ଓଡିଶା

odisha

By

Published : May 28, 2021, 8:55 PM IST

ETV Bharat / business

ବିଦେଶକୁ ଉଡାଣ ବନ୍ଦ, ଜୁନ 30 ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ରଦ୍ଦ

ବଢ଼ିଲା ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧି । ଜୁନ 30 ପର୍ଯ୍ୟନ୍ତ ଭାରତକୁ ଆସିବନି ଅନ୍ତର୍ଜାତୀୟ ବିମାନ । ଏପରିକି ଭାରତରୁ ମଧ୍ୟ ବିଦେଶକୁ ବିମାନ ଉଡାଣ ରହିବ ବନ୍ଦ । ଅଧିକ ପଢନ୍ତୁ..

ବିଦେଶକୁ ଉଡାଣ ବନ୍ଦ, ଜୁନ 30 ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ  ରଦ୍ଦ
ବିଦେଶକୁ ଉଡାଣ ବନ୍ଦ, ଜୁନ 30 ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ରଦ୍ଦ

ନୂଆଦିଲ୍ଲୀ: କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ସେବା ରଦ୍ଦ ଅବଧିକୁ ବଢାଯାଇଛି । ଦେଶରୁ ଯାଉଥିବା ନିୟମିତ ଅନ୍ତରାଷ୍ଟ୍ରୀୟ ଉଡାଣ ଜୁନ 30 ଯାଏଁ ବନ୍ଦ ରହିବ । ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଏ ନେଇ ସୂଚନା ଦେଇଛି ।

ଏହା ପୂର୍ବରୁ ମେ 30 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବ୍ୟାନ ରହିଥିଲା । କୋରୋନା ଭାଇରସ ମହାମାରୀ ପ୍ରତିହିତ ପାଇଁ ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ ପ୍ରତିବନ୍ଧକ ଲାଗିଛି । ଡିଜିସିଏ ସର୍କୁଲାର ଜାରି କରି କହିଛି କି , ଅନୁମୋଦିତ ବିମାନ ଓ କୋର୍ଗୋ ବିମାନ ଚଳାଚଳ କଟକଣାମୁକ୍ତ ରହିବ ।

କୋରୋନା ଭାଇରସ ମହାମାରୀ ଯୋଗୁଁ 2020 ମାର୍ଚ୍ଚ 23 ରୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଚାଲୁଥିବା ନିର୍ଦ୍ଧାରିତ ଉଡାଣ ବନ୍ଦ ରହିଛି । ହେଲେ ମେ ମାସ ପରେ ବନ୍ଦେ ଭାରତ ମିଶନ ଅଧିନରେ ସ୍ବତନ୍ତ୍ର ଅନ୍ତରାଷ୍ଟ୍ରୀୟ ଉଡାଣର ପରିଚାଳନା କରାଯାଉଛି । ଏହା ବ୍ୟତିତ ଜୁଲାଇରୁ ସିଲେକ୍ଟେଡ ଦେଶ ମଧ୍ୟରେ ଦ୍ବିପାକ୍ଷିକ ‘‘ ଏୟାର ବବଲ’ବ୍ୟବସ୍ଥା ଅଧିନରେ କିଛି ଉଡାଣ ଚାଲିଛି ।

ଭାରତ 27 ଦେଶ ସହ ଏୟାର ବବଲ ବୁଝାମଣା କରିଛି । ଏହି ଚୁକ୍ତି ଅନୁସାରେ ଦୁଇ ଦେଶ ମଧ୍ୟରେ ସେମାନଙ୍କ ଏୟାରଲାଇନ ଦ୍ବାରା ସ୍ବତନ୍ତ୍ର ଉଡାଣ ପରିଚାଳନା କରାଯାଇପାରିବ । ଏହି ଦେଶମାନଙ୍କ ମଧ୍ୟରେ ଆମରିକା, ବ୍ରିଟେନ , ୟୁଏସଇ , ଭୁଟାନ, ଫ୍ରାନ୍ସ ସାମିଲ ଅଛି ।

ABOUT THE AUTHOR

...view details