ଓଡିଶା

odisha

ETV Bharat / business

ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କଲେ ଏସବୁ କମ୍ପାନୀ - apply for participation in spectrum auction

ସ୍ପେକ୍ଟ୍ରମ ନିଲାମୀ ପାଇଁ ଆବେଦନ କରିଛନ୍ତି ଘରୋଇ ଟେଲିକମ ସଂସ୍ଥା ଭାରତୀ ଏୟାରଟେଲ , ରିଲାଏନ୍ସ ଜିଓ ଓ ଭୋଡାଫୋନ ଆଇଡିଆ । ଅଧିକ ପଢନ୍ତୁ...

ସ୍ପେକ୍ଟ୍ରମ  ନିଲାମୀରେ ଭାଗ ନେବାକୁ ଆବେଦନ କଲେ ଏସବୁ କମ୍ପାନୀ
ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କଲେ ଏସବୁ କମ୍ପାନୀ

By

Published : Feb 10, 2021, 7:18 PM IST

ନୂଆଦିଲ୍ଲୀ: 3.92 ଲକ୍ଷ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମୀରେ ଭାଗ ନେବାକୁ ଆବେଦନ କରିଛନ୍ତି ଦୂରସଞ୍ଚାର କମ୍ପାନୀ ଭାରତୀ ଏୟାରଟେଲ , ରିଲାଏନ୍ସ ଜିଓ ଓ ଭୋଡାଫୋନ ଆଇଡିଆ । ଏନେଇ ଜଣେ ଅଧିକାରୀ ସୂଚନା ଦେଇଛି ।

ତେବେ ସ୍ପେକ୍ଟ୍ରମ ପାଉଁ ନିଲାମୀ ମାର୍ଚ୍ଚ ପହିଲାରୁ ଆରମ୍ଭ ହେବ । ଏହି ନିଲାମୀ 2,251.25 ମେଗାହଜ (Mhz) ପାଇଁ 7 ଫ୍ରିକ୍ବେନ୍ସି ବ୍ୟାଣ୍ଡ 700 ମେଗାହଟ୍ରଜ , 800, 1800, 2100, 2300 ଓ 2500 ମେଗାହଟ୍ରଜରେ ରହିବ । ଏଥିପାଇଁ ମୋଟ ସର୍ବନିମ୍ନ ମୂଲ୍ୟ 3.92 ଲକ୍ଷ ଟଙ୍କା ରହିଛି ।

ତଥ୍ୟ ଅନୁସାରେ ଏୟାରଟେଲ, ରିଲାଏନ୍ସ ଜିଓ ଏବଂ ଭୋଡାଫୋନ ଆଇଡିଆ ସ୍ପେକ୍ଟ୍ରମ ନିଲାମୀରେ ଭାଗୀଦାରି ପାଇଁ ଆବଦେନ ଦେଇଛି । ଭାରତୀ ଏୟାରଟେଲର ଆବେଦନ 900 ମେଗାହଟ୍ରଜ ବ୍ୟାଣ୍ଡରେ 12.4 Mhzର ସ୍ପେକ୍ଟ୍ରମ ଓ 1800 ମେଗାହଟ୍ରଜ ବ୍ୟାଣ୍ଡରେ 47 ମେଗାହର୍ଟଜ ସ୍ପେକ୍ଟ୍ରମ ପାଇଁ ତଥା ରିଲାଏନ୍ସ କମ୍ୟୁନିକେସନର 800 ମେଗାହଟ୍ରଜ ବ୍ୟାଣ୍ଡରେ 44 ମେଗାହଟ୍ରଜର ସ୍ପେକ୍ଟ୍ରମ ନବୀକରଣ ପାଇଁ ବିଡ ଲଗାଇବ । ସେପଟେ ଭୋଡାଫୋନ ଆଇଡିଆକୁ 900 ମେଗାୱାଟ୍ରଜ ବ୍ୟାଣ୍ଡରେ 6.2 ମେଗାହଟ୍ରଜର ସ୍ପେକ୍ଟ୍ରମର ସ୍ପେକ୍ଟ୍ରମ ଓ 1800 ମେଗାହଟ୍ରଜ ବ୍ୟାଣ୍ଡରେ 38.2 ମେଗାହଟ୍ରଜ ସ୍ପେକ୍ଟ୍ରମର ନବୀକରଣ ଜରୁରୀ ।

ABOUT THE AUTHOR

...view details