ଓଡିଶା

odisha

ETV Bharat / business

ଆଣ୍ଡ୍ରଏଡ୍ ଟିଭି ଉତ୍ପାଦନ ଲକ୍ଷ୍ୟରେ କୋଡାକ, ନିବେଶ କରିବ 500 କୋଟି - Kodak TV India new plant in UP

ଉତ୍ତରପ୍ରଦେଶର ହାପୁଡର ନୂଆ ପ୍ଲାଣ୍ଟରେ 500 କୋଟି ନିବେଶ କରିବ କୋଡାକ ଟିଭି । ଏନେଇ କମ୍ପାନୀ ପକ୍ଷରୁ ପ୍ରସ୍ତୁତି ଜୋରଦାର ଚାଲିଛି । ଅଧିକ ପଢନ୍ତୁ..

Kodak TV India to invest Rs 500 cr for new plant in UP over next 3 years
Kodak TV India to invest Rs 500 cr for new plant in UP over next 3 years

By

Published : Aug 5, 2020, 1:32 PM IST

ନୂଆଦିଲ୍ଲୀ: କୋଡାକ ଟିଭି ଇଣ୍ଡିଆ ଉତ୍ତରପ୍ରଦେଶର ହାପୁଡରେ ଟିଭି ମ୍ୟାନୁଫେକ୍ଚରିଂ ପ୍ଲାଣ୍ଟ ସ୍ଥାପନ ପାଇଁ ଆସନ୍ତା 3 ବର୍ଷରେ 500 କୋଟିରୁ ଅଧିକ ଟଙ୍କା ନିବେଶ କରିବ । କମ୍ପାନୀ ମଙ୍ଗଳବାର ଏନେଇ ଘୋଷଣା କରିଛି ।

ଆଣ୍ଡ୍ରଏଡ୍ ଟିଭି ଉତ୍ପାଦଗୁଡିକର ବିକାଶ ଏବଂ ପରୀକ୍ଷଣ ପାଇଁ ଏହି ନୂଆ ପ୍ଲାଣ୍ଟ ବ୍ୟବହାର କରାଯିବ । ଯାହା ଫଳରେ ଅନ୍ୟ ଦେଶ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ବୋଲି ଏକ କମ୍ପାନୀ ବିବୃତ୍ତିରେ କୁହାଯାଇଛି।

କୋଡାକ ଟିଭିର ଭାରତରେ ବ୍ରାଣ୍ଡ ଲାଇସେନ୍ସ ଧାରୀ କମ୍ପାନୀ ସୁପର ପ୍ଲାଷ୍ଟ୍ରୋନିକ୍ସ (Super Plastronics)ପ୍ରାଇଭେଟ ଲିମିଟେଡ ଏକ ବିବୃତ୍ତିରେ କହିଛି କି ପ୍ଲାଣ୍ଟର ପ୍ରଥମ ପର୍ଯ୍ୟାୟ 2021 ଶେଷ ସୁଦ୍ଧା ଚାଲୁ ହେବ ।

ସୁପର ପ୍ଲାଷ୍ଟ୍ରୋନିକ୍ସ ପ୍ରାଇଭେଟ ଲିମିଟେଡର ସିଇଓ ଅଭନିତ ସିଂହ ମରୱା କହିଛନ୍ତି କି, ବର୍ତ୍ତମାନ ସମୟରେ ଭାରତୀୟ ଟିଭି ଶିଳ୍ପ ଅଧିକାଂଶ କଞ୍ଚାମାଲ ଆମଦାନୀ କରିଥାଏ । ଏହାର ମୂଲ୍ୟ ଯୋଗ (value addition ) ମାତ୍ର 10 ରୁ 12 ପ୍ରତିଶତ ରହିଥାଏ । ହେଲେ ଏହି ପୁଞ୍ଜି ବିନିଯୋଗ ସହିତ କୋଡାକ HD ଏଲଇଡି ଟିଭି ମୂଲ୍ୟ ଯୋଗକୁ 50-60 ପ୍ରତିଶତକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।

ତେବେ ପୁଞ୍ଜି ନିବେଶ ପରେ ଆମେ 2021-22 ସୁଦ୍ଧା କୋଡାକ ସ୍ମାର୍ଟ ଟିଭିର ବଜାର ଅଂଶକୁ 10 ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛୁ ବୋଲି ସିଂହ କହିଛନ୍ତି । ଏହି ପ୍ଲାଣ୍ଟରେ 2000 ରୁ ଅଧିକ ନିଯୁକ୍ତି ସୃଷ୍ଟି ହେବ ବୋଲି ସେ କହିଛନ୍ତି ।

ABOUT THE AUTHOR

...view details