ନୂଆଦିଲ୍ଲୀ: ମାରାତ୍ମକ କୋରୋନା ଭାଇରସ ଦାଉରୁ କର୍ମଚାରୀଙ୍କୁ ବଞ୍ଚାଇବାକୁ ପ୍ରାୟ କମ୍ପାନୀ ସୋମନଙ୍କ ଲାଗି ୱାର୍କ ଫ୍ରମ ହୋମ ସୁବିଧା ଉପଲବ୍ଧ କରାଉଛନ୍ତି । ଏଥିଯୋଗୁଁ ଇଣ୍ଟରନେଟର ଆବଶ୍ୟକତା ମଧ୍ୟ ବଢୁଛି । ଏସବୁକୁ ଦୃଷ୍ଟିରେ ରଖି ରିଲାଏନ୍ସ ଜିଓ 251 ଟଙ୍କା 'ୱାର୍କ ଫ୍ରମ ହୋମ୍ ପ୍ୟାକ୍' ଘୋଷଣା କରିଛି ।
ବିଭିନ୍ନ ସଂସ୍ଥାର ୱାର୍କ ଫ୍ରମ ହୋମ ପଦକ୍ଷେପକୁ ସମର୍ଥନ କରି ରିଲାଏନ୍ସ ଏହି ପ୍ଲାନ ଆଣିଛି । ଏହି ପ୍ୟାକର ଅବଧି 51 ଦିନ ରହିବ । ପ୍ରତିଦିନ ୨ ଜିବି ଇଣ୍ଟରନେଟ ଡାଟା ମିଳିବ | ତେବେ ଏହି ପ୍ୟାକ କୌଣସି ପ୍ରକାର ଭଏସ କଲ କିମ୍ବା ଏସଏମଏସ ସୁବିଧା ପ୍ରଦାନ କରିବ ନାହିଁ ।