ନୂଆଦିଲ୍ଲୀ: ଋଣ କିସ୍ତି ସ୍ଥଗିତ ଅବଧିର ସୁଧ ଛାଡକୁ ବିରୋଧ କରିଛନ୍ତି ସିଆଇଆଇ ସଭାପତି ଉଦୟ କୋଟାକ । ଗୁରୁବାର ଏନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ନିଜ ମତ ପ୍ରକାଶ କରିଛନ୍ତି କୋଟାକ ।
କୋଟକ କହିଛନ୍ତି ଯେ, ଯଦି ସୁଧ ଛାଡ ହୁଏ ତେବେ ଏଭଳି ଏକ ଅସମାନତା ସ୍ଥିତି ଉପୁଜିବ, ଯେଉଁଥିରେ ବ୍ୟାଙ୍କ ଜମା ରାଶି ଉପରେ ଜମାକର୍ତ୍ତାଙ୍କୁ ସୁଧ ଦେବେ ହେଲେ ଋଣ ବାବବଦରେ ବ୍ୟାଙ୍କକୁ ସୁଧ ମିଳିବ ନାହିଁ ।
ସିଆଇଆଇର ସଭାପତି ଦାୟିତ୍ବ ଗ୍ରହଣ ପରେ ସାମ୍ବାଦିକ ସମ୍ମିଳନୀରେ ଉଦୟ ଏନେଇ କହିଛନ୍ତି । ଏହି ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏହାର ଆଗାମୀ ଶୁଣାଣି ଜୁନ 12ର ହେବ ।
କୋଟାକ ସ୍ପଷ୍ଟ କରିଛନ୍ତି କି, ‘‘ଜମାକର୍ତ୍ତା ଓ ଋଣଗ୍ରହୀତାଙ୍କ ମଧ୍ୟରେ ମଧ୍ୟସ୍ଥି ହେଉଛି ବ୍ୟାଙ୍କ । ଏଣୁ ଆମେ (ବ୍ୟାଙ୍କ) ଏଭଳି ଏକତରଫା ବ୍ୟବସ୍ଥା ନ କରିବା ଭଲ ,ଯେଉଁଠି ଋଣଗ୍ରହୀତାଙ୍କୁ ସୁଧ ଛାଡ କରାଯାଉଥିବା ବେଳେ ଜମାକର୍ତ୍ତାଙ୍କ ମୂଳଧନ ଉପରେ ସୁଧ ଦିଆଯିବ ।
ଋଣ ପାଇଁ ସୁଧରେ ରିଲିଫ ମାଗୁଥିବା ଗ୍ରାହକଙ୍କୁ ଜମାକର୍ତ୍ତାଙ୍କ ସ୍ବାର୍ଥ ପ୍ରତି ମଧ୍ୟ ଧ୍ୟାନ ଦିଆଯିବା ଦରକାର ବୋଲି କୋଟାକ କହିଛନ୍ତି ।
ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଋଣଗ୍ରହୀତାଙ୍କୁ ରିଲିଫ ଦେବା ପାଇଁ ଆରବିଆଇ 6 ମାସର ଇଏମଆଇ ସ୍ଥଗିତ କରିଛନ୍ତି । ଯାହାକି ଅଗଷ୍ଟ 31ରେ ଶେଷ ହେବ । ଏହା ପରେ ପୁଣି ଗ୍ରାହକ ଋଣ ପରିଶୋଧ କରିବେ । ତେବେ ପରେ ଇଏମଆଇ ପରିଶୋଧ ସମୟରେ ଏହି 6 ମାସର ସୁଧ ଛାଡ ନେଇ ତେଜିଛି ବିବାଦ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି ।