ନୂଆଦିଲ୍ଲୀ: ସଙ୍କଟ ବଳୟରେ ଜେଟ ଏୟାରୱେଜ । 2 ଦିନରେ କମ୍ପାନୀରୁ ମୁହଁ ଫେରାଇ ଦେଲେ 2 ମୁଖ୍ୟ କର୍ମକର୍ତ୍ତା । ଚିଫ୍ ଫାଇନାନ୍ସିଆଲ ଅଫିସର(ସିଏଫଓ)ଙ୍କ ପରେ ମଙ୍ଗଳବାର ମୁଖ୍ୟ କାର୍ଯ୍ୟ ଅଧିକାରୀ(ସିଇଓ) ବିନୟ ଦୁବେ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଛନ୍ତି ।
ଇସ୍ତଫା ଦେଲେ ଜେଟ ଏୟାରୱେଜ ସିଇଓ ବିନୟ ଦୁବେ - Vinay Dube
ଜେଟ ଏୟାରୱେଜ ସିଇଓ ପଦରୁ ଇସ୍ତଫା ଦେଲେ ବିନୟ ଦୁବେ । ମଙ୍ଗଳବାର ବ୍ୟକ୍ତିଗତ କାରଣ ଦର୍ଶାଇ ବିନୟ କମ୍ପାନୀରୁ ମୁହଁ ଫେରାଇ ଦେଇଛନ୍ତି।
ଫାଇଲ ଫଟୋ
ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଜେଟ୍ ଏୟାରୱେଜ୍ ବିମାନ, କର୍ମଚାରୀଙ୍କୁ ଦରମା ଦେଇ ପାରୁନାହିଁ । ହଜାର ହଜାର କୋଟି ଟଙ୍କାର ଋଣ ଭାରରେ ବୁଡି ରହିଥିବାରୁ ଏପ୍ରିଲରୁ କମ୍ପାନୀରେ ତାଲା ଝୁଲୁଛି । ଏପରି ସ୍ଥିତିରେ ଚିଫ୍ ଫାଇନାନ୍ସିଆଲ ଅଫିସର ଓ ସିଇଓଙ୍କ ଇସ୍ତଫା କମ୍ପାନୀ ଭବିଷ୍ୟତକୁ ଅନିଶ୍ଚିତତା ଭିତରକୁ ଠେଲିଦେଇଛି ।