ଓଡିଶା

odisha

ETV Bharat / business

200 ଅରବ ଡଲାରୁ ଅଧିକ ସମ୍ପତ୍ତି ସହ ଦୁନିଆର ପ୍ରଥମ ବ୍ୟକ୍ତି ଜେଫ ବେଜୋସ - ଲକଡାଉନରେ ଆମଜାନ ବିଜନେସ

ଫୋବର୍ସ ରିପୋର୍ଟ ମୁତାବକ, ଆମାଜନ ଷ୍ଟକରେ 2 ପ୍ରତିଶତ ବୃଦ୍ଧି ହେବା ପରେ ବୁଧବାର ଦ୍ବିପ୍ରହରରେ ସୁଦ୍ଧା ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ 4.9 ଅରବ ଡଲାର ଯାଏଁ ବୃଦ୍ଧି ହୋଇଛି । ଅଧିକ ପଢନ୍ତୁ..

200 ଅରବ ଡଲାରୁ ଅଧିକ ସମ୍ପତ୍ତି ସହ ଦୁନିଆର ପ୍ରଥମ ବ୍ୟକ୍ତି ଜେଫ ବେଜୋସ
200 ଅରବ ଡଲାରୁ ଅଧିକ ସମ୍ପତ୍ତି ସହ ଦୁନିଆର ପ୍ରଥମ ବ୍ୟକ୍ତି ଜେଫ ବେଜୋସ

By

Published : Aug 27, 2020, 6:26 PM IST

ବିଜନେସ ଡେସ୍କ,ଇଟିଭି ଭାରତ: ଆମାଜନ ପ୍ରତିଷ୍ଠାତା ତଥା ସିଇଓ ଜେଫ ବେଜୋସ ଦୁନିଆର ପ୍ରଥମ ବ୍ୟକ୍ତି , ଯାହାର ମୋଟ ସମ୍ପତ୍ତି ମୂଲ୍ୟ 200 ଅରବ ଡଲାର (149 ଲକ୍ଷ କୋଟି ଟଙ୍କା) ଟପିଛି । ଫୋବର୍ସ ଏବଂ ବ୍ଲୁମବର୍ଗ ବିଲିୟନେୟାର୍ସ ଇଣ୍ଡେକ୍ସରେ ଏ ନେଇ ଖୁଲାସା ହୋଇଛି ।

ଫୋବର୍ସ ରିପୋର୍ଟ ମୁତାବକ, ଆମାଜନ ଷ୍ଟକରେ 2 ପ୍ରତିଶତ ବୃଦ୍ଧି ହେବା ପରେ ବୁଧବାର ଦ୍ବିପ୍ରହରରେ ସୁଦ୍ଧା ଦୁନିଆର ସବୁଠୁ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତିରେ 4.9 ଅରବ ଡଲାର ଯାଏଁ ବୃଦ୍ଧି ହୋଇଛି ।

ଆମାଜନ ବ୍ୟତୀତ ବେଜୋସ ଏରୋସ୍ପେସ କମ୍ପାନୀ ବ୍ଲୁ ଅରିଜିନ, ୱାଶିଂଟନ ପୋଷ୍ଟ ର ମାଲିକ ଅଟନ୍ତି । ଏଥିସହ ଅନ୍ୟାନ୍ୟ ଘରୋଇ କମ୍ପାନୀରେ ମଧ୍ୟ ସେ ନିବେଶ କରିଛନ୍ତି।

ଆମାଜନରେ ବେଜୋସଙ୍କ 11 ପ୍ରତିଶତ ସେୟାର ଅଛି । ଯାହାର ଯୋଗଦାନ ତାଙ୍କ ମୋଟ ସମ୍ପତ୍ତିରେ 90 ପ୍ରତିଶତରୁ ଅଧିକ ରହିଛି । ଫୋବର୍ସ ରିପୋର୍ଟରେ କୁହାଯାଇଛି କି, କୋରୋନା କାଳରେ ଆମାଜନ ସେବାରେ ବହୁତ ବୃଦ୍ଧି ହୋଇଛି । ବର୍ଷ ଆରମ୍ଭକୁ ଏବେ ସୁଦ୍ଧା କମ୍ପାନୀର ଷ୍ଟକ 80 ପ୍ରତିଶତ ଯାଏଁ ବଢିଛି । ଏଥିରେ ଦର୍ଶାଯାଇଛି କି ଜାନୁଆରୀ 1 ସୁଦ୍ଧା ବେଜୋସଙ୍କ ମୋଟ ସମ୍ପତ୍ତି 115 ଅରବ ଡଲାର ପାଖାପାଖୀ ଥିଲା ।

ଫୋର୍ବସ ଏହାର ରିପୋର୍ଟରେ କହିଛି କି ବୁଧବାର ଦିନ 1.50 (ସ୍ଥାନୀୟ ସମୟ) ସୁଦ୍ଧା ବେଜୋସଙ୍କ ସମ୍ପତ୍ତି ପରିମାଣ 204.6 ଅରବ ଡଲାରରେ ପହଞ୍ଚିଥିବାବେଳେ ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସରେ ଏହା 202 ଅରବ ଡଲାର ବୋଲି କୁହାଯାଉଛି।

ABOUT THE AUTHOR

...view details