ଭୁବନେଶ୍ବର: ଆହୁରି ମଜବୁତ ହେବ ରାଜ୍ୟ ଅର୍ଥନୀତି । ବଢିବ ନିବେଶ । ସବୁ ସେକ୍ଟରରେ ସୃଷ୍ଟି ହେବ ନିଯୁକ୍ତିର ସୁଯୋଗ । କାରଣ ଓଡିଶାରେ ପୁଞ୍ଜି ଲଗାଇବାକୁ ପ୍ରସ୍ତୁତ ଦକ୍ଷିଣ କୋରିଆ । କୃଷି, ମତ୍ସ୍ୟ ସମ୍ପଦ, ହଟି କଲଚର, ସେବା, ବିନିର୍ମାଣ ଆଦି ପ୍ରତିଟି କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ଦେଖାଇଛି ବହୁ ନାମୀଦାମୀ କୋରିଆନ କମ୍ପାନୀ । ଏ ନେଇ ସୋମବାର କୋରିଆର 46 ଜଣ ପ୍ରତିନିଧି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି ।
H.E.shin bong kil ଙ୍କ ନେତୃତ୍ବରେ ପୁରା ଟିମ ବିଭିନ୍ନ ସେକ୍ଟରରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଚର୍ଚ୍ଚା ବିର୍ମଷ କରାଯାଇଛି । ଏହି ବୈଠକରେ ରାଜ୍ୟର ମୁଖ୍ୟମନ୍ତ୍ରୀ ସମେତ ଶିଳ୍ପ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଏବଂ ଶିଳ୍ପ ସଚିବ ଉପସ୍ଥିତ ଥିଲେ ।