ଓଡିଶା

odisha

ETV Bharat / business

ନଭେମ୍ବର 30 ଯାଏଁ ବନ୍ଦ ଅନ୍ତର୍ଜାତୀୟ ଉଡାଣ

ନଭେମ୍ବର 30 ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ । ବୁଧବାର ଏ ନେଇ ଡିଡିସିଏ ପକ୍ଷରୁ ନିୟମ ଲାଗୁ ହୋଇଛି । ଅଧିକ ପଢନ୍ତୁ..

ନଭେମ୍ବର 30 ଯାଏଁ ବନ୍ଦ ଅନ୍ତର୍ଜାତୀୟ ଉଡାଣ
ନଭେମ୍ବର 30 ଯାଏଁ ବନ୍ଦ ଅନ୍ତର୍ଜାତୀୟ ଉଡାଣ

By

Published : Oct 28, 2020, 3:48 PM IST

ନୂଆଦିଲ୍ଲୀ: ଅନଲକ 5.0 ଲାଗୁ ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତାଦେଶ ଅବଧି ବଢିଲା । ନଭେମ୍ବର 30 ପର୍ଯ୍ୟନ୍ତ ବନ୍ଦ ରହିବ ଅନ୍ତର୍ଜାତୀୟ ବ୍ୟବସାୟିକ ଯାତ୍ରୀବାହୀ ବିମାନ ଚଳାଚଳ । ବୁଧବାର ଏ ନେଇ କେନ୍ଦ୍ର ପକ୍ଷରୁ ନିୟମ ଲାଗୁ ହୋଇଛି ।

ତେବେ ଅନ୍ତର୍ଜାତୀୟ ପଣ୍ୟବାହୀ ବିମାନ ଚଳାଚଳ ଏବଂ ଡିଜିସିଏରୁ ସ୍ବତନ୍ତ୍ର ଅନୁମୋଦନ ପାଇଥିବା ବିମାନ ଚଳାଚଳ ପାଇଁ ଏହି କଟକଣା ଲାଗୁ ହେବ ନାହିଁ । ବୁଧବାର ଏ ନେଇ ବିବୃତ୍ତି ଜାରି କରି କୁହାଯାଇଛି ।

ବର୍ତ୍ତମାନ ଭାରତ ଅନେକ ଦେଶ ସହ 'ଏୟାର ବବଲ' ଚୁକ୍ତି କରିଛି । ଏହା ଉଭୟ ଦେଶର ନାଗରିକଙ୍କୁ ଉଭୟ ଦିଗକୁ ଯାତ୍ରା କରିବାକୁ ଅନୁମତି ଦେଇଥାଏ । ଏହା ଦ୍ବିପାକ୍ଷିକ ବିମାନ ଚଳାଚଳ ଚୁକ୍ତି ଅଧିନରେ ବିଭିନ୍ନ ଘରୋଇ ସେକ୍ଟରର ବିମାନ ସେବା କମ୍ପାନୀ ନଭେମ୍ବରରୁ ଅନ୍ତର୍ଜାତୀୟ ଉଡାଣ କରିବେ ।

କୋରୋନା ମହାମାରୀ କାରଣରୁ ମାର୍ଚ୍ଚ 25 ରୁ ଭାରତରେ ଅନ୍ତର୍ଜାତୀୟ ବିମାନ ସେବା ସ୍ଥଗିତ ରହିଛି । କିନ୍ତୁ ବନ୍ଦେ ଭାରତ ମିଶନ ଅଧୀନରେ ଗତ ମେ ମାସରୁ ସ୍ବତନ୍ତ୍ର ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି ।

ପ୍ରକାଶ ଯେ, ମେ 25ରୁ ଘରୋଇ ବିମାନ ଚଳାଚଳ ସେବା ଜାରି ରହିଛି ।

ABOUT THE AUTHOR

...view details