ନୂଆଦିଲ୍ଲୀ: ଟ୍ବିଟରର ସ୍ବଦେଶୀ ପ୍ରତିଦ୍ବନ୍ଦ୍ବୀ ‘କୁ’ ଆପ ନାଇଜେରିଆ ବଜାରରେ ନେବ ଏଣ୍ଟ୍ରି । ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ବର୍ତ୍ତମାନ ନାଇଜେରିଆରେ ମଧ୍ୟ ଉପଲବ୍ଧ । ଶନିବାର ଏ ନେଇ କମ୍ପାନୀ କରିଛି ଘୋଷଣା ।
ଏଥିସହ ‘କୁ’ କହିଛି କି ନାଇଜେରିଆରେ ୟୁଜର୍ସଙ୍କ ପାଇଁ ନୂତନ ସ୍ଥାନୀୟ ଭାଷା ଯୋଡିବାକୁ ପ୍ରଚେଷ୍ଟା ରହିଛି । ତେବେ କମ୍ପାନୀର ଏଭଳି ପଦକ୍ଷେପ ନାଇଜେରିଆ ପାଇଁ ହେବ ଲାଭପ୍ରଦ । କାରଣ ବର୍ତ୍ତମାନ ନାଇଜେରିଆ ସରକାର ‘କୁ’ ର ପ୍ରତିଦ୍ବନ୍ଦୀ ଟ୍ବିଟରକୁ ଦେଶରେ ଅନିଶ୍ଚିତ କାଳ ପାଇଁ ବନ୍ଦ ରଖିଛନ୍ତି । ଆଉ ଟ୍ବିଟର ଉପରେ ରୋକ ମଧ୍ୟରେ ‘କୁ’ର ଲୋକପ୍ରିୟତା ବଢିଚାଲିଛି ।