ନୂଆଦିଲ୍ଲୀ: ଲକଡାଉନ ସମୟରେ ଆପଣ ଯଦି କୌଣସି ଜରୁରୀ ଔଷଧ ପାଇଁ ବାହାରକୁ ଯାଇପାରୁନାହାନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ । ଏବେ ଦେଶରେ ଥିବା ବିଭିନ୍ନ ଜନଔଷଧୀ କେନ୍ଦ୍ର ହ୍ବାଟ୍ସଅପ ଓ ଇମେଲ ଜରିଆରେ ଅର୍ଡର ଗ୍ରହଣ କରି ହୋମ ଡେଲିଭରୀ କରୁଛି । ମଙ୍ଗଳବାର ଏନେଇ ସରକାର ସୂଚନା ଦେଇଛନ୍ତି ।
ଦେଶର ଏବେ 726ଟି ଜିଲ୍ଲାରେ 6300 ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ର କାର୍ଯ୍ୟ କରୁଛି । କେନ୍ଦ୍ର ସାର ଓ ରସାୟନ ମନ୍ତ୍ରଣାଳୟର ଅଧିନସ୍ଥ ଫାର୍ମାସ୍ୟୁଟିକାଲ ବିଭାଗ ଅଧୀନରେ କାର୍ଯ୍ୟ କରୁଥିବା ବ୍ୟୁରୋ ଫାର୍ମାପିୟୁସି ଏହି ପ୍ରଧାନମନ୍ତ୍ରୀ ଜନଔଷଧୀ କେନ୍ଦ୍ରର ପରିଚାଳନା କରି ଲୋକଙ୍କ ପାଖରେ ଆବଶ୍ୟକ ଔଷଧ ପହଞ୍ଚାଉଛି ।