ଓଡିଶା

odisha

ETV Bharat / business

3.75 କୋଟି କରଦାତା ଦାଖଲ କଲେଣି ଆୟକର ରିଟର୍ଣ୍ଣ - କରଦାତା ଦାଖଲ କଲେ ରିଟର୍ଣ୍ଣ

‘‘ ଆକଳନ ବର୍ଷ 2020-21 ପାଇଁ ଡିସେମ୍ବର 21 ସୁଦ୍ଧା 3.75 ଲକ୍ଷ କୋଟି କରଦାତା ପୂର୍ବରୁ ହିଁ ରିଟର୍ଣ୍ଣ ଦାଖଲ କରିସାରିଲେଣି । କଣ ଆପଣ ଭରିଲେଣି ? ଯଦି ଭରିନାହାନ୍ତି ତେବେ ତୁରନ୍ତ ଭରନ୍ତୁ । ’’

3.75  କୋଟି କରଦାତା ଦାଖଲ କଲେଣି ଆୟକର ରିଟର୍ଣ୍ଣ
3.75 କୋଟି କରଦାତା ଦାଖଲ କଲେଣି ଆୟକର ରିଟର୍ଣ୍ଣ

By

Published : Dec 22, 2020, 10:48 PM IST

ନୂଆଦିଲ୍ଲୀ: ଡିସେମ୍ବର 21 ସୁଦ୍ଧା 3.75 କୋଟି କରଦାତା ପୂର୍ବରୁ ହିଁ ଆକଳନ ବର୍ଷ 2020-21 (ଆର୍ଥିକ ବର୍ଷ 2019-20) ପାଇଁ ଆୟକର ରିଟର୍ଣ୍ଣ ଭରିସାରିଲେଣି । ଏନେଇ ମଙ୍ଗଳବାର ଆୟକର ବିଭାଗ ସୂଚନା ଦେଇଛି ।

ବିଭାଗ ପକ୍ଷରୁ ଟ୍ବିଟ କରି କୁହାଯାଇଛି କି, ‘‘ ଆକଳନ ବର୍ଷ 2020-21 ପାଇଁ ଡିସେମ୍ବର 21 ସୁଦ୍ଧା 3.75 ଲକ୍ଷ କୋଟି କରଦାତା ପୂର୍ବରୁ ହିଁ ରିଟର୍ଣ୍ଣ ଦାଖଲ କରିସାରିଲେଣି । କଣ ଆପଣ ଭରିଲେଣି ? ଯଦି ଭରିନାହାନ୍ତି ତେବେ ତୁରନ୍ତ ଭରନ୍ତୁ । ’’

3.75 କୋଟି କରଦାତା ଦାଖଲ କଲେଣି ଆୟକର ରିଟର୍ଣ୍ଣ

ମୋଟ 2.17 କୋଟି କରଦାତା ଆଇଟିଆର-1 , 79.82 ଲକ୍ଷ ଆଇଟିଆର-4 , 43.18 ଲକ୍ଷ ଆଇଟିଆର-3 ଏବଂ 26.56 ଲକ୍ଷ ଆଇଟିଆର-2 ଦାଖଲ କରିଛନ୍ତି । ବ୍ୟକ୍ତିଗତ କରଦାତାଙ୍କ ପାଇଁ ଆର୍ଥିକ ବର୍ଷ 2019-20 (ଆକଳନ ବର୍ଷ 2020-21)ରେ ଆୟକର ରିଟର୍ଣ୍ଣ ଭରିବା ସମୟସୀମା 2020 ଡିସେମ୍ବର 31 ରେ ଶେଷ ହେବ । ଆଉ ଯେଉଁ ଖାତାର ଅଡିଟ ଆବଶ୍ୟକ , ତାହାକୁ 2020 ଜାନୁଆରୀ 31 ସୁଦ୍ଧା ଭରିବା ଆବଶ୍ୟକତା ରହିଛି ।

3.75 କୋଟି କରଦାତା ଦାଖଲ କଲେଣି ଆୟକର ରିଟର୍ଣ୍ଣ

ତେବେ କୋଭିଡ-19 ମହାମାରୀ ଯୋଗୁଁ ଆୟକର ରିଟର୍ଣ୍ଣ ଭରିବା ସମୟସୀମା ଜୁଲାଇ 31 ଓ ପରେ 2020 ଅକ୍ଟୋବର 31ରୁ ଆଗକୁ ବଢାଯାଇଛି । ଆର୍ଥିକ ବର୍ଷ 2018-19 (ଆକଳନ ବର୍ଷ 2019-20 ) ପାଇଁ ବିନା ବିଳମ୍ବ ଶୁଳ୍କର କର ରିଟର୍ଣ୍ଣ ଭରିବା ସମୟସୀମା ସମାପ୍ତ ହେବା ପରେ 5.65 କୋଟିରୁ ଅଧିକ ରିଟର୍ଣ୍ଣ ଦାଖଲ କରାଯାଇଛି । ଗତ ବର୍ଷ ମଧ୍ୟ ଏହି ସମୟସୀମାକୁ ଅଗଷ୍ଟ 31 ଯାଏଁ ବଢାଇଦିଆଯାଇଥିଲା । ବିଭାଗ ଅନୁସାରେ ତୁଳାନତ୍ମକ ଆଧାରରେ ଦେଖିଲେ , 2019 ଅଗଷ୍ଟ 21 ଯାଏଁ 3.63 କୋଟି ଆଇଟିଆର ଭରାଯାଇଛି । ଯେତେବେଳେ କି ଏ ବର୍ଷ 2020 ଡିସେମ୍ବର 21 ସୁଦ୍ଧା 3.75 କୋଟି ଆଇଟିଆର ଭରାଯାଇଛି ।

ABOUT THE AUTHOR

...view details