ଓଡିଶା

odisha

ETV Bharat / business

ଋଷରୁ ଆସିବ ଅଶୋଧିତ ତୈଳ, ସରିଲା ପ୍ରଥମ ବୁଝାମଣା - crude oil from russia

ଆଗକୁ କମିପାରେ ତେଲ ଦାମ । ଚାହିଦା ଅନୁଯାୟୀ ହେବ ଯୋଗାଣ । କାରଣ ଏବେ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ଅଶୋଧିତ ତୈଳ ଆମଦାନୀ ପାଇଁ ଋଷ ସହ କରୁଛି ବୁଝାମଣା । ବୁଧବାର ପ୍ରଥମ ନିଶ୍ଚିତ ଅବଧି ଅନୁବନ୍ଧ ଉପରେ ହସ୍ତାକ୍ଷର କରିଛି ଆଇଓସି ।

ioc signed first agreement on import of crude oil from russia
ଋଷରୁ ଆସିବ ଆଶୋଧିଧ ତୈଳ, ସରିଲା ପ୍ରଥମ ବୁଝାମଣା

By

Published : Feb 6, 2020, 2:22 PM IST

ନୂଆଦିଲ୍ଲୀ: ଆଗକୁ କମିପାରେ ତେଲ ଦାମ । ଚାହିଦା ଅନୁଯାୟୀ ହେବ ଯୋଗାଣ । କାରଣ ଏବେ ଇଣ୍ଡିଆନ ଅଏଲ କର୍ପୋରେସନ(ଆଇଓସି) ଅଶୋଧିତ ତେଲ ଆମଦାନୀ ପାଇଁ ଋଷ ସହ କରୁଛି ବୁଝାମଣା । ବୁଧବାର ପ୍ରଥମ ନିଶ୍ଚିତ ଅବଧି ଅନୁବନ୍ଧ ଉପରେ ହସ୍ତାକ୍ଷର କରିଛି ଆଇଓସି ।


ବିଶ୍ବର ତୃତୀୟ ତୈଳ ଉପଭୋକ୍ତା ଭାରତ , ପଶ୍ଚିମ ଏସିଆରେ ବିବାଦକୁ ଦେଖି ଅଶୋଧିତ ତୈଳର ଯୋଗାଣକୁ ପୂରଣ କରିବାକୁ ଏହି ବୁଝାମଣା କରାଯାଇଛି । ଋଷର କମ୍ପାନୀର ମୁଖ୍ୟ କାର୍ଯ୍ୟପାଳକ ଅଧିକାରୀ ଇଗୋର ସୋଚିନଙ୍କ ସହ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଏ ନେଇ ପ୍ରଧାନ କହିଛନ୍ତି ଯେ, ଆଇଓସି ରୋସନେଫ୍ଟରୁ 20 ଲକ୍ଷ ଟନ ଉରାଲ ସ୍ତରର ଅଶୋଧିତ ତୈଳ ଆମଦାନୀ ପାଇଁ ବୁଝାମଣା କରିଛନ୍ତି ।

ଭାରତ ନିଜ ମୋଟ ଶକ୍ତି ଚାହିଦାରୁ 83 ପ୍ରତିଶତ ଆମଦାନୀ ଜରିଆରେ ପୂରଣ କରିଥାଏ । ଏଥିରୁ ଦୁଇ-ତୃତୀୟାଂଶ ଆମଦାନୀ ପଶ୍ଚିମ ଏସିଆରୁ ଆସିଥାଏ । ଇରାକ ପରେ ସାଉଦିଆରବ ସର୍ବବୃହତ୍ତ ଅଶୋଧିତ ତୈଳ ଯୋଗାଣକାରୀ ରାଷ୍ଟ୍ର ।

ପିଟିଆଇ

ABOUT THE AUTHOR

...view details