ନୂଆଦିଲ୍ଲୀ: ସୋମବାର ଘରୋଇ କ୍ଷେତ୍ରର କୋଟାକ ମହିନ୍ଦ୍ରା ବ୍ୟାଙ୍କ ସଞ୍ଚୟ ଆକାଉଣ୍ଟରେ ସୁଧକୁ 0.50 ପ୍ରତିଶତ ହ୍ରାସ କରିଛି । ଏହା ପୂର୍ବରୁ ବ୍ୟାଙ୍କ ଗତ ମାସର ଜମା ଉପରେ ମିଳିବାକୁ ଥିବା ସୁଧକୁ ଦୁଇ ଥର କମାଇଛି ।
ବ୍ୟାଙ୍କ ଏକ ବିବୃତ୍ତିରେ କହିଛି କି, ଦୈନିକ 1 ଲକ୍ଷରୁ ଊର୍ଦ୍ଧ୍ବ ଜମା ରାଶି ଉପରେ ସୁଧ 4 ପ୍ରତିଶତ ମିଳିବ । ଯାହାକି ପୂର୍ବରୁ 4.50 ପ୍ରତିଶତ ଥିଲା । ସେହିପରି ତା ଠାରୁ କମ ଜମା ଉପରେ ସୁଧ 3.50 ପ୍ରତିଶତ ରହିଛି ।