( remotest) ଅଞ୍ଚଳର ଲୋକଙ୍କୁ ଉପକୃତ କରିବ। ବିଶେଷ କରି ଯେଉଁମାନେ କୋଭିଡ -19 ସଙ୍କଟ ଏବଂ ପ୍ରତିବନ୍ଧକ ଯୋଗୁଁ ଘରୁ ବାହାରକୁ ଯାଇପାରିବେ ନାହିଁ କିମ୍ବା ଖଦି ଇଣ୍ଡିଆର ଷ୍ଟୋର ଯାଇପାରିବେ ନାହିଁ।

ବିବୃତ୍ତିରେ କୁହାଯାଇଛି କି, ଅନଲାଇ ମାସ୍କ କ୍ରୟ ପାଇଁ ଗ୍ରାହାକଙ୍କୁ ସର୍ବନିମ୍ନ 500 ଟଙ୍କାର ଅର୍ଡର ଦେବାକୁ ହେବ । ଗ୍ରାହକ ଖଦିର 4 ପ୍ରକାର ମାସ୍କ ମଧ୍ୟରୁ ନିଜ ପସନ୍ଦର ମାସ୍କ ଚୟନ କରିପାରିବେ । ଏଥିରେ କଳା ପାଇପିଙ୍ଗ ସହ କଟନ ମାସ୍କ , ଧଳା କଟନ ମାସ୍କ ଓ ତ୍ରିରଙ୍ଗା ପାଇପାଙ୍ଗ, ସିଲ୍କ ମାସ୍କ , ଗାଢା ରଙ୍ଗର , ବିଭିନ୍ନ ରଙ୍ଗର ପ୍ରିଣ୍ଟେଟ ସିଲ୍କ ମାସ୍କ ଆଦି ରହିଛି ।

ଆୟୋଗର ଚେୟାରମ୍ୟାନ ବିନୟ କୁମାର ସକ୍ସେନା କହିଛନ୍ତି କି, ଖଦି ମାସ୍କର ଅନଲାଇନ ବିକ୍ରି ଆରମ୍ଭ ହୋଇଯାଇଛି । ଏହା ଲୋକଙ୍କୁ ଅସଲି ଖଦି ମାସ୍କ କିଣିବାରେ ସାହାଯ୍ୟ କରିବ ।

ଖଦି ଇଣ୍ଡିଆ କହିଛି କି, କ୍ରୟର 5 ଦିନ ମଧ୍ୟରେ ଗ୍ରାହକଙ୍କୁ ମାସ୍କର ଡେଲିଭରି ହୋଇଯିବ ।

ABOUT THE AUTHOR

...view details