ଓଡିଶା

odisha

ETV Bharat / business

‘ଡିଜିଟାଲ ଇଣ୍ଡିଆକୁ କୋରୋନା ଡୋଜ୍‌ , ଜିଓର ଯୋଗଦାନ ଗୁରୁତ୍ବପୂର୍ଣ୍ଣ’

କୋରୋନା ଯୋଗୁଁ ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହନ ମିଳିବ । ଅନଲାଇନ କାରବାର ବଢୁଛି । ଆଉର ଏହାର ଶ୍ରେୟ ରିଲାୟନ୍ସ ଜିଓର 4ଜି ଦୂରସଞ୍ଚାର ସେବାକୁ ଦେଇଛି ମୋର୍ଗାନ ଷ୍ଟାନଲି ।

Jio helped spur internet usage in India
‘ଡିଜିଟାଲ ଇଣ୍ଡିଆକୁ କୋରୋନା ଡୋଜ୍‌

By

Published : May 27, 2020, 8:10 PM IST

ନୂଆଦିଲ୍ଲୀ: କୋଭିଡ-19 ମହାମାରୀ ମଧ୍ୟରେ ଭାରତରେ ଡିଜିଟାଲାଇଜକୁ ପ୍ରୋତ୍ସାହନ ମିଳିବ । ଅଧିକ ସଂଖ୍ୟାରେ ଲୋକ ଅନଲାଇନ ସପିଂ କରିବେ । ଏଥିସହ ଦେଶରେ ଇଣ୍ଟରନେଟ ବ୍ୟବହାର ମଧ୍ୟ ବଢିବ । ଏଭଳି ଭାବେ ଡିଜିଟାଲ ଅର୍ଥବ୍ୟବସ୍ଥା ଗତିଶୀଳ ହେବ । ଆଉର ଏହାର ଶ୍ରେୟ ରିଲାୟନ୍ସ ଜିଓର 4ଜି ଦୂରସଞ୍ଚାର ସେବାକୁ ଦେଇଛି Morgan Stanley(ବୈଶ୍ବିକ ଆର୍ଥିକ ସେବା ଫାର୍ମ, ଇନଭେଷ୍ଟମେଣ୍ଟ ବ୍ୟାଙ୍କ) ।

'India's Digital Economy in a Post-COVID-19 World' ନାମକ 53 ପୃଷ୍ଠାର ରିପୋର୍ଟରେ କହିଛନ୍ତି ଯେ, ଗ୍ରୋସରୀ ବ୍ୟବସାୟରେ ଅନଲାଇନ୍ ଅନୁପ୍ରବେଶ ବୃଦ୍ଧି ପାଇବ ଏବଂ ଅନେକ ସୁପର ଆପ ଏହି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବେ ବୋଲି ଷ୍ଟାନଲି କହିଛି ।

ଭାରତରେ ଇଣ୍ଟରନେଟ ବ୍ୟବହାର କରୁଥିବା 30 ପ୍ରତିଶତ ଲୋକ ଅନଲାଇନ ସପିଂ କରିଥାନ୍ତି । ଯେତେବେଳେକି ଏହି ଅନୁପାତ ଚୀନକେ 78 ପ୍ରତିଶତ ଓ ଆମେରିକାରେ 70 ପ୍ରତିଶତରୁ ଅଧିକ ରହିଛି ।

Stanley ଅନୁମାନ ପ୍ରକାଶ କରିଛି କି, ଭାରତରେ 67 କୋଟି ଇଣ୍ଟରନେଟ ବ୍ୟବହାରକର୍ତ୍ତା 2027 ପର୍ଯ୍ୟନ୍ତ ବୃଦ୍ଧି ପାଇ 91.4 କୋଟି ହୋଇଯିବେ । ସେହିପରି ଅନୁଲାଇନ ସପିଂ କରୁଥିବା ଲୋକଙ୍କ ସଂଖ୍ୟା 19 କୋଟିରୁ ବଢି 59 କୋଟି ହୋଇଯିବ । ଅନଲାଇନ କ୍ରୟ ମଧ୍ୟରେ ପ୍ରତି ଉପଯୋଗକାରୀଙ୍କ ହାରାହାରୀ ଖର୍ଚ୍ଚ ଦୁଇଗୁଣା ବଢି 318 ଡଲାର ହେବା ଆକଳନ ରହିଛି ।

‘ରିଲାଏନ୍ସ ଜିଓର 4G ଟେଲିକମ୍ ସେବା ସେପ୍ଟେମ୍ବର 2016 ରେ ଆରମ୍ଭ ହୋଇଥିଲା । ସେବେଠୁ ଏହା ଭାରତରେ ଡିଜିଟାଲ ଅର୍ଥବ୍ୟବସ୍ଥାକୁ ଗତିଶୀଳ କରାଇବାରେ ସାହାଯ୍ୟ କରିଛି । ଶସ୍ତା, ବିଶ୍ବସ୍ତ, ଓ ସ୍ପିଡ 4ଜି ସେବାର ବିକଳ୍ପ ମିଳିବା ଯୋଗୁଁ ଡାଟାର ବ୍ୟବହାର ବଢିଛି । ’

କୋଭିଡ -19 ଡିଜିଟାଲ କାରବାର ସହ ଜଡିତ କିଛି ଆଶଙ୍କାକୁ ଦୂର କରିପାରିଛି ଏବଂ ଏହା ଭାରତରେ ଅନଲାଇନ ନେଣଦେଣ (ଯେପରିକି ଇ-ବାଣିଜ୍ୟ ଏବଂ ପେମେଣ୍ଟ) କୁ ତ୍ୱରାନ୍ୱିତ କରିପାରେ ବୋଲି Stanley କହିଛି ।

ABOUT THE AUTHOR

...view details