ନୂଆଦିଲ୍ଲୀ: ନୂଆ ବର୍ଷର ପ୍ରଥମ ମାସରେ ମହଙ୍ଗା ମାଡରୁ ଆଶ୍ବସ୍ତି । ହ୍ରାସ ହୋଇଛି ଖୁରୁରା ମୁଦ୍ରାସ୍ପୀତି ସୂଚକାଙ୍କ । ଖାଦ୍ୟ ସାମଗ୍ରୀ ଦାମ କମିବା ପରେ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି 4.06 ପ୍ରତିଶତକୁ ଖସିଛି । । ଶୁକ୍ରବାର ଜାରି ସରକାରୀ ତଥ୍ୟରୁ ଏ ନେଇ ସୂଚନା ମିଳିଛି ।
ଜାନୁଆରୀରେ ନରମିଛି ଖୁଚୁରା ମୁଦ୍ରାସ୍ପୀତି - ଜାନୁଆରୀରେ ମୁଦ୍ରାସ୍ପୀତି
ପନିପରିବା ଦାମ ହ୍ରାସ ହୋଇଥିବାରୁ 2021 ଜାନୁଆରୀ ମାସରେ ଖସିଛି ଖୁଚୁରା ମୁଦ୍ରାସ୍ପୀତି । ଯାହାକି ଆରବିଆଇର ଲକ୍ଷ୍ୟ ନିକଟତର । ଅଧିକ ପଢନ୍ତୁ...
ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ଆଧାରିତି ମହଙ୍ଗା ହାର 2020 ଡିସେମ୍ବରରେ 4.59 ପ୍ରତିଶତ ଥିଲା । ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ଜାରି ତଥ୍ୟ ଅନୁସାରେ ଖାଦ୍ୟ ବସ୍ତୁର ବାର୍ଷିକ ଆଧିରିତ ବୃଦ୍ଧି ଦର 1.89 ପ୍ରତିଶତ ରହିଛି । ଯେତେବେଳେ କି ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ପୀତି 3.41 ପ୍ରତିଶତ ଖସିଥିଲା ।
ସରକାର କେନ୍ଦ୍ରୀୟ ବ୍ୟାଙ୍କକୁ ମୁଦ୍ରାସ୍ଫୀତିକୁ 2 ପ୍ରତିଶତ ହ୍ରାସ-ବୃଦ୍ଧି କରିବା ସହ 4 ପ୍ରତିଶତ ସ୍ତରରେ ରଖିବା ନେଇ ଦାୟିତ୍ବ ଦେଇଛନ୍ତି । ଆରବିଆଇର ଦ୍ବିମାସିକ ମୁଦ୍ରାନୀତି ସମୀକ୍ଷାରେ ମୁଖ୍ୟତଃ ଖୁଚୁରା ମୁଦ୍ରାସ୍ଫୀତି ଉପରେ ଫୋକସ ରଖିଥାଏ ।