ଓଡିଶା

odisha

ETV Bharat / business

ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀ: ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ର ସାମିଲ - 40 Under 40 influencer

ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀରେ ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ରଙ୍କୁ ମିଳିଛି ସ୍ଥାନ । ଅଧିକ ପଢନ୍ତୁ..

ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀ : ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ର ସାମିଲ
ଫର୍ଚ୍ୟୁନର 40 ଅଣ୍ଡର 40 ସୂଚୀ : ଇଶା, ଆକାଶ ଅମ୍ବାନୀ ଓ ବାୟଜୁ ରବିନ୍ଦ୍ର ସାମିଲ

By

Published : Sep 3, 2020, 2:07 PM IST

ନୂଆଦିଲ୍ଲୀ: ଫର୍ଚ୍ୟୁନର ବିଶ୍ବର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସୂଚୀ ‘40 ଅଣ୍ଡର 40’ ପ୍ରକାଶିତ । ଏଥିରେ ଅରବପତି ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ଓ ପୁଅ ଆକାଶ ଅମ୍ବାନୀ ତଥା ବାୟଜୁର ପ୍ରତିଷ୍ଠାତା ବାୟୁଜ ରବିନ୍ଦ୍ରଙ୍କୁ ସ୍ଥାନ ମିଳିଛି ।

ଏଥିରେ କୁହାଯାଇଛି କି କୋରୋନା ଭାଇରସ ମହାମାରୀ ଲୋକମାନଙ୍କର କାର୍ଯ୍ୟ ଏବଂ ପାରସ୍ପରିକ କାର୍ଯ୍ୟକଳାପକୁ ବଦଳାଇ ଦେଇଛି । ଏଭଳି ପରିସ୍ଥିତିରେ, କେତେକ କାର୍ଯ୍ୟନିର୍ବାହୀ ନିଜ ବ୍ୟବସାୟ ହରାଇବା ପରେ ମଧ୍ୟ କର୍ମଚାରୀଙ୍କୁ ସଶକ୍ତ କରିବା ଦିଗରେ ଶୀଘ୍ର ପଦକ୍ଷେପ ନେଇଥିଲେ। ଫର୍ଚ୍ୟୁନ ମାଗାଜିକ କହିଛି କି, ‘ପରିବର୍ତ୍ତନର ଏହି ତରଙ୍ଗ ପ୍ରତିଫଳିତ କରିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ କି, ଏହାକୁ ଚଳିତ ବର୍ଷର ‘ 40 ଅଣ୍ଡର 40 ତାଲିକାରେ ରଖିବାକୁ ହେବ। ଏଥିପାଇଁ ଆମକୁ ଆମର ସ୍ତର ବଢାଇବାକୁ ପଡିବ ଏବଂ ଅଧିକ ଗଭୀର ଭାବରେ ଖୋଜିବାକୁ ପଡିବ ।

ଏ ବର୍ଷର ସୂଚୀରେ 40 ବର୍ଷର ବୟସର ଏଭଳି 40 ଲୋକ ସାମିଲ ଥିଲେ, ଯେଉଁମାନେ ପରିବର୍ତ୍ତନକୁ ପ୍ରୋତ୍ସାହିତ ଦେଇଛନ୍ତି । ଏମାନେ ସବୁ 5 ଟି ଶ୍ରେଣି, ଅର୍ଥ, ପ୍ରଯୁକ୍ତିବିଦ୍ୟା, ସ୍ବାସ୍ଥ୍ୟ ସେବା , ସରକାର ଏବଂ ରାଜନୀତି ଏବଂ ମିଡିଆ ଓ ମନୋରଞ୍ଜନରୁ ରହିଥିଲେ । ପ୍ରଯୁକ୍ତିବିଦ୍ୟାର ସୂଚୀରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ରବିନ୍ଦ୍ର ସାମିଲ ଅଛନ୍ତି । ଏହି ସୂଚୀରେ ସାଓମି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ମନୁ କୁମାର ଜୈନ ମଧ୍ୟ ରହିଛନ୍ତି ।

ABOUT THE AUTHOR

...view details