ମୁମ୍ବାଇ: ଚଳିତ ଆର୍ଥିକ ବର୍ଷର ଦ୍ବିତୀୟ ତ୍ରୟମାସ( ଜୁଲାଇ-ସେପ୍ଟେମ୍ବର)ରେ ମୁଦ୍ରାସ୍ପୀତି ଆହୁରୀ ବଢିପାରେ । ହେଲେ ବର୍ଷର ଦ୍ୱିତୀୟାର୍ଦ୍ଧ (ଦ୍ବିତୀୟ ଛଅମାସ) ରେ ଦରଦାମ ବୃଦ୍ଧି ସୂଚକାଙ୍କ ଖସିପାରେ । ଗୁରୁବାର ଭାରତୀୟ ରିଜର୍ଭ ବ୍ୟାଙ୍କ ଏ ନେଇ କହିଛି ।
3 ଦିନିଆ ମୁଦ୍ରାନୀତି ସମୀକ୍ଷାରେ ନିଆଯାଇଥିବା ନିଷ୍ପତ୍ତିର ଘୋଷଣା କରି ଆବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୁଧ ହାର ଅପରିବର୍ତ୍ତିତ ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି କି ଏବେ ବି ଯୋଗାଣ ଶୃଙ୍ଖଳା ଦୋଳୀୟମାନ ରହିଛି । ଚାହିଦା ଅନୁସାରେ ଯୋଗାଣ ହେଉନାହିଁ । ଫଳରେ ସବୁ ବର୍ଗର ସାମଗ୍ରୀ ଉପରେ ମୁଦ୍ରାସ୍ପୀତି ଚାପ ରହିଛି । ମହଙ୍ଗା ବୋଝ ବଢୁଛି ।