ଓଡିଶା

odisha

ETV Bharat / business

ବକେୟା ମାମଲାରେ 1.7 ଲକ୍ଷ କରଦାତାଙ୍କୁ ଇମେଲ ପଠାଇଲା ଆୟକର ବିଭାଗ

କୋରୋନା ସଙ୍କଟ ମଧ୍ୟରେ କରଦାତାଙ୍କୁ ସହଯୋଗ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏପ୍ରିଲ 8ରେ ତୀବ୍ର ଗତିରେ କର ରିଫଣ୍ଡ କରୁଛି । ଅଧିକ ପଢନ୍ତୁ...

By

Published : Apr 21, 2020, 11:19 PM IST

it dept sends e mails to 1.72 lakh assessees over outstanding tax dues
ବକେୟା ମାମଲାରେ 1.7 ଲକ୍ଷ କରଦାତାଙ୍କୁ ଇମେଲ ପଠାଇଲା ଆୟକର ବିଭାଗ

ନୂଆଦିଲ୍ଲୀ: ଷ୍ଟାର୍ଟଅପ, କମ୍ପାନୀ, ଓ ବ୍ୟକ୍ତିଗତ ସମେତ 1.72 ଲକ୍ଷ କରଦାତାଙ୍କୁ ଇମେଲ ପଠାଇ ବକେୟା କର ସମ୍ଭନ୍ଧରେ ସୂଚନା ଦେବାକୁ କହିଛି ଆୟକର ବିଭାଗ । ଏହି କରଦାତାଙ୍କ ଉପରେ ବକେୟା କର ସହ ରିଫଣ୍ଡ ଦାବି ମଧ୍ୟ ରହିଛି ।

କୋରୋନା ସଙ୍କଟ ମଧ୍ୟରେ କରଦାତାଙ୍କୁ ସହଯୋଗ ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏପ୍ରିଲ 8ରେ ତୀବ୍ର ଗତିରେ କର ରିଫଣ୍ଡ କରୁଛି । ଏବେ ସୁଦ୍ଧା ସିବିଡିଟି 14 ଲକ୍ଷ ବିଭିନ୍ନ କରଦାତାଙ୍କୁ 9,000 କୋଟି ଟଙ୍କାର ରିଫଣ୍ଡ ଦେଇସାରିଛି । ଏହି କରଦାତାଙ୍କ ମଧ୍ୟରେ ବ୍ୟକ୍ତିଗତ କରଦାତା, ହିନ୍ଦୁ ଅବିଭାଜିତ ପରିବାର, କମ୍ପାନୀ, ଷ୍ଟାର୍ଟଅପ ଓ ଏମଏସଏମଇ ମଧ୍ୟ ସାମିଲ ରହିଛି ।

ସିବିଡିଟି ଏକ ବିବୃତ୍ତିରେ କହିଛି ଯେ, ଯେଉଁମାନଙ୍କ କର ଫେରସ୍ତ କରାଯିବ ଆଉ ସେମାନଙ୍କ ବକେୟା ମଧ୍ୟ ରହିଛି, ସେହି କରଦାତାଙ୍କୁ ଇମେଲ ପଠାଯାଇ ସ୍ପଷ୍ଟିକରଣ ମଗାଯାଇଛି ।

ଏହା ଅନୁଯାୟୀ, ବିଭାଗ କରଦାତାଙ୍କୁ ଏକ ସୁଯୋଗ ଦେଇଛି । ସେମାନେ ବକେୟା କରକୁ ଭରିପାରିବେ ବା ସେହି କର ସ୍ଥିତିର ସମ୍ବନ୍ଧରେ ସୂଚନା ଦେଇପାରିବେ ।

ABOUT THE AUTHOR

...view details