ଓଡିଶା

odisha

ETV Bharat / business

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

2018-19 ଆର୍ଥିକ ବର୍ଷ ପାଇଁ ଜୁଲାଇ 31କୁ ବଢିଲା ଆୟକର ରିଟର୍ଣ୍ଣ ଦାଖଲର ଅବଧି । ଅଧିକ ପଢନ୍ତୁ..

ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି
ବଢିଲା ଆୟକର ରିଟର୍ଣ୍ଣ ଦାଖଲ ଅବଧି

By

Published : Jun 25, 2020, 12:12 PM IST

ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ ଅବଧି ବଢାଇଛନ୍ତି ସରକାର । 2018-19 ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ଜୁଲାଇ 31କୁ ବୃଦ୍ଧି ପାଇଛି ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ବୋର୍ଡ(ସିବିଡିଟି) ଏକ ବିଜ୍ଞପ୍ତି ଜାରି କରି 2019-20 ଆର୍ଥିକ ବର୍ଷ ମଧ୍ୟରେ କର ରିହାତି ପାଇଁ ବିଭିନ୍ନ ନିବେଶ ସମୟସୀମାକୁ 2020 ଜୁଲାଇ 31 ପର୍ଯ୍ୟନ୍ତ ଏକ ମାସ ଯାଏଁ ବଢାଇଛନ୍ତି ।

ସେହିପରି ଆର୍ଥିକ ବର୍ଷ 2019-20 ପାଇଁ ଆୟକର ରିଟର୍ଣ୍ଣ ଦାଖଲ ସମୟସୀମା ପୂର୍ବରୁ 2020 ନଭେମ୍ବର 30କୁ ବଢାଇ ଦିଆଯାଇଛି ।

ଏହାବ୍ୟତୀତ ସରକାର ଟିକସ ଅଡିଟ ଦାଖଲ ସମୟସୀମାକୁ 2020 ଅକ୍ଟୋବର 31 ଯାଏଁ ବଢାଇଛନ୍ତି ।

କୋରୋନା ସଂକ୍ରମଣ ଓ ଲକଡାଉନ କଟକଣା ମଧ୍ୟରେ ଆର୍ଥିକ ଗତିବିଧି ଧୀମେଇ ପଡିଛି । ଏପରି ସ୍ଥିତିରେ କରଦାତାଙ୍କୁ ସୁବିଧା ଦେବା ପାଇଁ କେନ୍ଦ୍ର ସରକାର ଏ ନେଇ ନିଷ୍ପତ୍ତି ନେଇଛନ୍ତି ।

ABOUT THE AUTHOR

...view details