ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଶୁକ୍ରବାର ଜିଓଫୋନ ଉପଭୋକ୍ତାଙ୍କ ପାଇଁ ନୂଆ ଅଫର ଆଣିଛି । ‘ ନୂଆ ଜିଓଫୋନ 2021 ଅଫର’ ନାଁରେ ଜାରି ଏହି ଅଫର ଅଧିନରେ 1,999 ଟଙ୍କା ଦେଇ ଜିଓଫୋନ କିଣିବା ଉପରେ ଗ୍ରାହକଙ୍କୁ 2 ବର୍ଷ ଯାଏଁ ଅସମୀତ କଲିଂ ସହ ପ୍ରତିମାସରେ 2 ଜିବି ଡାଟା ମିଳିବ । କମ୍ପାନୀ ଶୁକ୍ରବାର ଏକ ବିଜ୍ଞପ୍ତିରେ ଏ ନେଇ କହିଛି ।
ଏଭଳି ଭାବେ ଅନ୍ୟ ପ୍ଲାନ 1499 ଟଙ୍କାର ରହିଛି । ଏଥିରେ ଗ୍ରାହକଙ୍କୁ ଜିଓଫୋନ ସହ 1 ବର୍ଷ ଯାଏଁ ଅସମୀତ କଲିଂ ସହ ପ୍ରତି ମାସ 2 ଜିବି ଡାଟା ମିଳିବ । ଏହି ଅଫରରେ ବର୍ତ୍ତମାନ ଜିଓଫୋନ ଗ୍ରାହକଙ୍କୁ ଧ୍ୟାନରେ ରଖାଯାଇଛି । ଆଉ ସେମାନଙ୍କୁ ଏକଥରକେ ସିଧା 750 ଟଙ୍କା ଦେବା ପରେ 1 ବର୍ଷ ଯାଏଁ ରିଚାର୍ଜରୁ ମୁକ୍ତି ସହ ଅସମୀତି କଲିଂ ଓ 2 ଜିବି ମାସିକ ଡାଟା ମିଳିବ । କମ୍ପାନୀ କହିଛି କି ଏହି ଅଫର ମାର୍ଚ୍ଚ ପହିଲାରୁ ସମଗ୍ର ଦେଶରେ ଲାଗୁ ହେବ । ରିଲାଏନ୍ସ ଜିଓର ନିର୍ଦ୍ଦେଶ ଆକାଶ ଅମ୍ବାନୀ ଏହି ଅବସରରେ କହିଛନ୍ତି କି, ‘‘ ଯେବେ ଦୁନିଆ 5 ଜି ବିପ୍ଲବରେରେ ଦୌଡୁଛି , ସେବେ ଭାରତରେ 30 କୋଟି ଲୋକ 2 ଜିରେ ଫସି ରହିଛନ୍ତି । ସେମାନେ ଇଣ୍ଟରମନେଟର ଭିତ୍ତିଭୂମି ସୁବିଧାରୁ ବଞ୍ଚିତ ଅଛନ୍ତି । ଗତ 4 ବର୍ଷର ଜିଓ ଇଣ୍ଟରନେଟକୁ ସମସ୍ତଙ୍କ ପାଖରେ ପହଞ୍ଚାଇଛନ୍ତି । ଆଉ ପ୍ରତି ଭାରତୀୟଙ୍କୁ ପ୍ରଯୁକ୍ତିବିଦ୍ୟାକ ଲାଭ ମିଳିଛି ।