ଓଡିଶା

odisha

ETV Bharat / business

କିଏ ମୁଣ୍ଡେଇବ ଋଣ ଭାର, ଆଶା-ଆଶଙ୍କାରେ ଜେଟ କର୍ମଚାରୀ

ପୁଣି କେବେ ଆକାଶରେ ଉଡିବ ଜେଟ ଏୟାରୱେଜ । କିଏ ସୁଝିବ କମ୍ପାନୀ ବକେୟା ଟଙ୍କା । ପ୍ରଶ୍ନ ଘେରରେ ଜେଟ ଏୟାରୱେଜ । ଅପେକ୍ଷା ମେ 10କୁ ।

ଫଟୋ ସୌଜନ୍ୟ- ଜେଟ ଏୟାରୱେଜ ଟ୍ବିଟର

By

Published : Apr 24, 2019, 2:42 PM IST

ନୂଆଦିଲ୍ଲୀ: 2- 2 ଥର ସରକାରଙ୍କୁ ଚିଠି । ଶାନ୍ତିପୂର୍ଣ୍ଣ ଧାରଣା । ତୁହାକୁ ତୁହା ବୈଠକ । ନିଲାମି ଡାକରା । ସବୁ ପରେ ବି ସମାଧାନ ହେଉନି ଜେଟ ଏୟାରୱେଜ ସ୍ଥିତି । ଆଉ ଏପରି ସ୍ଥିତିରେ ଆଶାର କିରଣ ଦେଖାଇଛି ୟୁନିୟନ ଅଲ ଇଣ୍ଡିଆ ବ୍ୟାଙ୍କ ଏମ୍ପ୍ଲାଇଜ ଆସୋସିଏସନ(ଏଆଇବିଇଏ) । ଆର୍ଥିକ ସଙ୍କଟ ଦୂର କରିବାକୁ କମ୍ପାନୀକୁ ଟଙ୍କା ଦେବାକୁ ଦେଇଛି ପ୍ରତିଶ୍ରୁତି । ତେବେ ଏବେ ପ୍ରଶ୍ନ ଉଠୁଛି ମାତ୍ର ଏତିକି କଣ କମ୍ପାନୀର ପୁର୍ନଉଦ୍ଧାର ପାଇଁ ପର୍ଯ୍ୟାପ୍ତ କି ?

ପୁଣି ଆକାଶରେ ଉଡିବ ଜେଟ ଏୟାରୱେଜ । ମିଳିବ ବକେୟା ଟଙ୍କା । ସୁଝାଯିବ ଋଣ । ଏଇ ସ୍ବପ୍ନ ନେଇ ଅନାଇ ବସିଛନ୍ତି ଏହାର ହଜାର ହଜାର କର୍ମଚାରୀ । ହେଲେ ଏଥିପାଇଁ ଦରକାର ନୂଆ ମାଲିକ । କିନ୍ତୁ କମ୍ପାନୀର କ୍ଷତିର ପରିସୀମାକୁ ଅନୁଧ୍ୟାନ କରି କେହି ବି ଏହାକୁ ନିଜ ମାଲିକାନାରେ ରଖିବାକୁ ଚାହୁନାହାଁନ୍ତି । କାରଣ ଋଣ, କର୍ମଚାରୀଙ୍କ ଦରମା, ଭେଣ୍ଡର ଆଦି ସମସ୍ତ ବକେୟା ଭରିବାକୁ ପାଖାପାଖି 10,000 କୋଟି ଟଙ୍କା ନିବେଶ କରିବାକୁ ପଡିବ । ଏଣୁ ଏତେ ବଡ ରିସ୍କ କେହି ନେବାକୁ ଅମଙ୍ଗ । ତେବେ ବିଡ(ନିଲାମି) ପକ୍ରିୟା ଶେଷ ହେଲା ପରେ ଏହାର ସମାଧାନ ସମ୍ଭବ ।

ତେବେ ଏଆଇବିଇଏ ମଧ୍ୟ ବିନା ସର୍ତ୍ତରେ କର୍ମଚାରୀଙ୍କୁ ଟଙ୍କା ଦେବନି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ କିମ୍ବା ଗ୍ରାଚ୍ୟୁଟିଟି ବନ୍ଧା ରଖି ଟଙ୍କା ଦେବାକୁ କହିଛି । ଏଥିସହ ପୂର୍ବରୁ କମ୍ପାନୀକୁ ନିଜ ନିୟନ୍ତ୍ରଣରେ ରଖିବାକୁ ପିଏମ ମୋଦିଙ୍କୁ ବ୍ୟାଙ୍କ ୟୁନିୟନ ଚିଠି ଲେଖିଥିଲା । ଯାହା ଫଳରେ ଜେଟ କର୍ମଚାରୀଙ୍କ ରୋଜଗାର ସୁବିଧା ମିଳିବ । ହେଲେ ଏଯାଏଁ କୌଣସି ସୂଚନା ମିଳିନାହିଁ ।

ଏପଟେ ମୌକାର ସୁଯୋଗ ନେଇ ଅନ୍ୟ ଏୟାରଲାଇନ୍ସ କମ୍ପାନୀ ଫାଇଦା ଉଠାଇ ଲାଗିଛନ୍ତି । ସ୍ପାଇସ ଜେଟ ଓ ଏୟାର ଇଣ୍ଡିଆ ଏୟାରୱେଜର ବିମାନକୁ ଭଡାରେ ନେଇ କାର୍ଯ୍ୟକାରୀ କରିବାକୁ ଯୋଜନା କରୁଛନ୍ତି । ଏଥିଲାଗି ଜେଟ ନିର୍ଦ୍ଦେଶକ ମଧ୍ୟ ହଁ ଭରି ଅସ୍ଥାୟୀ ଭାବେ କମ୍ପାନୀର ବିମାନକୁ ଦେବାକୁ କହିଛନ୍ତି । ହେଲେ ଏଥିରେ ସ୍ବର ଉଠାଇ ପ୍ରତିବାଦ କରିଛନ୍ତି କର୍ମଚାରୀ । ଏୟାରୱେଜକୁ ଖଣ୍ଡ ଖଣ୍ଡ ହେବାକୁ ଦେବୁନୁ ବୋଲି ରୋକଠୋକ କର୍ମଚାରୀ ସଂଘ ଶୁଣାଇଦେଇଛନ୍ତି ।

ଅନ୍ୟପଟେ ଯାତ୍ରୀ ପରିବହନ ମଧ୍ୟ ଦିନକୁ ହ୍ରାସ ପାଇ ଲାଗିଛି । ଏୟାରୱେଜ ଭଳି ବୃହତ୍ତ ଘରୋଇ ଏୟାରଲାଇନ୍ସ କମ୍ପାନୀରେ ତାଲା ପଡିଯିବା ପରେ ଟିକେଟ ଦର ଆକାଶଛୁଆଁ । ଏଥିଲାଗି ସରକାର ମଧ୍ୟ ଏବେ ସୁଦ୍ଧା କୌଣସି ପଦକ୍ଷେପ ନେଇନାହାଁନ୍ତି ।

ABOUT THE AUTHOR

...view details