ଓଡିଶା

odisha

ETV Bharat / business

କୋରୋନା ହଟ ସ୍ପଟ ଇଟାଲୀକୁ ରପ୍ତାନୀ ଠପ, କଲବଲ କେରଳ କଫିଚାଷୀ - corona italy

କୋରୋନା କଟକଣା ଯୋଗୁଁ ଇଟାଲୀକୁ ବନ୍ଦ ରହିଛି କଫି ରପ୍ତାନୀ । ଫଳରେ ବିପଦରେ କେରଳ କଫି ଚାଷୀ । ଅଧିକ ପଢନ୍ତୁ...

keralas coffee producers in trouble due to stalled exports to corona stricken italy
କୋରୋନା ହଟସ୍ପଟ ଇଟାଲୀକୁ ରପ୍ତାନୀ ଠପ, କଲବଲ କେରଳ କଫିଚାଷୀ

By

Published : Apr 9, 2020, 9:27 PM IST

ୱାୟାନାଡ: ବର୍ତ୍ତମାନର କୋରୋନା ହଟସ୍ପଟ ଇଟାଲୀକୁ ରପ୍ତନୀ ବନ୍ଦ ଯୋଗୁଁ ସଙ୍କଟରେ କେରଳ କଫି ଚାଷୀ । କେରଳର ୱାୟନାଡରେ ଉତ୍ପାଦିତ 'ଇଣ୍ଡିଆନ ରୋବଷ୍ଟା' କଫିର ସର୍ବବୃହତ ଆମଦାନୀକାରୀ ହେଉଛି ଇଟାଲୀ । ହେଲେ ଏବେ ରପ୍ତାନୀ ଠପ ଯୋଗୁଁ ଚାଷୀ ଚିନ୍ତାରେ ।

ଇଟାଲୀ କୋଭିଡ -19 ର ପ୍ରକୋପ ବୃଦ୍ଧି ଯୋଗୁଁ ଅଧିକ ପ୍ରଭାବିତ ହେଉଛନ୍ତି କେରଳ କଫି ଉତ୍ପାଦକ । ଇଟାଲୀରେ କରୋନା ସଂକ୍ରମଣରେ 17,000 ରୁ ଅଧିକ ମୃତ୍ୟୁ ଘଟିଥିବାବେଳେ 1.30 ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ଅଛନ୍ତି ।

କଫି ଗ୍ରୋଅର୍ସ ଆସୋସିଏସନ ସହ ଜଡିତ ପ୍ରଶାନ୍ତ ରାଜେଶଙ୍କ ଅନୁସାରେ, ଇଟାଲୀକୁ ଇଣ୍ଡିଆନ ରୋବଷ୍ଟା କିସମର କଫି ରପ୍ତାନୀ ପ୍ରାୟ 65,000 ଟନ ହୁଏ । ଏଥିରୁ କେବଳ ୱାୟାନାଡରୁ ହିଁ 50,000 ଟନ ହୋଇଥାଏ । ତେବେ ଗତ 2 ବର୍ଷ ବନ୍ୟା ବିତ୍ପାତ କ୍ଷତି ନ ପୂରୂଣୁ ପୁଣି କୋରୋନା ଝଡ କଫି ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି ।

2018-19 ରେ କେରଳରେ ମୋଟ କଫି ଉତ୍ପାଦନ 64,676 ଟନ ରେକର୍ଡ କରାଯାଇଥିଲା । ଏଠାରେ ଅଧିକ ସଂଖ୍ୟାରେ ଘରୋଇ କଫି ପ୍ଲାଣ୍ଟ ମଧ୍ୟ ଅଛି । ଏଠାକାର ଲୋକଙ୍କ ରୋଜଗାର କହିଲେ କଫି ଚାଷ ।

ABOUT THE AUTHOR

...view details