ନୂଆଦିଲ୍ଲୀ: କୋରୋନୋ ଭାଇରସରେ ମୃତ୍ୟୁ ଦାବିକୁ ମନା କରିପାରିବ ନାହିଁ ବୀମା କମ୍ପାନୀ । ଏହି ମାମଲାକୁ ଗୁରୁତ୍ବର ସହ ନେଇ କ୍ଷତିପୂରଣ ଦେବେ କମ୍ପାନୀ । ସୋମବାର ଜୀବନ ବୀମା ପରିଷଦ ପକ୍ଷରୁ ଏ ନେଇ ସ୍ପଷ୍ଟ କରାଯାଇଛି । ପରିଷଦ କହିଛି ଯେ, ସାର୍ବଜନୀନ ଓ ଘରୋଇ ଉଭୟ ଜୀବନ ବୀମାକର୍ତ୍ତା କୋଭିଡ-19 ଦାବିକୁ ସମ୍ଭନ୍ଧିତ କୌଣସି ମୃତ୍ୟୁ ଦାବିକୁ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ ।
କୋରୋନାରେ ମୃତ୍ୟୁ ଦାବି, ଅସ୍ବୀକାର କରିପାରିବେନି ବୀମା କମ୍ପାନୀ - insurance
ସାର୍ବଜନୀନ ଓ ଘରୋଇ ଉଭୟ ଜୀବନ ବୀମାକର୍ତ୍ତା କୋଭିଡ-19 ଦାବିକୁ ସମ୍ଭନ୍ଧିତ କୌଣସି ମୃତ୍ୟୁ ଦାବିକୁ ସମାଧାନ ପାଇଁ ପ୍ରତିଶ୍ରୁତିବଦ୍ଧ । ଅଧିକ ପଢନ୍ତୁ..
ପରିଷଦ କହିଛି ଯେ କୋଭିଡ -19 ର ମୃତ୍ୟୁ ଦାବିରେ 'ଫୋର୍ସ ମେଜର'ର ବ୍ୟବସ୍ଥା ପ୍ରଯୁଜ୍ୟ ହେବ ନାହିଁ। ଫୋର୍ସ ମେଜର ଅର୍ଥ ଯେ, ଏହିପରି ଅପ୍ରତ୍ୟାଶିତ ଅବସ୍ଥାରେ ଚୁକ୍ତିନାମା ପାଳନ କରିବା ବାଧ୍ୟତାମୂଳକ ନୁହେଁ | ଏହି ବିବୃତ୍ତି ସେହି ଗ୍ରାହକଙ୍କ ଭରସା ବଢାଇବା ପାଇଁ ଜାରି କରାଯାଇଛି , ଯେଉଁମାନେ ଏ ବାବଦରେ ଜୀବନ ବୀମା କମ୍ପାନୀମାନଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ଏବଂ ଗୁଜବକୁ ଦୂର କରିବା ପାଇଁ କହିଛନ୍ତି । ଏ ନେଇ ସମସ୍ତ ଜୀବନ ବୀମା କମ୍ପାନୀ ବ୍ୟକ୍ତିଗତ ଭାବେ ନିଜ ଗ୍ରାହକଙ୍କୁ ସୂଚନା ଦେଇଛନ୍ତି।
ଜୀବନ ବୀମା ପରିଷଦର ସେକ୍ରେଟେରୀ ଜେନେରାଲ୍ ଏସ୍.ଏନ୍ ଭଟ୍ଟାଚାର୍ଯ୍ୟ କହିଛନ୍ତି ଯେ, କୋଭିଡ-19 ମହାମାରୀ ପ୍ରକୋପରେ ବୈଶ୍ବିକ ଓ ସ୍ଥାନୀୟ ସ୍ତରରେ ପ୍ରତ୍ୟେକ ଘରେ ଜୀବନ ବୀମାର ଆବଶ୍ୟକତାକୁ ବଳ ମିଳିଛି ।