ଓଡିଶା

odisha

By

Published : Apr 10, 2020, 11:52 PM IST

ETV Bharat / business

ଲକଡାଉନ ପରେ ବିମାନରେ ଖାଦ୍ୟ ପରଷା ବନ୍ଦ ରଖିବ ଇଣ୍ଡିଗୋ

ଏୟାରଲାଇନ ସେବା ସ୍ଥିଗିତ ଯୋଗୁଁ ରାଜସ୍ବ ଭାରି ମାତ୍ରାରେ କମିଛି । ଏଥିପାଇଁ ପାଇଲଟଙ୍କୁ ଚାକିରୀରୁ ବାହାର କରିବା ସହ କର୍ମଚାରୀଙ୍କୁ ଦରମା ହ୍ରାସ କରାଯାଇଛି । ଅଧିକ ପଢନ୍ତୁ..

indigo
ଲକଡାଉନ ପରେ ବିମାନରେ ଖାଦ୍ୟ ପରଷା ବନ୍ଦ ରଖିବ ଇଣ୍ଡିଗୋ

ନୂଆଦିଲ୍ଲୀ: ଲକଡାଉନ ସରିବା ପରେ ବିମାନରେ କିଛି ସମୟ ପାଇଁ ଖାଇବା ପରଷିବା ବନ୍ଦ ରଖିବ ଇଣ୍ଡିଗୋ । ଏଥିସହ ବିମାନକୁ ଭଲ ଭାବେ ସଫା ନେଇ ମଧ୍ୟ ଜୋର ଦିଆଯିବ । ଏପରିକି ବିମାନ ବନ୍ଦରରେ ଚାଲୁଥିବା ବସରେ ମଧ୍ୟ କେବଳ 50 ପ୍ରତିଶତ ସିଟ ଭରାଯିବ ।

କୋରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ବର୍ତ୍ତମାନ ଦେଶରେ ଲକଡାଉନ ଜାରି ରହିଛି । ଏଥିପାଇଁ ଉଡାଣ ସେବା ମଧ୍ୟ ବନ୍ଦ ରହିଛି । ତେବେ ଆଗକୁ ଲକଡାଉନ ସରିବା ପରେ ସ୍ଥିତିକୁ ସ୍ବାଭାବିକ କରିବା ପାଇଁ ଇଣ୍ଡିଗୋ କିଛିଟା ସତର୍କମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଯୋଜନା କରିଛି ।

ଏୟାରଲାଇନ ସିଇଓ ରଜନୀଶ ଦତ୍ତା କର୍ମଚାରୀଙ୍କୁ ଏକ ଇମେଲ ପଠାଇ କହିଛନ୍ତି ଯେ, ‘‘ ଆମେ ସବୁବେଳେ ସୁରକ୍ଷା ପ୍ରତି ଯତ୍ନଶୀଳ । ଆଉ ଏବେ ଆମେ ସ୍ବାସ୍ଥ୍ୟ ପ୍ରତି ମଧ୍ୟ ଧ୍ୟାନ ରଖିବା । ଏସବୁକୁ ଦୃଷ୍ଟିରେ ରଖି ଆମର ବହୁ ସଞ୍ଚାଳନତ୍ମକ ପ୍ରକ୍ରିୟା ପରିବର୍ତ୍ତନ ପାଇଁ ବିଚାର କରୁଛି । ତେବେ ଏ ନେଇ କିଛି ନିଷ୍କର୍ସ ବାହାରିନି ।

ତେବେ ଏୟାରଲାଇନ ସେବା ସ୍ଥିଗିତ ଯୋଗୁଁ ରାଜସ୍ବ ଭାରି ମାତ୍ରାରେ କମିଛି । ଏଥିପାଇଁ ପାଇଲଟଙ୍କୁ ଚାକିରୀରୁ ବାହାର କରିବା ସହ କର୍ମଚାରୀଙ୍କୁ ଦରମା ହ୍ରାସ କରାଯାଇଛି ।

ଗତ ସପ୍ତାହରେ ଦତ୍ତା ଘୋଷଣା କରିଥିଲେ ଯେ, ଏୟାରଲାଇନର ବରିଷ୍ଠ କର୍ମଚାରୀଙ୍କ ଦରମାରୁ 25 ପ୍ରତିଶତ ହ୍ରାସ କରାଯାଇଛି ।

ABOUT THE AUTHOR

...view details