ଓଡିଶା

odisha

By

Published : May 1, 2020, 12:31 AM IST

ETV Bharat / business

ଅଟୋ ଉଦ୍ୟୋଗ ପ୍ରମୁଖଙ୍କୁ ପରାମର୍ଶ ମାଗିଲେ ଜାଭଡେକର

ପୂର୍ବରୁ ଅଣାୟତ ଥିବା ଅଟୋ ଉଦ୍ୟୋଗ କୋରୋନା କଟକଣା ଯୋଗୁଁ ବହୁ ସମସ୍ୟାର ସାମ୍ନା କରୁଛି । ଏଥିପାଇଁ ଲକଡାଉନ ପରେ କିପରି ପୁଣି ଥରେ ଏହି ସେକ୍ଟରକୁ ଖୋଲାଯିବ ସେନେଇ ଚର୍ଚ୍ଚା କରାଯାଇଛି । ଅଧିକ ପଢନ୍ତୁ...

javadekar meets auto industry captains takes suggestions on rebooting industry
ଅଟୋ ଉଦ୍ୟୋଗ ପ୍ରମୁଖଙ୍କୁ ପରାମର୍ଶ ମାଗିଲେ ଜାଭେଡକରଙ୍କ

ନୂଆଦିଲ୍ଲୀ: ଗୁରୁବାର ଭିଡିଓ କନଫ୍ରେନ୍ସିଂ ଜରିଆରେ ଅଟୋ ସେକ୍ଟର ସହ ଜଡିତ ବଡ ଉଦ୍ୟୋଗପତିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର । କମ୍ପାନୀଗୁଡିକୁ ସଙ୍କଟରୁ ମୁକୁଳାଇବା ନେଇ ଏହି ବୈଠକରେ ଆଲୋଚନା କରାଯାଇଛି ।

ପୂର୍ବରୁ ଅଣାୟତ୍ତ ହୋଇପଡିଥିବା ଅଟୋ ଉଦ୍ୟୋଗକୁ କୋରୋନା କଟକଣା ଯୋଗୁଁ ବହୁ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏଥିପାଇଁ ଲକଡାଉନ ପରେ କିପରି ପୁଣି ଥରେ ଏହି ସେକ୍ଟରକୁ ଖୋଲାଯିବ ଏବଂ ପୁଣି ସ୍ଥିତିକୁ ଟ୍ରାକକୁ ଅଣାଯିବ ସେନେଇ ବୈଠକରେ ବିସ୍ତାର ଭାବେ ଚର୍ଚ୍ଚା କରାଯାଇଛି ।

ଏଥିସହ ଉତ୍ପାଦନ ବୃଦ୍ଧି, ଚାହିଦା ଓ ଯୋଗାଣ ଏବଂ ରୋଜଗାରର ଅଧିକ ସୁଯୋଗ ସୃଷ୍ଟି ଭଳି ବିଷୟରେ ମଧ୍ୟ ଗୁରୁତ୍ବରୋପ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

ଜାଭେଡକର କହିଛନ୍ତି ଯେ, ଏହି ବୈଠକରେ ଉଦ୍ୟେଗ ଜଗତ ପକ୍ଷରୁ ବହୁ ପରାମର୍ଶ ଆସିଛି । ଉଦାହରଣ ସ୍ୱରୂପ, ଯେତେବେଳେ କର୍ମଚାରୀମାନେ କାର୍ଯ୍ୟକୁ ଫେରିବେ, କମ୍ପାନୀଗୁଡିକରେ କିଭଳି ଭାବେ ବ୍ୟାଚ ଟେଷ୍ଟିଙ୍ଗ ହେବ, କାମ କରିବା ସମୟରେ ସାମାଜିକ ଦୂରତ୍ବ କିପରି ବଜାୟ ରଖାଯାଇପାରିବ, ସେହିଭଳି ଗାଡିକୁ ଅନଲାଇନରେ କିପରି ବିକ୍ରି କରାଯିବ, କିପରି କେନ୍ଦ୍ର ସରକାରଙ୍କ ଦିଶା ନିର୍ଦ୍ଦେଶ ଅନୁଯାୟୀ ବିକ୍ରି କେନ୍ଦ୍ର ତିଆରି ହେବ ଏଭଳି ତମାମ ବିଷୟରେ ଉଦ୍ୟୋଗ ଜଗତ ପ୍ରମୁଖଙ୍କଠାରୁ ପରାମର୍ଶ ମିଳିଛି ।

ABOUT THE AUTHOR

...view details