ଓଡିଶା

odisha

By

Published : Jul 17, 2020, 8:29 PM IST

ETV Bharat / business

ଅସ୍ଥାୟୀ କୋଭିଡ-19 ହସ୍ପିଟାଲ ଚିକିତ୍ସା ଖର୍ଚ୍ଚ ଦାବିର ହେଉ ସମାଧାନ: ଇରଡା

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ କୋଭିଡ ଅସ୍ଥାୟୀ ହସ୍ପିଟାଲକୁ ହିଁ ହସ୍ପିଟାଲ ଗ୍ରହଣ କରିବା ଦରକାର । ଏଥିସହ ବୀମା କମ୍ପାନୀ ନିୟମ ଅନୁସାରେ ପଲିସିଧାରଙ୍କ ଦାବି ସମାଧାନ କରନ୍ତୁ ବୋଲି କହିଛି ଇରଡା । ଅଧିକ ପଢନ୍ତୁ..

Irdai asks insurers to settle claims for treatment in make-shift covid-19 hospitals
Irdai asks insurers to settle claims for treatment in make-shift covid-19 hospitals

ନୂଆଦିଲ୍ଲୀ: ପଲିସିଧାରୀଙ୍କୁ ଆଶ୍ବସ୍ତି ଦେବା ପାଇଁ ଜାରି ରହିଛି ବୀମା ନିୟାମକ ଇରଡାର ପ୍ରୟାସ । କୋଭିଡ-19 ସଂକ୍ରମିତ ରୋଗୀଙ୍କ ପାଇଁ ହୋଇଥିବା ଅସ୍ଥାୟୀ ହସ୍ପିଟାଲରେ ଚିକିତ୍ସା ସହ ଜଡିତ ଦାବିକୁ ସମାଧାନ ପାଇଁ ସାଧାରଣ ତଥା ସ୍ୱାସ୍ଥ୍ୟ ବୀମାକାରୀଙ୍କୁ କହିଛି ଇରଡା ।

କୋଭିଡ-19 ମାମଲା ବୃଦ୍ଧିକୁ ନଜରର ରଖି ଅନେକ ରାଜ୍ୟ ସରକାର ଅସ୍ଥାୟୀ ହସ୍ପିଟାଲ ତିଆରି କରିଛନ୍ତି ।

ଇସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପମେଣ୍ଟ ଅଥରଟି ( ଇରଡା) ଏକ ସର୍କୁଲାରରେ ଦର୍ଶାଇଛି ଯେ, ପଲିସି ଚୁକ୍ତିନାମାର ନିୟମ ଓ ସର୍ତ୍ତ ଅନୁଯାୟୀ କୋଭିଡ-19 ଚିକିତ୍ସା ଖର୍ଚ୍ଚ କଭର ନେଇ ନିଶ୍ଚିତ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁମୋଦିତ ଅସ୍ଥାୟୀ ହସ୍ପିଟାଲକୁ ହିଁ ହସ୍ପିଟାଲ ଗ୍ରହଣ କରାଯିବ । ଏଥିସହ ବୀମା କମ୍ପାନୀ ନିୟମ ଅନୁସାରେ ଦାବି ସମାଧାନ କରିବେ ।

ଇରଡା କହିଛି ଯେ, ଯେତେବେଳେ କୋଭିଡ -19 ସଂକ୍ରମିତ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ଜଣେ ପଲିସିଧାରୀ ଏପରି ଅସ୍ଥାୟୀ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି, ସେତେବଳେ ପଲିସି ଚୁକ୍ତିନାମା ଅନୁଯାୟୀ ଡାକ୍ତରଖାନାର ପରିଭାଷାକୁ କିଛି ବି ହେଉ ପଛେ ଚିକିତ୍ସା ଖର୍ଚ୍ଚର ସମାଧାନ ବୀମା କମ୍ପାନୀଗୁଡିକ କରିବେ ।

ABOUT THE AUTHOR

...view details