ଓଡିଶା

odisha

ETV Bharat / business

ଅନ୍ତର୍ଜାତୀୟ ବ୍ୟାଙ୍କ ଦିବସ: କୋରୋନା କାଳରେ କିପରି ରହିଛି ଭାରତରେ ବ୍ୟାଙ୍କ ସ୍ଥିତି ? - International day of Banks

ବ୍ୟାଙ୍କ ଏକ ଆର୍ଥିକ ସଂସ୍ଥା । ଅର୍ଥନୀତିରେ ବ୍ୟାଙ୍କର ଯୋଗଦାନ ଗୁରୁତ୍ବପୂର୍ଣ୍ଣ । ନେଣଦେଣ ଠାରୁ ଆରମ୍ଭ କରି କାରବାର ମଜବୁତ ପାଇଁ ବ୍ୟାଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ । ହେଲେ କୋରୋନା ସଙ୍କଟ ମଧ୍ୟରେ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ପାଇଁ ସୃଷ୍ଟି ହୋଇଛି ବଡ ଆହ୍ବାନ । ଅଧିକ ପଢନ୍ତୁ..

ଆନ୍ତର୍ଜାତୀୟ ବ୍ୟାଙ୍କ ଦିବସ: କୋରୋନା କାଳରେ କିପରି ରହିଛି  ଭାରତରେ ବ୍ୟାଙ୍କ ସ୍ଥିତି ?
ଆନ୍ତର୍ଜାତୀୟ ବ୍ୟାଙ୍କ ଦିବସ: କୋରୋନା କାଳରେ କିପରି ରହିଛି ଭାରତରେ ବ୍ୟାଙ୍କ ସ୍ଥିତି ?

By

Published : Dec 4, 2020, 6:22 AM IST

ହାଇଦ୍ରାବାଦ: ମିଳିତ ଜାତିସଂଘ ସାଧାରଣ ସଭା 2019ଡିସେମ୍ବର 19ରେ 74/245 ର ସଂକଳ୍ପ ଗ୍ରହଣ କରି 4 ଡିସେମ୍ବରକୁ ଆନ୍ତର୍ଜାତୀୟ ବ୍ୟାଙ୍କ ଦିବସ ଭାବେ ଘୋଷଣା କରିଛି । ବହୁପକ୍ଷୀୟ ବିକାଶ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ କ୍ଷମତା ଓ ଅନ୍ୟ ଅନ୍ତରାଷ୍ଟ୍ରୀୟ ବିକାଶ ବ୍ୟାଙ୍କକୁ ସ୍ଥାୟୀ ବିକାଶ ପାଣ୍ଠି ଯୋଗାଇବା ପାଇଁ ଏହି ଦିନକୁ ଅନ୍ତରାଷ୍ଟ୍ରୀୟ ଦିବସ ଭାବେ ନାମିତ କରିଛି ।

ଭାରତ ବ୍ୟାଙ୍କର ଜାତୀୟକରଣ

ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ , ଯିଏ କି ସେହି ସମୟରେ ଅର୍ଥମନ୍ତ୍ରୀ ମଧ୍ୟ ଥିଲେ । ସେ 1969 ଜୁଲାଇ 19 କୁ ଦେଶର 14 ବଡ ଘରୋଇ ବ୍ୟାଙ୍କର ଜାତୀୟକରଣ କରିବା ପାଇଁ ନିର୍ଣ୍ଣୟ ନେଇଥିଲେ । 1955ରେ ଇମ୍ପରିୟଲ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା । ଆଉ ଏହାର ନାଁ ବଦଳାଇ ଭାରତୀୟ ଷ୍ଟେଟ ବ୍ୟାଙ୍କ କରିଦିଆଯାଇଛି । ଏହି ନିଷ୍ପତ୍ତି 80 ପ୍ରତିଶତ ବ୍ୟାଙ୍କିଙ୍ଗ ସମ୍ପତ୍ତିକୁ ରାଜ୍ୟର ନିୟନ୍ତ୍ରଣରେ ଦେଇଦେଇଛି ।

ଭାରତର ରିଜର୍ଭ ବ୍ୟାଙ୍କ ଇତିହାସର ତୃତୀୟ ବିଭାଗ ବ୍ୟାଙ୍କଗୁଡିକର ଜାତୀୟକରଣକୁ ‘‘1947 ପରଠାରୁ କୌଣସି ମଧ୍ୟ ସରକାର ନେଇଥିବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅର୍ଥନୈତିକ ନିଷ୍ପତ୍ତି’’ ବୋଲି କହିଛି । 1991ର ଆର୍ଥିକ ସଂସ୍କାର ମଧ୍ୟ ଏହା ତୁଳନାରେ କମ୍‌ ।

ବ୍ୟାଙ୍କଗୁଡିକର ଜାତୀୟକରଣ ହେବାର କାରଣ ହେଉଛି ସ୍ବାଧୀନତା ପରେ ଭାରତ ସରକାର ଗ୍ରହଣ କରିଥିବା ସମାଜବାଦୀତାର ଲକ୍ଷ୍ୟ ସହିତ ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଯୋଡିବା । ଆରବିଆଇର ଇତିହାସରେ କୁହାଯାଇଛି ଯେ, ବ୍ୟାଙ୍କ ଏବଂ ବୀମା କମ୍ପାନୀଗୁଡିକର ଜାତୀୟକରଣ 1948 ଆରମ୍ଭରେ ଅଲ ଇଣ୍ଡିଆ କଂଗ୍ରେସ କମିଟିର ରିପୋର୍ଟରେ ହୋଇଥିଲା। ଭାରତୀୟ ଜୀବନ ବୀମା ନିଗମର ଗଠନ ସହ 1956ରେ ବୀମା କ୍ଷେତ୍ରର ଜାତୀୟକରଣ କରାଯାଇଥିଲା । କିନ୍ତୁ ବ୍ୟାଙ୍କକୁ 1969 ଯାଏଁ ଅପେକ୍ଷା କରିବାକୁ ପଡିଥିଲା । ଏସବିଆଇର 1955ରେ ଜାତୀୟକରଣ କରାଯାଇଥିଲା । ବର୍ତ୍ତମାନ ଭାରତରେ 12ଟି ବ୍ୟାଙ୍କ ଜାତୀୟକରଣ ହୋଇଛି ।

2020 କ୍ରାନ୍ତି: କର୍ପୋରେଟ ଚଲାଉଛନ୍ତି ବ୍ୟାଙ୍କିଙ୍ଗ ପ୍ରଣାଳୀ

ଭାରତୀୟ ରିଜର୍ଭ ବ୍ୟାଙ୍କ 1993ରେ ଘରୋଇ ପ୍ରମୋଟରଙ୍କୁ ବ୍ୟାଙ୍କ ସ୍ଥାପିତ କରିବା ପାଇଁ ଅନୁମତି ଦେଇଥିଲା । ଏହାର ପ୍ରାୟ 27 ବର୍ଷ ପରେ ଏନେଇ ବିଭାଜିତ ମତ ରହିଛି କି କର୍ପୋରେଟ ବ୍ୟାଙ୍କକୁ ଚଲାଇବା ଅନୁମତି ଦେବା ଠିକ କି ନୁହେଁ ।

ଗତ ସପ୍ତାହରେ ଆରବିଆଇର ଆଭ୍ୟନ୍ତରୀଣ କାର୍ଯ୍ୟ ସମୂହ ବ୍ୟବସାୟୀଙ୍କ ପ୍ରବେଶକୁ ସମର୍ଥନ କରି କହିଥିଲେ ଯେ,କମ୍ପାନୀଗୁଡିକ ବ୍ୟାଙ୍କିଙ୍ଗରେ ବହୁତ ଆବଶ୍ୟକ ପୁଞ୍ଜି, ବ୍ୟବସାୟ ଅଭିଜ୍ଞତା ଏବଂ ପରିଚାଳନାଗତ କ୍ଷମତା ଆଣିପାରିବେ।

କିନ୍ତୁ ସେ ସମ୍ପୃକ୍ତ ପାର୍ଟି ଋଣ ପ୍ରଦାନର ତଦାରଖକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ବିଶେଷକରି ଏଭଳି ଚୁକ୍ତି, ଯାହା ଜଟିଳ କମ୍ପାନୀ ସଂରଚନା ପଛରେ ଲୁଚି ରହିଥାଏ କିମ୍ବା ସେମାନଙ୍କ ଗ୍ରୁପ୍ କମ୍ପାନୀର ପ୍ରୋତ୍ସାହକ ଏବଂ ଯୋଗାଣକାରୀଙ୍କୁ ଋଣ ପ୍ରଦାନ ମାଧ୍ୟମରେ ଗଠନ କରାଯାଇଥିଲା ।

10 ସରକାରୀ ବ୍ୟାଙ୍କର ମିଶ୍ରଣ ପରେ ଦେଶରେ ମୋଟ 12 ରାଷ୍ଟ୍ରାୟତ୍ତ ବ୍ୟାଙ୍କ

ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କଗୁଡିକର ଏକ ପ୍ରମୁଖ ମିଶ୍ରଣ ଯୋଜନା 2020 ଏପ୍ରିଲ 1ରୁ କାର୍ଯ୍ୟକାରୀ ହେଲା । ଏହା ଅଧୀନରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ (ଓବିସି) ଏବଂ ୟୁନାଇଟେଡ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ହୋଇଥିଲେ । ମିଶ୍ରଣ ପରେ ଏହା ଦେଶର ଦ୍ବିତୀୟ ବୃହତ୍ତମ ବ୍ୟାଙ୍କ ହୋଇପାରିଛି । ଏସବିଆଇ ଏପର୍ଯ୍ୟନ୍ତ ଦେଶର ସବୁଠାରୁ ବଡ ବ୍ୟାଙ୍କ ଅଟେ ।

ସିଣ୍ଡିକେଟ୍ ବ୍ୟାଙ୍କର କାନାରା ବ୍ୟାଙ୍କ ସହିତ ମିଶ୍ରିତ ହୋଇ ଦେଶର ଚତୁର୍ଥ ବୃହତ୍ତମ ବ୍ୟାଙ୍କ ହେଲା । ଆହ୍ଲାବାଦ ବ୍ୟାଙ୍କକୁ ଇଣ୍ଡିଆନ ବ୍ୟାଙ୍କ ସହିତ ମିଶ୍ରଣ କରାଯାଇଛି । ଆନ୍ଧ୍ର ବ୍ୟାଙ୍କ ଏବଂ କର୍ପୋରେସନ ବ୍ୟାଙ୍କକୁ ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ସହିତ ମିଶ୍ରଣ ହୋଇଛି । ଏହି ମିଶ୍ରଣ ପରେ ଦେଶରେ 12ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଅଛି । 2017 ମସିହାରେ ଦେଶରେ ସାର୍ବଜନୀନ କ୍ଷେତ୍ରର ବ୍ୟାଙ୍କ ସଂଖ୍ୟା 27 ଥିଲା । ଏହାପୂର୍ବରୁ ଦେନା ବ୍ୟାଙ୍କ ଏବଂ ବିଜୟ ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା ସହିତ ବିଲୟ ହୋଇଥିଲା ।

ବ୍ୟାଙ୍କିଙ୍ଗ କ୍ଷେତ୍ର ଉପରେ କୋରୋନା ପ୍ରଭାବ

ମହାମାରୀ ସମୟରେ ବିଶ୍ବ ବ୍ୟାଙ୍କକୁ ଭାରତରୁ ସହାୟତା ମିଳିଛି । ବିଶ୍ବ ବ୍ୟାଙ୍କର କାର୍ଯ୍ୟକାରୀ ନିର୍ଦ୍ଦେଶକ ଗରିବ ଓ ଦୁର୍ବଳ ପରିବାରକୁ ସାମାଜିତ ସହାୟତା ପ୍ରଦାନ କରିବା ପାଇଁ ଭାରତର ପ୍ରୟାସକୁ ସମର୍ଥନ ଦେବା ପାଇଁ ଭାରତକୁ କୋଭିଡ-19 ସାମାଜିକ ସଂରକ୍ଷଣ ପ୍ରତିକ୍ରିୟା କାର୍ଯ୍ୟକ୍ରମରେ 1 ବିଲିୟନ ଡଲାରର ଅନୁମୋଦନ ଦେଇଛି । ଭାରତର ସ୍ବାସ୍ଥ୍ୟ କ୍ଷେତ୍ରରେ ତତ୍କାଳ ସହାୟତା ପାଇଁ 1 ବିଲିୟନ ଡଲାର ସମର୍ଥନ ଦେବାକୁ ଘୋଷଣା ହୋଇଛି ।

ସମର୍ଥନର ଦ୍ବିତୀୟ କିସ୍ତି ଦୁଇଟି ପର୍ଯ୍ୟାୟରେ ବଣ୍ଟନ ହେବ । ଆର୍ଥିକ ବର୍ଷ 2020 ପାଇଁ ତତ୍କାଳ 750 ମିଲିୟନ ଡଲାର୍ ଆବଣ୍ଟନ ଏବଂ 250 ମିଲିୟନ ଡଲାରର ଦ୍ବିତୀୟ କିସ୍ତି ଯାହା ଆର୍ଥିକ ବର୍ଷ 2021ରେ ଉପଲବ୍ଧ ହେବ ।

କୋଭିଡ ଯୁଗରେ ଆରବିଆଇ ଚେତାବନୀ

କୋଭିଡ-19 ମହାମାରୀ ଦ୍ବାରା ସୃଷ୍ଟି ହୋଇଥିବା ଅର୍ଥନୈତିକ ସଙ୍କଟ ଯୋଗୁଁ ବ୍ୟାଙ୍କଗୁଡିକର ଏନପିଏ (ଅନାଦେୟ ଋଣ ଭାର ) 20 ବର୍ଷ ମଧ୍ୟରେ ସର୍ବାଧିକ ହୋଇପାରେ ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଚେତାବନୀ ଦେଇଛି । କେନ୍ଦ୍ରୀୟ ବ୍ୟାଙ୍କ ଅନୁଯାୟୀ 2020 ମାର୍ଚ୍ଚ ମାସରେ ଏନପିଏ 8.5 ପ୍ରତିଶତରେ ପହଞ୍ଚିଛି । 2021 ମାର୍ଚ୍ଚ 2021 ଏହା 12.5 ପ୍ରତିଶତରେ ପହଞ୍ଚିବ ବୋଲି ଆଶଙ୍କା ରହିଛି ।

ଭାରତୀୟ ବ୍ୟାଙ୍କିଙ୍ଗ ସେକ୍ଟରରେ ଠକେଇ

1 ଲକ୍ଷ ଏବଂ ତା ଠାରୁ ଅଧିକ ବ୍ୟାଙ୍କ ଠକେଇର ମୂଲ୍ୟ ଦ୍ବିଗୁଣା ବୃଦ୍ଧି ହୋଇଛି । ଯାହାକି ଆର୍ଥିକ ବର୍ଷ 20 ରେ 1.85 ଟ୍ରିଲିୟନରେ ପହଞ୍ଚିଥିବା ବେଳେ ଏହାର ସଂଖ୍ୟା 28% ବୃଦ୍ଧି ପାଇଛି । ସରକାର ସଂସଦକୁ ସୂଚନା ଦେଇଛନ୍ତି, ବ୍ୟାଙ୍କଗୁଡିକ ସହିତ ଆର୍ଥିକ ଅନିୟମିତତା ମାମଲାରେ ଜଡିତ 38 ଜଣ ବ୍ୟକ୍ତି 2015 ଜୁନ 1ରୁ 2019 ଡିସେମ୍ବର 31 ମଧ୍ୟରେ ଦେଶ ଛାଡି ପଳାଇଛନ୍ତି। ପଳାତକଙ୍କ ଲମ୍ବା ତାଲିକାରେ 12,000 କୋଟି ଟଙ୍କା ଠକେଇ ଅଭିଯୋଗରେ 9,000 କୋଟି ଟଙ୍କା ମୂଲ୍ୟର ବ୍ୟାଙ୍କ ଜାଲିଆତି ଅଭିଯୁକ୍ତ ନୀରବ ମୋଦି, ମେହୁଲ ଚୋକସି ଏବଂ ପରିବାର ଇତ୍ୟାଦି ଅନ୍ତର୍ଭୁକ୍ତ ।

ଠକେଇ ମାମଲାରେ ଅଗ୍ରଣୀ ବ୍ୟାଙ୍କ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ: ପିଏନବି ଯାହା 2018 ରେ 14,000 କୋଟି ଟଙ୍କା ନୀରବ ମୋଦି ସ୍କାମରେ ପଡିଛି । ଏହାପରେ, 2019-20 ଆର୍ଥିକ ବର୍ଷରେ ବ୍ୟାଙ୍କ ଠକେଇ ମାମଲାରେ ତୀବ୍ର ଲମ୍ଫ ମାରିଥିବା ରିପୋର୍ଟ ପ୍ରକାଶ ପାଇଛି । ସରକାରୀ ଆକଳନ ଅନୁଯାୟୀ, ଆର୍ଥିକ ବର୍ଷ 20 ସମୟରେ ବ୍ୟାଙ୍କ 14,633 କୋଟି ଟଙ୍କା ମୂଲ୍ୟର 509 ଠକେଇ ମାମଲା ରିପୋର୍ଟ କରିଛି । ଯାହା ଆର୍ଥିକ ବର୍ଷ 19 ର 216 ମାମଲାରେ 5,903 କୋଟି ଟଙ୍କାରେ ପହଞ୍ଚିଛି ।

ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ: କେବଳ ପିଏନବି ନୁହେଁ, ଦେଶର ସବୁଠାରୁ ବଡ ଋଣଦାତା ଏସବିଆଇ ମଧ୍ୟ । ଠକେଇ ମାମଲାରେ ଏସବିଆଇ ମଧ୍ୟ ଯଥେଷ୍ଟ ବୃଦ୍ଧି କରିଛି । ବାସ୍ତବରେ, ପୂର୍ବ ବର୍ଷ ତୁଳନାରେ ଆର୍ଥିକ ବର୍ଷରେ ଏସବିଆଇ ଠକେଇ ମାମଲା (ପାଣ୍ଠି ଦୃଷ୍ଟିରୁ) ତିନି ଗୁଣ ବୃଦ୍ଧି ପାଇଛି ।

ସରକାରୀ ଆକଳନ ଅନୁଯାୟୀ, ଆର୍ଥିକ ବର୍ଷ 20 ରେ 6,964 ମାମଲାରେ ଋଣଦାତା 44,622.45 କୋଟି ଟଙ୍କା ହରାଇଛନ୍ତି । ଯାହାକି ଗତ ବର୍ଷ 2,616 ମାମଲାରେ 12,387.13 କୋଟି ଟଙ୍କାର କ୍ଷତି ରହିଥିଲା ।

ଘରୋଇ ବ୍ୟାଙ୍କଗୁଡ଼ିକ ସ୍ଥିତି କିଭଳି ?

କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ 643 ଠକେଇ ମାମଲା ରିପୋର୍ଟ କରିଛି । ଯେଉଁଥିରେ 579.60 କୋଟି ଟଙ୍କାର ଠକେଇ ହୋଇଛି । ଗତ ବର୍ଷ 376 ଟି ମାମଲାରେ 14.10 କୋଟି ମାମଲା ରହିଥିଲା ।

ଅନ୍ୟ ଏକ ପ୍ରମୁଖ ଘରୋଇ ଋଣଦାତା, ଆକ୍ସିସ୍ ବ୍ୟାଙ୍କ ଆର୍ଥିକ ବର୍ଷ 20ରେ 2,030 କୋଟି ଟଙ୍କା ଠକେଇର 52 ଟି ମାମଲା ରୁଜୁ କରିଥିବାବେଳେ ଏବେ 145 ମାମଲା ମଧ୍ୟରୁ କେବଳ 529 କୋଟି ଟଙ୍କା ଠକେଇ ରେକର୍ଡ କରିଛି ।

ABOUT THE AUTHOR

...view details