ଓଡିଶା

odisha

ETV Bharat / business

ଜିଓର ଦ୍ବାଦଶତମ ଚୁକ୍ତି, 1,895 କୋଟି ନିବେଶ କରିବ ଇଣ୍ଟେଲ କ୍ୟାପିଟାଲ

ରିଲାଏନ୍ସ ଜିଓରେ ପୁଣି ବର୍ଷିଲା ଟଙ୍କା । ଇଲେକ୍ଟ୍ରନିକ ଚିପ୍‌ ନିର୍ମାତା କମ୍ପାନୀ ଇଣ୍ଟେଲ କ୍ୟାପିଟାଲ ଜିଓରେ 1,895 କୋଟି ନିବେଶ କରିବ । 3 ମାସରେ ଜିଓରେ ଏହା ଦ୍ବାଦଶତମ ନିବେଶ। ଅଧିକ ପଢନ୍ତୁ..

ଜିଓର ଦ୍ବାଦଶତମ ଚୁକ୍ତି
ଜିଓର ଦ୍ବାଦଶତମ ଚୁକ୍ତି

By

Published : Jul 3, 2020, 12:29 PM IST

ନୂଆଦିଲ୍ଲୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଡିଜିଟାଲ ପ୍ଲାଟଫର୍ମ ଜିଓରେ 1,894.50 କୋଟି ଟଙ୍କା ନିବେଶ କରିବ ଇଲେକ୍ଟ୍ରନିକ ଚିପ୍‌ ନିର୍ମାତା କମ୍ପାନୀ ଇଣ୍ଟେଲ କ୍ୟାପିଟାଲ । ଏହି ନିବେଶ ସହ ଇଣ୍ଟେଲ କ୍ୟାପିଟାଲ ଜିଓର 0.39 ପ୍ରତିଶତ ଅଂଶଧନ ଅଧିଗ୍ରହଣ କରିବ । ଶୁକ୍ରବାର ରିଲାଏନ୍ସ ଜିଓ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି ।

ଡିଜିଟାଲ ସେବା ବଜାରରେ ଦ୍ରୁତ ବେଗରେ ଗତିକରୁଥିବା ଜିଓରେ ଏହା ଦ୍ବାଦଶ ଚୁକ୍ତି । ଏଥିସହ ଜିଓ ପ୍ଲାର୍ଟଫର୍ମକୁ ମିଳିଥିବା ମୋଟ ପୁଞ୍ଜି ନିବେଶ 1,17,588.45 କୋଟି ଟଙ୍କାରେ ପହଞ୍ଚିଛି ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଓ ଜିଓ ପ୍ଲାର୍ଟଫର୍ମ ଏକ ମିଶ୍ରିତ ବିବୃତ୍ତିରେ କହିଛନ୍ତି କି, ‘‘ ଇଣ୍ଟେଲ କ୍ୟାପିଟାଲ ଜିଓ ପ୍ଲାର୍ଟଫର୍ମରେ 1,894.50 କୋଟି ଟଙ୍କା ନିବେଶ କରିବ । ଯାହାକି କମ୍ପାନୀର ସେୟାର ମୁଲ୍ୟ ହିସାବରେ 0.39 ପ୍ରତିଶତ ଅଂଶଧନ ସହ ସମାନ ।

ବିବୃତ୍ତି ଅନୁସାରେ, ଏହି ନିବେଶରେ ସେୟାର ମୂଲ୍ୟ ହିସାବରେ କମ୍ପାନୀର ମୂଲ୍ୟାଙ୍କନ 4.91 ଲକ୍ଷ କୋଟି ଟଙ୍କା ଓ ଉଦ୍ୟୋଗ ହିସାବରେ ମୂଲ୍ୟାଙ୍କନ 5.16 ଲକ୍ଷ କୋଟି ଟଙ୍କା ସ୍ଥିର କରାଯାଇଛି ।

ABOUT THE AUTHOR

...view details