ଓଡିଶା

odisha

By

Published : May 1, 2021, 9:49 PM IST

ETV Bharat / business

ମହଙ୍ଗା ହେଲା ବିମାନ ଇନ୍ଧନ, ଶୀଘ୍ର ବଢିବ ତେଲ ଦାମ

ବଢିଲା ବିମାନ ଇନ୍ଧନ ଦାମ । ଶନିବାର ଏଟିଏଫ ଦାମ 6.7 ପ୍ରତିଶତ ବୃଦ୍ଧି ହୋଇଛି । ବୈଶ୍ବିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ଦ୍ବାରା ଶୀଘ୍ର ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ବୃଦ୍ଧି ହୋଇପାରେ । ଅଧିକ ପଢନ୍ତୁ..

ମହଙ୍ଗା ହେଲା ବିମାନ ଇନ୍ଧନ, ଶୀଘ୍ର ବଢିବ ତେଲ ଦାମ
ମହଙ୍ଗା ହେଲା ବିମାନ ଇନ୍ଧନ, ଶୀଘ୍ର ବଢିବ ତେଲ ଦାମ

ନୂଆଦିଲ୍ଲୀ: ମହଙ୍ଗା ହେବ ବିମାନ ଯାତ୍ରା ! ବଢିଲା ବିମାନ ଇନ୍ଧନ ଦାମ । ଶନିବାର ଏଟିଏଫ ଦାମ 6.7 ପ୍ରତିଶତ ବୃଦ୍ଧି ହୋଇଛି । ବୈଶ୍ବିକ ବଜାରରେ ଅଶୋଧିତ ତୈଳ ମହଙ୍ଗା ହେବା ଦ୍ବାରା ଶୀଘ୍ର ପେଟ୍ରୋଲ ଓ ଡିଜେଲର ଖୁଚୁରା ଦାମ ବୃଦ୍ଧି ହୋଇପାରେ ।

ସରକାର ତେଲ ବିତରଣ କମ୍ପାନୀ ଦିଲ୍ଲୀରେ ବିମାନ ଇନ୍ଧନ (ଏଟିଏଫ) ଦାମ ପ୍ରତି ହଜାରେ ଲିଟର 3,885 ଟଙ୍କା ଅର୍ଥାତ 6.7 ପ୍ରତିଶତ ବୃଦ୍ଧି କରି 61,690.28 ଟଙ୍କା କରିଛନ୍ତି । ବିଭିନ୍ନ ରାଜ୍ୟରେ ପେଟ୍ରୋଲିୟମ ଉପରେ ବିକ୍ରି କର ଦାମରେ ଭିନ୍ନତା ଯୋଗୁଁ ସେଠାରେ ଏଟିଏଫ ଦାମ ମଧ୍ୟ ଅଲଗା ହୋଇପାରେ ।

ଏହା ପୂର୍ବରୁ କମ୍ପାନୀ ଦୁଇ-ଦୁଇ ଥର ଏଟିଏଫ ଦାମ ହ୍ରାସ କରିଥିଲା । ଏପ୍ରିଲ ପହିଲାରେ ଏଥିରେ 3 ପ୍ରତିଶତ ଓ ଏପ୍ରିଲ 19 ରେ 1 ପ୍ରତିଶତ ହ୍ରାସ ହୋଇଥିଲା । ସେପଟେ ଡିଜେଲ ଏବଂ ପେଟ୍ରୋଲ ଦାମ ଲଗାତାର 16 ଦିନ ଧରି ସ୍ଥିର ରହିଛି । ଦିଲ୍ଲୀରେ ପେଟ୍ରୋଲ ଦାମ ଲିଟର ପ୍ରତି 90.40 ଟଙ୍କା ଓ ଡିଜେଲ ଲିଟର 80.73 ଟଙ୍କା ରହିଛି ।

ତେବେ ମୋଟର ଗାଡି ଇନ୍ଧନ ଦାମରେ ଶୀଘ୍ର ସଂଶୋଧନ ହୋଇପାରେ ବୋଲି ଅଧିକାରୀ ସଙ୍କେତ ଦେଇଛନ୍ତି । ଜଣେ ଅଧିକାରୀ କହିଛନ୍ତି କି ଗତ 4 ଗିନରେ ଦାମ ଲଗାତର ବଢିଚାଲିଛି । ଆଉ ଏହି ସମୟରେ ଦୁବାଇରେ ଅଶୋଧିତ ତୈଳ ବ୍ୟାରେଲ ପ୍ରତି2.91 ଡଲାର ମହଙ୍ଗା ହୋଇଛି ।

ପେଟ୍ରୋଲ ଓ ଡିଜେଲ ର ଖୁଚୁରା ଦାମ ଲିଟର ପ୍ରତି କ୍ରମଶଃ 60 ଓ 54 ପ୍ରତିଶତ କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରୀୟ କର ହୋଇଥାଏ ।

ABOUT THE AUTHOR

...view details