ଓଡିଶା

odisha

ETV Bharat / business

ଆଜି ଆସିବ ଦେଶର ବିକାଶ ରିପୋର୍ଟ - ଜିଡିପି 5 ପ୍ରତିଶତ ତଳେ

ଶୁକ୍ରବାର ଜାରି ହେବେ ଦେଶର ଅଭିବୃଦ୍ଧି ହାର ରିପୋର୍ଟ । ଚଳିତ 2019-20 ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୈମାସରେ(ଜୁଲାଇ-ସେପ୍ଟେମ୍ବର) ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତ ତଳକୁ ଖସିପାରେ।

July-Sep GDP growth to fall below 5%
5 ପ୍ରତିଶତ ତଳକୁ ଖସିପାରେ ଦ୍ବିତୀୟ ତ୍ରୈମାସର ଜିଡିପି

By

Published : Nov 29, 2019, 12:24 PM IST

ନୂଆଦିଲ୍ଲୀ: ଶୁକ୍ରବାର ଜାରି ହେବେ ଦେଶର ଅଭିବୃଦ୍ଧି ହାର ରିପୋର୍ଟ। ଚଳିତ 2019-20 ଆର୍ଥିକ ବର୍ଷ ଦ୍ବିତୀୟ ତ୍ରୈମାସରେ(ଜୁଲାଇ-ସେପ୍ଟେମ୍ବର) ମୋଟ ଘରୋଇ ଉତ୍ପାଦ(ଜିଡିପି) 5 ପ୍ରତିଶତ ତଳକୁ ଖସିପାରେ। ଏନେଇ ବିଭିନ୍ନ ରିପୋର୍ଟ, ଏଜେନ୍ସି ଓ ବିଶେଷଜ୍ଞ ପକ୍ଷରୁ ଅନୁମାନ କରାଯାଇଛି । ପ୍ରଥମ ତ୍ରୈମାସରେ ଏହି ହାର 5 ପ୍ରତିଶତ ରହିଥିଲା । ଯାହାକି 6 ବର୍ଷର ସର୍ବନିମ୍ନ । ହେଲେ ଏବେ ଏହା ଆହୁରି ଖସିବ ବୋଲି କୁହାଯାଇଛି।

ଏସବିଆଇ , ଏସିଆଇ ବିକାଶ ବ୍ୟାଙ୍କ(ଏଡିବି), ବିଶ୍ବ ବ୍ୟାଙ୍କ, ଆଇସିଡି, ଆରବିଆଇ, ଆଇଏମଏଫ ସମେତ ଅନ୍ୟାନ ବୈଶ୍ବିକ ଏଜେନ୍ସି ମଧ୍ୟ ବିକାଶ ଦର ଅନୁମାନକୁ ହ୍ରାସ କରିଛନ୍ତି।

ବେକାରୀ, କମ ଉପଯୋଗୀତା, ଚାହିଦା ହ୍ରାସ, ବ୍ୟାଙ୍କର ଏନପିଏ ବୃଦ୍ଧି ଭଳି ଘରୋଇ କାରକ ବ୍ୟତୀତ ଆମେରିକା ଓ ଚୀନ ମଧ୍ୟରେ ବ୍ୟାପର ବିବାଦ ମଧ୍ୟ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଚିନ୍ତାର କାରଣ ପାଲଟିଛି।

ABOUT THE AUTHOR

...view details