ଓଡିଶା

odisha

By

Published : Sep 11, 2020, 7:59 PM IST

ETV Bharat / business

ଜୁଲାଇରେ 10.4 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

କୋଭିଡ-19 ମହାମାରୀ ପ୍ରସାର ରୋକିବା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଓ କଟକଣା ଯୋଗୁଁ ଅନେକ ଔଦ୍ୟୋଗିକ କ୍ଷେତ୍ରର ଗତିବିଧି ବନ୍ଦ ରହିଥିଲା । ପରେ ଲକଡାଉନ ହଟିବା ସହ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ..

ଜୁଲାଇରେ 10.4 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ
ଜୁଲାଇରେ 10.4 ପ୍ରତିଶତ ଖସିଲା ଶିଳ୍ପ ଉତ୍ପାଦନ

ନୂଆଦିଲ୍ଲୀ: ଜୁଲାଇ ମାସରେ ଔଦ୍ୟୋଗିକ ଉତ୍ପାଦନ 10.4 ପ୍ରତିଶତ ହ୍ରାସ ହୋଇଛି । ବିଶେଷ କରି ଲକଡାଉନ ପ୍ରଭାବରେ ଖଣି, ମ୍ୟାନୁଫ୍ୟାକ୍ଚରିଙ୍ଗ ଓ ବିଦ୍ୟୁତ କ୍ଷେତ୍ରରେ ଖରାପ ପ୍ରଦର୍ଶନ ଯୋଗୁଁ ଶିଳ୍ପ ଉତ୍ପାଦନ ଅଭିବୃଦ୍ଧି ହାର ଖସିଛି । ଶୁକ୍ରବାର ଜାରି ସରକାରୀ ରିପୋର୍ଟରେ ଏ ନେଇ ସୂଚନା ଦିଆଯାଇଛି ।

ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ତଥ୍ୟ ଅନୁସାରେ 2020 ଜୁଲାଇରେ ମ୍ୟାନୁଫ୍ୟାକ୍ଚରିଙ୍ଗ କ୍ଷେତ୍ରର ଉତ୍ପାଦନ 11.1 ପ୍ରତିଶତ ହ୍ରାସ ହୋଇଛି । ଏଭଳି ଭାବେ ଖନନ କ୍ଷେତ୍ରର ଉତ୍ପାଦନ 13 ପ୍ରତିଶତ ଓ ବିଦ୍ୟୁତ କ୍ଷେତ୍ର ଉତ୍ପାଦନ 2.5 ପ୍ରତିଶତ କମିଛି ।

ପରିସଂଖ୍ୟାନ ଏବଂ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି କି, କୋଭିଡ-19 ମହାମାରୀ ପ୍ରସାର ରୋକିବା ପାଇଁ ସରକାର ଲାଗୁ କରିଥିବା ଲକଡାଉନ ଓ କଟକଣା ଯୋଗୁଁ ଅନେକ ଔଦ୍ୟୋଗିକ କ୍ଷେତ୍ରର ଗତିବିଧି ବନ୍ଦ ରହିଥିଲା । ପରେ ଲକଡାଉନ ହଟିବା ସହ କାର୍ଯ୍ୟକଳାପ ଆରମ୍ଭ ହୋଇଛି । ଏଥିଯୋଗୁଁ 2020 ଜୁଲାଇରେ ଔଦ୍ୟୋଗିକ ଉତ୍ପାଦନ ସୂଚକାଙ୍କ(ଆଇଆଇପି) 118.1 ପଏଣ୍ଟ ରହିଛି । ଯେତେବେଳେ କି ଏହା ପୂର୍ବରୁ ଏପ୍ରିଲ, ମେ ଓ ଜୁନ ରେ ଏହା କ୍ରମଶଃ 54, 89.5 ଓ 108.9 ପଏଣ୍ଟ ଥିଲା ।

ABOUT THE AUTHOR

...view details