ଓଡିଶା

odisha

ETV Bharat / business

ଗେମ ଚେଞ୍ଜର ଜନଧନ ସ୍କିମ, ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପର ମୂଳଦୁଆ - ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପ

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା କୁ 6 ବର୍ଷ ପୂରିଲା । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଉପଲବ୍ଧ ଓ ସଫଳତାକୁ ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ..

ଗେମ ଚେଞ୍ଜର ହୋଇଛି ଜନଧନ ସ୍କିମ, ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପର ଏହା ମୂଳଦୁଆ
ଗେମ ଚେଞ୍ଜର ହୋଇଛି ଜନଧନ ସ୍କିମ, ଦାରିଦ୍ର୍ୟ ଦୂରୀକରଣ ପଦକ୍ଷେପର ଏହା ମୂଳଦୁଆ

By

Published : Aug 28, 2020, 1:58 PM IST

ନୂଆଦିଲ୍ଲୀ: ଜନଧନ ଯୋଜନାର ଷଷ୍ଠ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର କହିଛନ୍ତି କି ଏହି ପଦକ୍ଷେପ ପରିବର୍ତ୍ତନ ଆଣିବାକୁ ଯାଉଛି । ଏଥିସହ ଏହା ଦାରିଦ୍ର୍ୟ ଦୂରୀକରଣ ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ମୂଳଦୁଆ ବୋଲି ପ୍ରମାଣିତ ହୋଇଛି।

2014 ରେ ଭାରତୀୟ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ଏହା ସରକାରଙ୍କ ପ୍ରଥମ ପ୍ରମୁଖ ଯୋଜନା ଥିଲା । ଏହା ଅଧିନରେ କୋଟି କୋଟି ଲୋକଙ୍କ, ବିଶେଷ କରି ଗରିବକଙ୍କ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା ।

ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି, ‘‘ଆଜିର ଦିନ, ଛଅ ବର୍ଷ ପୂର୍ବେ, ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଅଧିନରେ ଆକାଉଣ୍ଟ ନଥିବା ଲୋକଙ୍କୁ ବ୍ୟାଙ୍କ ସହିତ ସଂଯୋଗ କରିବା ମହତ୍ୱପୂର୍ଣ୍ଣ ଲକ୍ଷ୍ୟ ସହିତ ଆରମ୍ଭ କରାଯାଇଥିଲା। ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିଛି । ଦାରିଦ୍ର୍ୟ ଦୂରୀକରଣ ପାଇଁ ଅନେକ ପଦକ୍ଷେପର ମୂଳଦୁଆ ବୋଲି ପ୍ରମାଣିତ ହୋଇଛି ଏବଂ ଏହା କୋଟି କୋଟି ଲୋକଙ୍କୁ ଉପକୃତ କରିଛି ।’’

‘‘ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଧନ୍ୟବାଦ, ଯାହା ଅନେକ ପରିବାରର ଭବିଷ୍ୟତକୁ ସୁରକ୍ଷିତ କରିଛି। ଅଧିକାଂଶ ହିତାଧିକାରୀ ଗ୍ରାମାଞ୍ଚଳର ଏବଂ ମହିଳା ଅଟନ୍ତି। ମୁଁ ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନାକୁ ସଫଳ କରିବା ପାଇଁ ଅକ୍ଲାନ୍ତ ପରିଶ୍ରମ କରିଥିବା ସମସ୍ତଙ୍କୁ ପ୍ରଶଂସା କରୁଛି ବୋଲି ପିଏମ କହିଛନ୍ତି ।

ମୋଦି ସେୟାର କରିଥିବା ଗ୍ରାଫିକ୍ସ ଦର୍ଶାଇଛି ଯେ ଏପର୍ଯ୍ୟନ୍ତ 40 କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି । ଯେଉଁଥିରୁ 63 ପ୍ରତିଶତରୁ ଅଧିକ ହିତାଧିକାରୀ ଗ୍ରାମାଞ୍ଚଳର। ସେମାନଙ୍କ ମଧ୍ୟରୁ ପ୍ରାୟ 55 ପ୍ରତିଶତ ମହିଳା ଅଟନ୍ତି।

ଏହି ଯୋଜନା ଯୋଗୁଁ ସିଧାସଳଖ କଲ୍ୟାଣକାରୀ ଯୋଜନାର ସୁବିଧାକୁ ଅସହାୟ ଲୋକଙ୍କୁ ସିଧାସଳଖ ପଠାଯାଇପାରୁଛି ।

ABOUT THE AUTHOR

...view details