ଓଡିଶା

odisha

ETV Bharat / business

ଏସବିଆଇକୁ ଫଣ୍ଡିଂ ଅନୁରୋଧ କରି ସୁପ୍ରିମକୋର୍ଟ ଦ୍ବାରସ୍ଥ ଜେଟ କର୍ମଚାରୀ - SBI

ଦିନେ ଆକାଶରେ ଉଡୁଥିବା ଜେଟ ଏୟାରୱେଜ କର୍ମଚାରୀ ଆଜି ରାସ୍ତାରେ । ଆଶା ଶୂନ୍ୟ ହୋଇ ସୁପ୍ରିକୋର୍ଟଙ୍କ ଶରଣ ପଶିଛି ସଂଘ । ଷ୍ଟେଟ ବ୍ୟାଙ୍କ ଦେଇଥିବା ପ୍ରତିଶୃତି ଅନୁଯାୟୀ ଫଣ୍ଡ ଜାରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି ।

ଫଟୋ ସୌଜନ୍ୟ- jet airways ଟ୍ବିଟର

By

Published : May 8, 2019, 1:42 PM IST

ନୂଆଦିଲ୍ଲୀ: ଦିନେ ଆକାଶରେ ଉଡୁଥିବା ଜେଟ ଏୟାରୱେଜ କର୍ମଚାରୀ ଆଜି ରାସ୍ତାରେ । କମ୍ପାନୀ ଓ ନିଜ ଚାକିରୀକୁ ବଞ୍ଚାଇବାକୁ କରୁଛନ୍ତି ପ୍ରାଣପ୍ରଣେ ଚେଷ୍ଟା । ବହୁ ଉଦ୍ୟମ ଓ ଆନ୍ଦୋଳନ ପରେ ବି ସୁଧୁରୁନି ସ୍ଥିତି । ଶେଷରେ ସୁପ୍ରିମକୋର୍ଟ ଦ୍ବାରସ୍ଥ ହୋଇଛନ୍ତି ଜେଟ ଏୟାରୱେଜର ପାଇଲଟ ସଂଘ ନ୍ୟାସନାଲ ଏଭିଏଟର୍ସ ଗିଲ୍ଡ । ଷ୍ଟେଟ ବ୍ୟାଙ୍କ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଫଣ୍ଡ ଜାରି କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସଂଘ ଅନୁରୋଧ କରିଛି ।

କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରାଣଳୟ ଓ ମହାନିର୍ଦ୍ଦେଶକ (DGCA)ଙ୍କୁ ଅନ୍ୟ ଏୟାରଲାଇନ୍ସକୁ ଜେୟ ଏୟାରୱେଜର ସ୍ଲଟ ନ ବାଣ୍ଟିବାକୁ ମଧ୍ୟ ଅଗ୍ରାହ୍ୟ ସଂଘ ଆଗ୍ରହ୍ୟ କରିଛି । କମ୍ପାନୀ ବୁଡିବା ପରେ ପରିଚାଳକ ତଥା କର୍ମକର୍ତ୍ତା ଗୋଟିଏ ଟୋଟିଏ କରି ବିମାନ ବଣ୍ଟନ ଓ ସ୍ଲଟ ଆବଣ୍ଟନ ନେଇ ବିଚାର କରୁଛନ୍ତି । ତେବେ ଯକୌଣସି ପରିସ୍ଥିତିରେ କମ୍ପାନୀକୁ ଖଣ୍ଡବିଖଣ୍ଡିତ ହେବାକୁ ଦେବୁ ନାହିଁ ବୋଲି କର୍ମଚାରୀମାନେ ସିଧାସିଧା ଜଣାଇଦେଇଛନ୍ତି ।

ହଠାତ ଏପରି କମ୍ପାନୀରେ ତାଲି ପଡିଯିବା ଯୋଗୁଁ ଆଖିପିଛୁଳାକେ 22 ହଜାର କର୍ମଚାରୀଙ୍କ ନିଦ ହଜିଯାଇଛି । ପୁଣି ଥରେ କମ୍ପାନୀ ପୁନଃଉଦ୍ଧାର ପାଇଁ ପରିଚାଳକ ଓ ବ୍ୟାଙ୍କ ଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରୀ ସରିଛି । ହେଲେ ଏବେ ଯାଏଁ ସମାଧାନ ହୋଇନି ସମସ୍ୟା । ଏପଟେ ଋଣ ଭାର ଏତେ ଯେ କମ୍ପାନୀର ନିଲାମୀ ମଧ୍ୟ ଛିଣ୍ଡୁନି । ଆସନ୍ତା 10 ତାରିଖ ସୁଦ୍ଧା ଶେଷ ନିଲାମୀ ବୋଲି ଡକାଯିବ । ଫଳରେ ଜଣାପଡିବ ଜେୟ ଏୟାରୱେଜ ଉଡିବ ନା ବନ୍ଦ ରହିବ । କର୍ମଚାରୀଙ୍କୁ ଚାକିରୀ ରହିବ ନା ବେକାର ହୋଇଯିବେ ହଜାର ହଜାର ଦକ୍ଷ କୁଶଳୀ । ସବୁ ପାଇଁ 10 କୁ ଅପେକ୍ଷା ।

For All Latest Updates

ABOUT THE AUTHOR

...view details