ଓଡିଶା

odisha

ETV Bharat / business

ଶିଶୁଙ୍କୁ ବିଭିନ୍ନ ଅତ୍ୟାଚାରରୁ ଦିଅନ୍ତୁ ସୁରକ୍ଷା, ଶୁଣନ୍ତୁ କ’ଣ କହୁଛନ୍ତି ମନସ୍ତତ୍ତ୍ବବିତ - ଶିଶୁ ସୁରକ୍ଷା

ବିଗତ ଦୁଇ ଦଶନ୍ଧି ଧରି ପ୍ରାୟ ୨ ମିଲିୟନରୁ ଅଧିକ ଶିଶୁ ବିଭିନ୍ନ ନିର୍ଯ୍ୟାନତା, ଯନ୍ତ୍ରଣାର ଶିକାର ହୋଇ ପ୍ରାଣ ହରାଇଛନ୍ତି । ତେବେ ଏଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଶିଶୁଙ୍କୁ ପରିବାର ଲୋକେ ଏଥିରୁ ବାହାର କରିବା ଦରକାର ବୋଲି ମନସ୍ତତ୍ତ୍ବବିତ କହିଛନ୍ତି ।

International Day of Innocent Children Victims of Aggression
ଶିଶୁଙ୍କୁ ବିଭିନ୍ନ ଅତ୍ୟାଚାରରୁ ଦିଅନ୍ତୁ ସୁରକ୍ଷା , ଶୁଣନ୍ତୁ କଣ କହୁଛନ୍ତି ମନସ୍ତତ୍ତୂବିତ

By

Published : Jun 4, 2021, 9:46 PM IST

ଭୁବନେଶ୍ବର: ଆଜି (ଜୁନ ୪) ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ ଇନୋସେଣ୍ଟ ଚିଲଡ୍ରେନ ଭିକ୍ଟିମ୍ସ ଅଫ ଆଗ୍ରେସନ, ଅର୍ଥାତ ନୀରିହ ଶିଶୁ ଉପରେ ବିଭିନ୍ନ ସ୍ତରରେ ହେଉଥିବା ଅତ୍ୟାଚାର ନିରୋଧ ଦିବସ । ଶିଶୁକୁ ମାନସିକ, ଶାରୀରିକ, ଭାବନାତ୍ମକ ଶୋଷଣରୁ ଉଦ୍ଧାର କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ ।

ଶିଶୁଙ୍କୁ ବିଭିନ୍ନ ଅତ୍ୟାଚାରରୁ ଦିଅନ୍ତୁ ସୁରକ୍ଷା, ଶୁଣନ୍ତୁ କ’ଣ କହୁଛନ୍ତି ମନସ୍ତତ୍ତ୍ବବିତ

୧୯୮୨ ମସିହା ଠାରୁ ପ୍ରତି ବର୍ଷ ଜୁନ ୪ତାରିଖରେ ଏହି ଦିବସ ପାଳନ ହୋଇ ଆସୁଛି। କଥାରେ ଅଛି ଶୈଶବ ହେଉଛି ଏକ ମାଟି ପିଣ୍ଡ। ଏହି ମାଟି ପିଣ୍ଡକୁ ଯେଉଁ ଆକାରରେ ଗଢାଯାଏ ଭବିଷ୍ୟତରେ ଶିଶୁଟି ପାଖରେ ସେମିତି ଲକ୍ଷଣ ସବୁ ପରିପ୍ରକାଶ ହୋଇଥାଏ। ଶିଶୁଟିକୁ ଉତ୍ତମ ବ୍ୟବହାର, ଆଚରଣ ଶିକ୍ଷା ଦିଆଯାଇଥିବା ବେଳେ ଶିଶୁଟି ଭବିଷ୍ୟତରେ ଉନ୍ନତି କରିଥାଏ। ଅନ୍ୟପକ୍ଷରେ ଯଦି ଶିଶୁଟି ଉପରେ ମାନସିକ, ଶାରୀରିକ ଏବଂ ଭାବନାତ୍ମକ ସ୍ତରରେ ଶୋଷଣ କରାଯାଏ। ତେବେ ଏହି ଛୋଟ ଶିଶୁଟି ମାନସିକ ସ୍ତରରେ ଦୁର୍ବଳ ରହିବା ସହ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥାଏ।

ବିଗତ ଦୁଇ ଦଶନ୍ଧି ଧରି ପ୍ରାୟ ୨ମିଲିୟନରୁ ଅଧିକ ଶିଶୁ ଏହାର ଶିକାର ହୋଇ ପ୍ରାଣ ହରାଇଥିବା ଦେଖିବାକୁ ମିଳିଛି। ତେବେ ଏଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଶିଶୁଙ୍କୁ ପରିବାର ଲୋକେ ଏଥିରୁ ବାହାର କରିବା ଦରକାର ବୋଲି ମନସ୍ତତ୍ତ୍ବବିତ କହିଛନ୍ତି ।

ତେବେ ଯଦି ଆପଣଙ୍କ ଶିଶୁଙ୍କ ଠାରେ କୌଣସି କାରଣକୁ ନେଇ ଉଦାସୀନତା ଦେଖାଦେଉଛି , ସେ କୌଣସି ଚାପ ଶୀକାର ନେଇ ଅବସଦାନ ରହୁଛନ୍ତି , କିମ୍ବା ମାନସିକ, ଶାରିରୀକ ଓ ଭାବନାତ୍ମକ ଶୋଷଣ ଶୀକାର ତେବେ ଏଥିରୁ କିଭଳି ଶିଶୁଙ୍କୁ ଦେବେ ମୁକ୍ତି , ଶୁଣନ୍ତୁ କଣ କହୁଛନ୍ତି ମନସ୍ତତ୍ତ୍ବବିତ୍‌ ..

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ABOUT THE AUTHOR

...view details