ନୂଆଦିଲ୍ଲୀ: କୋରୋନା କଟକଣାରେ ପ୍ରଭାବିତ ଅର୍ଥନୀତିକୁ ବୁଷ୍ଟର ଓ ସାଧାରଣ ଲୋକଙ୍କୁ ଆଶ୍ବସ୍ତି ଦେବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ଆରବିଆଇ ଗଭର୍ଣ୍ଣର ବ୍ୟାଙ୍କର ଋଣ କ୍ଷମତା ବୃଦ୍ଧି ଓ ଗ୍ରାହକଙ୍କୁ ଆର୍ଥିକ ସଙ୍କଟ ମଧ୍ୟରେ ଇମଏଆଇ ଟେନସନରୁ ମୁକ୍ତି ଦେବାକୁ ଘୋଷଣା କରିଛନ୍ତି ।
ଜାଣନ୍ତୁ, ଆରବିଆଇ ଗଭର୍ଣ୍ଣରଙ୍କ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟାଂଶ - ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତଙ୍କ ଘୋଷଣା
ଅର୍ଥନୀତିକୁ ବୁଷ୍ଟର ବ୍ୟାଙ୍କକୁ ବଳ ଜନତାଙ୍କୁ ଆର୍ଥିକ ସଙ୍କଟରୁ ମୁକ୍ତି ଦେବାକୁ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର । ପଢନ୍ତୁ ଏହି ସମ୍ମିଳନୀର ମୁଖ୍ୟାଂଶ ..
ଜାଣନ୍ତୁ, ଆରବିଆଇ ଗଭର୍ଣ୍ଣଙ୍କ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟାଂଶ
ପଢନ୍ତୁ ମୁଖ୍ୟାଂଶ , ଯାହା ଆପଣଙ୍କୁ କରିପାରେ ପ୍ରଭାବିତ
- ଋଣ ଗ୍ରହୀତାଙ୍କୁ ଆଶ୍ବସ୍ତି । ଆହୁରି 3 ମାସ ଇଏମଇ ପରିଶୋଧ ଟେନସନରୁ ମିଳିବ ମୁକ୍ତି । ଅର୍ଥାତ 2020 ଅଗଷ୍ଟ 31 ଯାଏଁ ବ୍ୟାଙ୍କ ଆପଣଙ୍କ ଉପରେ ଋଣ ଟଙ୍କା ନେଇ ଚାପ ପକାଇପାରିବ ନାହିଁ ।
- ଶସ୍ତା ହେଲା ସୁଧ ହାର । ରେପୋରେଟ ଦର 40 ବେସିସ ପଏଣ୍ଟ ହ୍ରାସ ପାଇ 4 ପ୍ରତିଶତରେ ପହଞ୍ଚିଛି । ଫଳରେ ବ୍ୟାଙ୍କ ଋଣ କ୍ଷମତା ବୃଦ୍ଧି ପାଇବା ସହ ଗ୍ରାହକ କମ ସୁଧରେ ଅଧିକ ଲୋନ ପାଇପାରିବେ ।
- SIDBIକୁ ଟଙ୍କାର ବ୍ୟବହାର ପାଇଁ ମିଳିବ ଅଧିକ ସମୟ । ଆରବିଆଇ 90 ଦିନ ପାଇଁ SIDBI କୁ 15,000 କୋଟି ଟଙ୍କା ରିଫାଇନାନ୍ସ ସୁବିଧା ପ୍ରଦାନ କରିବ।
- ଆରବିଆଇ ରପ୍ତାନି ଋଣ (Export credit) ଅବଧି ଏକ ବର୍ଷରୁ 15 ମାସକୁ ବୃଦ୍ଧି କରିଛି।
- EXIM Bankଙ୍କୁ 15 ହଜାର କୋଟି ଟଙ୍କା ଋଣ ଦିଆଯିବ ।
- ଚଳିତ ଆର୍ଥିକ ବର୍ଷ ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି) ନେଗେଟିଭ ରହିପାରେ ।
- ବଢିପାରେ ଦରଦାମ । ମୁଦ୍ରାସ୍ଫୀତି ଦୃଷ୍ଟିକୋଣ ଅତ୍ୟନ୍ତ ଅନିଶ୍ଚିତ । ଡାଲିରେ ମୁଦ୍ରାସ୍ଫୀତିର ଉଚ୍ଚ ସ୍ତର ଉଦବେଗଜନକ। ଆମଦାନୀ ଶୁଳ୍କର ସମୀକ୍ଷା ଆବଶ୍ୟକ କରେ ।
- ଦେଶର ପ୍ରମୁଖ 6ଟି ରାଜ୍ୟ କୋରୋନାରେ ସବୁଠାରୁ ଅଧିକ ପ୍ରଭାବିତ । ଦେଶର ଅର୍ଥବ୍ୟବସ୍ଥା ଏହି 6ଟି ରାଜ୍ୟର 60 ପ୍ରତିଶତ ଭାଗିଦାରୀ ରହିଛି । ହେଲେ ଏହିସବୁ ରାଜ୍ୟର ଅଧିକାଂଶ ଅଞ୍ଚଳ ଏଭେ ରେଡ କିମ୍ବା ଅରେଞ୍ଜ ଜୋନରେ ରହିଛି ।
- କୋଭିଡ-19 ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ କର୍ପୋରେଟକୁ ନଗଦ ସମସ୍ୟା ଭୋଗିବାକୁ ପଡୁଛି । ଏଥିପାଇଁ ଟିଏଲଟିଆରଓ 2.0ର ଘୋଷଣା । ଏଥିରେ 50,000 କୋଟି ଟଙ୍କାର ଆରମ୍ଭ କରାଯାଇଛି ।
- ମାର୍ଚ୍ଚ ମାସରେ ଶିଳ୍ପ ଉତ୍ପାଦନ ପ୍ରାୟ 17% ହ୍ରାସ ପାଇଥିଲା ବେଳେ ମ୍ୟାନୁଫେକ୍ଚରିଙ୍ଗ ଗତିବିଧି 21 ପ୍ରତିଶତ ଖସିଛି । ସେହିପରି କୋର ସେକ୍ଟର ଉତ୍ପାଦନ 6.5 ପ୍ରତିଶତ ଅଛି ।
- 2 ମାସରେ ଶକ୍ତିକାନ୍ତ ଦାସ 3 ଥର ସାମ୍ବାଦିକ ସମ୍ମିଳନୀ କରିଛନ୍ତି ।