ଓଡିଶା

odisha

By

Published : May 12, 2021, 9:52 PM IST

ETV Bharat / business

ମାର୍ଚ୍ଚରେ 22.4% ବଢିଛି ଶିଳ୍ପ ଉତ୍ପାଦନ

ଭାରତରେ ଔଦ୍ୟୋଗିକ ଉତ୍ପାଦନ ମାର୍ଚ୍ଚ ମାସରେ 22.4 ପ୍ରତିଶତରେ ପହଞ୍ଚିଛି । ବୁଧବାର ପ୍ରକାଶିତ ମାସିକ ସର୍ଭେକ୍ଷଣ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି । ଅଧିକ ପଢନ୍ତୁ..

Industrial production grows 22.4pc in March on low base effect
Industrial production grows 22.4pc in March on low base effect

ନୂଆଦିଲ୍ଲୀ: ଗତ ବର୍ଷ ତୁଳନାରେ ବଢିଲା ଔଦ୍ୟୋଗିକ ଉତ୍ପାଦନ । ଭାରତରେ ଔଦ୍ୟୋଗିକ ଉତ୍ପାଦନ ମାର୍ଚ୍ଚ ମାସରେ 22.4 ପ୍ରତିଶତରେ ପହଞ୍ଚିଛି । ବୁଧବାର ପ୍ରକାଶିତ ମାସିକ ସର୍ଭେକ୍ଷଣ ରିପୋର୍ଟରେ ଏ ନେଇ ପ୍ରକାଶ କରାଯାଇଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (NSO) ଦ୍ବାରା ବୁଧବାର ଜାରି ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ ( ଆଇଆଇପି) ତଥ୍ୟ ଅନୁସାରେ ମ୍ୟାନୁଫେକ୍ଚର୍ସ ଆଉଟପୁଟ 2021 ମାର୍ଚ୍ଚରେ 25.8 ପ୍ରତିଶତ ବଢିଛି । ତଥ୍ୟ ଅନୁସାରେ ଆଲୋଚ୍ୟ ମାସରେ ଖଣିଜ କ୍ଷେତ୍ରରେ 6.1 ପ୍ରତିଶତ ଓ ବିଦ୍ୟୁତ ଉତ୍ପାଦନ 22.5 ପ୍ରତିଶତ ବୃଦ୍ଧି ହୋଇଛି ।

ଗତ ବର୍ଷ ମାର୍ଚ୍ଚ ମାସରେ ଆଇଆଇପି 18.7 ପ୍ରତିଶତ ହ୍ରାସ ହୋଇଛି । ସେହିଭଳି ଗତ ଆର୍ଥିକ ବର୍ଷ 2020-21 ରେ ଆଇଆଇପିରେ 8.6 ପ୍ରତିଶତ ହ୍ରାସ ହୋଇଛି । ଯେତେବେଳେ କି 2019-20 ରେ ଏଥିରେ 0.8 ପ୍ରତିଶତ ସଙ୍କୁଚନ ହୋଇଛି ।

ଔଦ୍ୟୋଗିକ ଉତ୍ପାଦନ କୋଭିଡ-19 ମହାମାରୀ ଯୋଗୁଁ ଗତ ବର୍ଷ ମାର୍ଚ୍ଚରେ ପ୍ରଭାବିତ ହୋଇଛି । ସେହି ସମୟରେ ଏଥିରେ 18.7 ପ୍ରତିଶତ ହ୍ରାସ ଦେଖାଦେଇଥିଲା । ସେହିଭଳି ଗତ ବର୍ଷ ଫେବୃଆରୀରେ ଏଥିରେ 5.2 ପ୍ରତିଶତ ବୃଦ୍ଧି ରେକର୍ଡ ହୋଇଛି ।

ABOUT THE AUTHOR

...view details