ନୂଆଦିଲ୍ଲୀ: ଭାରୀ ମାନ୍ଦାବସ୍ଥା ପରେ ସୁଧୁରିଲା ସେୟାର ବଜାର । ଅଣ୍ଟା ସଳଖିଲା ସେନସେକ୍ସ । ଶୁକ୍ରବାର ସକାଳୁ ଯଦିଓ ସେୟାର ତଳମୁହାଁ ହୋଇ କାରବାର କରୁଥିଲା, ହେଲେ ମଧ୍ୟାହ୍ନରେ 144 ପଏଣ୍ଟ ବଢି ସେନସେକ୍ସ ପାଖାପାଖି 38 ହଜାରରେ କାରବାର କରୁଛି ।
ଅସ୍ଥିର ବଜାର ସୁଧୁରୁଛି, ଆଶା-ଆଶଙ୍କାରେ ନିବେଶକ - ମାନ୍ଦାବସ୍ଥା
ଶୁକ୍ରବାର ମଧ୍ୟାହ୍ନରେ ସୁଧୁରିଲା ବଜାର । ସେନସେକ୍ସ 144 ପଏଣ୍ଟ ବୃଦ୍ଧି ସହ କାରବାର କରୁଛି । ଆଗକୁ ବଜାର ଖସିବ କି ବୃଦ୍ଧି ପାଇବ ସେହି ଆଶଙ୍କାରେ ନିବେଶକ ।
ପ୍ରତୀକାତ୍ମକ ଫଟୋ
ଶୁକ୍ରବାର ସକାଳୁ ସେନସେକ୍ସ 51.05 ପଏଣ୍ଟ ଖସି 37,779.93 ଓ ନିଫ୍ଟି 9.90 ପଏଣ୍ଟ ହ୍ରାସ ପାଇ 11,242.30ରେ ଖୋଲିଥିଲା । ଏଥିରୁ ଅନୁମାନ କରାଯାଉଥିଲା ସପ୍ତମ ଦିନ ଧରି କାରବାର ମାନ୍ଦା ସହ ଚାଲିବ । ତେବେ ଦୁର୍ବଳ ଘରୋଇ ଓ ବୈଷୟିକ ସଙ୍କେତ ମଧ୍ୟରେ ବିଦେଶୀ ନିବେଶ ହ୍ରାସ ପାଇଥିବା ଯୋଗୁଁ ଗତ 6 ଦିନ ଧରି ଏପରି ମାନ୍ଦାବସ୍ଥା ଦେଖାଦେଇଛି ।
ଆଗକୁ ଏଥିରେ ସୁଧାର ନ ଆସିଲେ ନିବେଶକ ଭାରୀ କ୍ଷତି ସହିବା ଆଶଙ୍କା ରହିଛି ।