ଓଡିଶା

odisha

ETV Bharat / business

ଶୀଘ୍ର ଭାରତକୁ ଆସିବ ଜନସନ ଆଣ୍ଡ ଜନସନ ଟିକା - J&J seeks permission

ଜନସନ ଆଣ୍ଡ ଜନସନ ଭାରତରେ ସିଙ୍ଗଲ ଡୋଜ ଟିକା ପରୀକ୍ଷଣ ପାଇଁ ଔଷଧ ନିୟାମକଙ୍କୁ ଅନୁମତି ମାଗିଛି । ଭାରତରେ ଋଷ ଟିକା ବ୍ୟବହାର ପାଇଁ ସରକାର ଗ୍ରୀନ ସିଗନାଲ ଦେଇସାରିଛନ୍ତି । ଅଧିକ ପଢନ୍ତୁ..

ଶୀଘ୍ର ଭାରତକୁ ଆସିବ ଜନସନ ଆଣ୍ଡ ଜନସନ  ଟିକା
ଶୀଘ୍ର ଭାରତକୁ ଆସିବ ଜନସନ ଆଣ୍ଡ ଜନସନ ଟିକା

By

Published : Apr 21, 2021, 6:43 PM IST

ନୂଆଦିଲ୍ଲୀ: ଭାରତକୁ ଆସିପାରେ ଜନସନ ଆଣ୍ଡ ଜନସନ କୋରୋନା ଟିକା । ଔଷଧ ଓ ଚିକିତ୍ସା ଉପକରଣ ନିର୍ମାତା ବହୁରାଷ୍ଟ୍ରୀୟ କମ୍ପାନୀ ଜନସନ ଆଣ୍ଡ ଜନସନ ଭାରତରେ ସିଙ୍ଗଲ ଡୋଜ ଟିକା ପରୀକ୍ଷଣ ପାଇଁ ଔଷଧ ନିୟାମକଙ୍କୁ ଅନୁମତି ମାଗିଛି । ସ୍ଥାନୀୟ ନିୟାମକର ଅନୁପାଳନ କରିବା ଏହାର ଲକ୍ଷ୍ୟ ।

ଫେବୃଆରୀରେ ଜନସନ ଆଣ୍ଡ ଜନସନକୁ କୋଭିଡ-19 ପ୍ରତିକାର ଟୀକାକୁ ଲାଗି ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ୟୁଏସଏଫଡିଏ) ମଞ୍ଜୁରୀ ଦେଇଥିଲା । କମ୍ପାନୀ ଏକ ବିବୃତ୍ତିରେ କହିଛି କି, ‘‘ ଜନସନ ଆଣ୍ଡ ଜନସନ ସ୍ବାସ୍ଥ୍ୟ ପ୍ରାଧିକରଣ ଏବଂ ବିଶ୍ବର ସର୍ବୋତ୍ତମ ବୈଜ୍ଞାନିକଙ୍କ ସହ ମିଶି ସମଗ୍ର ଦୁନିଆରେ ଏହାର ଆଣ୍ଟି-କୋଭିଡ ଟିକା ଜନସନ ର ଜରୁରୀକାଳୀନ ବ୍ୟବହାର ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି ।

ପ୍ରକାଶ ଯେ, ସରକାର ଗତ ସପ୍ତାହରେ ଋଷ ଟିକା ସ୍ପୁଟନିକ-5ର ଆମଦାନୀକୁ ମଞ୍ଜୁରି ଦେଇଛନ୍ତି । ଏହି ଟିକା ଭୂତାଣୁ ଉପରେ 97.6 ପ୍ରତିଶତ ପ୍ରଭାବୀ ବୋଲି ଋଷ ବୈଜ୍ଞାନିକ ଦାବି କରିଛନ୍ତି । ଏହାକୁ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଆମେରିକା, ୟୁରୋପ , ବ୍ରିଟେନ , ଜାପାନ ନିୟାମକ ମଧ୍ୟ ମଞ୍ଜୁରୀ ଦେଇଛନ୍ତି । ଏଣୁ ଭାରତରେ ପରୀକ୍ଷଣ ପାଇଁ ଜନସନ ଆଣ୍ଡ ଜନସନ ମଞ୍ଜୁରୀ ମାଗିଛି । ସେପଟେ ଆମେରିକାକୁ ଜନସନ ଆଣ୍ଡ ଜନସନ ମଧ୍ୟ ଏହାର ସିଙ୍ଗଲ ଡୋଜ ପରୀକ୍ଷଣ ପାଇଁ ଅନୁମତି ମାଗିଛି । ତେବେ ଶୀଘ୍ର ଏନେଇ ଅନୁମତି ମିଳିବ ସମ୍ଭାବନା ରହିଛି ।

ABOUT THE AUTHOR

...view details