ଓଡିଶା

odisha

By

Published : Jun 17, 2020, 8:51 PM IST

ETV Bharat / business

‘ଇଏମଆଇ ସ୍ଥଗିତ ଅବଧିରେ ସୁଧ ଛାଡ ହେଲେ ଜମାକର୍ତ୍ତାଙ୍କ ସ୍ବାର୍ଥ ହାନି ହେବ’

ଯଦି ମୋରେଟୋରିୟମ ଅବଧିର କିସ୍ତିର ସୁଧ ଛାଡ ହୁଏ ତେବେ ବ୍ୟାଙ୍କିଙ୍ଗ ଶିଳ୍ପ ଉପରେ ବଡ ଧରଣର ପ୍ରଭାବ ପଡିବ । ବ୍ୟାଙ୍କକୁ ଲକ୍ଷାଧିକ କୋଟି କ୍ଷତି ସହିବାକୁ ହେବ । ଏଥିସହ ଜମାକାରୀଙ୍କ କ୍ଷତି ସହିବାକୁ ପଡିବ । ଅଧିକ ପଢନ୍ତୁ...

interest rate waivers for bank loans during moratorium will harm depositors aibda
‘ଇଏମଆଇ ସ୍ଥଗିତ ଅବଧିରେ ସୁଧ ଛାଡ ହେଲେ ଜମାକର୍ତ୍ତାଙ୍କ ସ୍ବାର୍ଥ ହାନି ହେବ’

ମୁମ୍ବାଇ: ଋଣ କିସ୍ତି 6 ମାସ ସ୍ଥଗିତ ଅବଧି ମଧ୍ୟରେ ସୁଧ ଛାଡ ଦ୍ବାରା ବ୍ୟାଙ୍କ ଉପରେ ଗଭୀର ପ୍ରଭାବ ପଡିବ । ଏଥିସହ ଜମାକର୍ତ୍ତାଙ୍କ ସ୍ବାର୍ଥ ମଧ୍ୟ ହାନି ହେବ । ବୁଧବାର ବ୍ୟାଙ୍କ ଜମାକର୍ତ୍ତାଙ୍କ ସଙ୍ଗଠନ ଅଲ ଇଣ୍ଡିଆ ବ୍ଯାଙ୍କ ଡିପୋଜିଟର୍ସ ଆସୋସିଏସନ ( AIBDA) ଏ ନେଇ ଯୁକ୍ତି ବାଢିଛି ।

ସଙ୍ଗଠନ କହିବା ଅନୁଯାୟୀ , ଯେକୌଣସି ପ୍ରକାର ସୁଧ ଛାଡ ଦେବା ଦ୍ବାରା ଋଣ ପ୍ରଣାଳୀକୁ କ୍ଷତି ପହଞ୍ଚିବ । ଏଥିସହ ବ୍ୟାଙ୍କର ଆର୍ଥିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପଡିବ ।

ସଙ୍ଗଠନ କହିଛି କି , ଯଦି ସୁଧ ଦେୟ ଛାଡ କରାଯାଏ, ତେବେ ଜମାକାରୀଙ୍କୁ ଏହାର ଗୁରୁତର ତ୍ରୁଟିର ସମ୍ମୁଖୀନ ହେବାକୁ ପଡିବ । କାରଣ ବ୍ୟାଙ୍କ ଏଭଳି ସ୍ଥିତରେ ରହିଛି କି ନିଜର ସୁଧ ଆୟରେ ହେବାକୁ ଥିବା ସମ୍ଭାବିତ କ୍ଷତିର ଭରଣ ପାଇଁ ଜମାର ସୁଧ ହାରରେ ଆହରୀ ହ୍ରାସ କରିବ ।

ତେବେ ଇଏମଆଇ ସ୍ଥଗିତାଦେଶ ମଧ୍ୟରେ ସୁଧ ଛାଡ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି ।

ABOUT THE AUTHOR

...view details