ଟୋକିଓ: କୋରୋନା ମାଡରେ ସମଗ୍ର ବିଶ୍ବର ମେରୁଦଣ୍ଡ ଦୋହଲିଯାଇଛି । ଅର୍ଥନୀତି ଅଣାୟତ । ଏସବୁ ମଧ୍ୟରେ ବିଶ୍ବର ସର୍ବବୃହତ୍ତ ପେନସନ ପାଣ୍ଠି ଚଳିତ ବର୍ଷର ପ୍ରଥମ 3 ମାସ(ଆରୀ-ମାର୍ଚ୍ଚ)ଜାନରେ 16,500 କୋଟି ଡଲାର କ୍ଷତି ସହିଛି ।
ଜାପାନର ସରକାରୀ ପେନସନ ନିବେଶ ପାଣ୍ଠି (GPIF) ଏ ବର୍ଷର ପ୍ରଥମ 3 ମାସରେ 11 ପ୍ରତିଶତ ବା 16,500 କୋଟି ଡଲାର ହ୍ରାସ ପାଇଛି । ଯେଉଁଥିପାଇଁ ପାଣ୍ଠି ମୂଲ୍ୟ 2008 ଏପ୍ରିଲ ମାସକୁ ହ୍ରାସ ପାଇ 150.63 ଲକ୍ଷ କୋଟି ୟେନରେ ପହଞ୍ଚିଛି ।