ଓଡିଶା

odisha

By

Published : Jul 22, 2020, 3:58 PM IST

ETV Bharat / business

‘କୋରୋନା କବଚ’ର ଗ୍ରୁପ ବୀମା ପଲିସି ଆଣିବାକୁ ଇରଡାର ଅନୁମତି

ଏବେ ପବ୍ଲିକ ଓ ପ୍ରାଇଭେଟ କମ୍ପାନୀ ଓ ବ୍ୟବସାୟିକ ୟୁନିଟଗୁଡିକ ନିଜ କର୍ମଚାରୀଙ୍କୁ କୋରୋନା କବଳରୁ ବଞ୍ଚାଇବା ପାଇଁ ବୀମା କଭର ଦେଇପାରିବେ । ଏଥିପାଇଁ କୋରୋନା କବଚ ସ୍ବାସ୍ଥ୍ୟ ବୀମା ପଲିସିର ଗ୍ରୁର ପ୍ଲାଣ ଆଣିବେ ବୀମା କମ୍ପାନୀ । ଅଧିକ ପଢନ୍ତୁ..

‘କୋରୋନା କବଚ’ର ଗ୍ରୁପ ବୀମା ପଲିସି ଆଣିବାକୁ ଇରଡାର ଅନୁମତି
‘କୋରୋନା କବଚ’ର ଗ୍ରୁପ ବୀମା ପଲିସି ଆଣିବାକୁ ଇରଡାର ଅନୁମତି

ନୂଆଦିଲ୍ଲୀ: ଦେଶରେ କୋରୋନା ସଂକ୍ରମଣ ମାମଲା ତୀବ୍ର ଗତିରେ ବଢିଚାଲିଛି । ଏଭଳି ସ୍ଥିତିରେ ସ୍ବାସ୍ଥ୍ୟ ବୀମା କରୁଥିବା କମ୍ପାନୀଙ୍କୁ ‘କୋରୋନା କବଚ’କୁ ସମୂହ ସ୍ବାସ୍ଥ୍ୟ ବୀମା ଯୋଜନା ପଲିସି ରୂପରେ ଆଣିବା ପାଇଁ ଅନୁମତି ଦେଇଛି ଭାରତୀୟ ବୀମା ବିକାଶ ତଥା ନିୟାମକ ପ୍ରାଧିକରଣ(ଇରଡା) ।

ଇରଡାର କହିବା ଅନୁସାରେ , ଏହା ଦ୍ବାରା ସର୍ବାଜନୀକ ଓ ଘରୋଇ କ୍ଷେତ୍ରର କମ୍ପାନୀ ଓ ଅନ୍ୟ ବ୍ୟବସାୟିକ ୟୁନିଟଗୁଡିକ ନିଜ କର୍ମଚାରୀଙ୍କୁ କୋରୋନା କବଳରୁ ବଞ୍ଚାଇବା ପାଇଁ ବୀମା କଭର ଦେଇପାରିବେ ।

ବୀମା କମ୍ପାନୀ ମୁତାବକ, କୋରୋନା ଭାଇରସ ମହାମାରୀ ମଧ୍ୟରେ ଜୁଲାଇ 10 ରେ ଆରମ୍ଭ ହୋଇଥିବା ସର୍ଟଟର୍ମ ବ୍ୟକ୍ତିଗତ ‘କୋରୋନା କବଚ’ ପଲିସି ଲୋକପ୍ରିୟ ହେଉଛି । ଏ ନେଇ ଲୋକଙ୍କ ପ୍ରତିକ୍ରିୟା ଭଲ ମିଳୁଛି । ସମସ୍ତ 30 ସାଧାରଣ ବୀମା କମ୍ପାନୀ ସର୍ଟଟର୍ମ ପାଇଁ ଦିଆଯାଇଥିବା ଏହି ପଲିସିକୁ ବଜାରକୁ ଆଣିଛନ୍ତି ।

ଇରଡା ଏକ ସର୍କୁଲାର ଜାରି କରି କହିଛି କି, ଏହି କ୍ଷେତ୍ରରେ ବୀମା ପଲିସି ମଧ୍ୟ ବିଭିନ୍ନ ଘରୋଇ ଓ ସାର୍ବଜନୀନ ପ୍ରତିଷ୍ଠାନ ପାଇଁ ବହୁତ ଉପଯୋଗ ସାବ୍ୟସ୍ଥ ହେବ । ଏହା ଦ୍ବାରା କମ୍ପାନୀ ନିଜ କର୍ମଚାରଙ୍କୁ କୋଭିଡ-19 ସମ୍ବନ୍ଧିତ ଚିକିତ୍ସା ଖର୍ଚ୍ଚ ନେଇ ଆବଶ୍ୟକୀୟ କଭର ପ୍ରଦାନ କରିପାରିବ ।

ସର୍ଟଟର୍ମ କୋରୋନା କବଚ ପଲିସି ସାଢେ 3 ମାସ, ସାଢେ 6 ମାସ ଓ ସାଢେ 9 ମାସ ପାଇଁ ଜାରି କରାଯାଇପାରିବ । ଏଥିରେ ବୀମା ପଲିସି 50 ହଜାର ଟଙ୍କାରୁ ଆରମ୍ଭ କରି 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି । କୌଣସି ଗ୍ରୁର ବୀମା ପାଇଁ ସମସ୍ତ ସର୍ତ୍ତ ଓ ନିୟମ ସମାନ ରହିବ , ଯାହା ବ୍ୟକ୍ତିଗତ କୋରୋନା କବଚ ପଲିସି ପାଇଁ ରହିଛି ।

ABOUT THE AUTHOR

...view details