ହାଇଦ୍ରାବାଦ: ଦୁନିଆର ସର୍ବବୃହତ୍ତ ସ୍ମାର୍ଟଫୋନ ମାର୍କେଟ ଭିତରୁ ଭାରତ ଗୋଟିଏ । ଭାରତୀୟ ସ୍ମାର୍ଟଫୋନ କିଣିବା ସହ ଏହାର ଆସେସରିଜ(ସାମଗ୍ରୀ) ଉପରେ ମଧ୍ୟ ଜମେଇକି ଖର୍ଚ୍ଚ କରେ । ତେବେ ଏତେ ଖର୍ଚ୍ଚ ପରେ କଣ ଆପଣଙ୍କ ଫୋନ ସୁରକ୍ଷିତ କି ?
ଏହି ସାମଗ୍ରୀ ଭିତରେ ମୋବାଇଲ କଭର, ହେଡଫୋନ, ପାୱାର ବ୍ୟାଙ୍କ, ସ୍କ୍ରିନ ଗାର୍ଡ ଆଦି ସାମିଲ ରହିଛି । ଦାମୀ ମୋବାଇଲର ବ୍ୟବହାର ଅଧିକା ବ୍ୟୟବହୁଳ ମଧ୍ୟ ରହିଥାଏ । ଆଉ ଏହାର ସୁରକ୍ଷା ପାଇଁ ବହୁତ ଇକମର୍ସ କମ୍ପାନୀ ବହୁତ କମ ଦାମରେ ବୀମା ପଲିସି ଦେଉଛନ୍ତି । ଯାହାକୁ ମୋବାଇଲ ଚୋରୀ, ହଜେଇବା, ସ୍କ୍ରିନ କାର୍ଡ ଡ୍ୟାମେଜ, ପାଣିରେ ନଷ୍ଟ ଆଦି କାରଣରୁ ହୋଇଥିବା କ୍ଷତିର ଭରଣରେ ଦିଆଯାଏ ।
ତେବେ ଏହା ବ୍ୟତୀତ ଏପରି ପଲିସି ରହିଛି, ଯାହା ଆପଣଙ୍କ ମୋବାଇଲ ସ୍ମାର୍ଟଫୋନ ପାଇଁ ମହତ୍ବପୂର୍ଣ୍ଣ । ଆସନ୍ତୁ ଜାଣିବା ଏପରି କିଛି ପଲିସି ବିଷୟରେ....
ଆକ୍ସିଡେଣ୍ଟ ୱାରେଣ୍ଟି ପଲିସି
ଅଧିକଭାବେ ମ୍ୟାନୁଫ୍ୟାକ୍ଚରିଙ୍ଗ ମୋବାଇଲ ସହ ବର୍ଷେର ୱାରେଣ୍ଟି ରହିଥାଏ । ଏଥିସହ ଆକ୍ସିଡେଣ୍ଟ ପଲିସି ନେବା ପରେ ଏହାର ଅବଧି 3 ବର୍ଷକୁ ବୃଦ୍ଧି ହୁଏ । ବର୍ଷେ ପରେ ଯଦି ୱାରେଣ୍ଟି ସହ ଜଡିତ ସମସ୍ୟା ଉପୁଜିଲେ ଏହା ଅଧିକ ସହଯୋଗ କରିଥାଏ ।