ଓଡିଶା

odisha

By

Published : Feb 11, 2021, 10:23 PM IST

ETV Bharat / business

22 ନୂଆ ଉଡାଣ ଭରିବ ଇଣ୍ଡିଗୋ

ମାର୍ଚ୍ଚ 28ରୁ ଅଗରତାଲା, ଭୁବନେଶ୍ବର, ଜୟପୁର, ଚେନ୍ନାଇ, ବେଙ୍ଗାଲୁରୁ, ପାଟନା, ତିରୁପତିରୁ 22 ନୂଆ ଉଡାଣ ଆରମ୍ଭ କରିବ ଇଣ୍ଡିଗୋ । ଅଧିକ ପଢନ୍ତୁ...

ମାର୍ଚ୍ଚ 28ରୁ 22 ନୂଆ  ଉଡାଣ ଭରିବ ଇଣ୍ଡିଗୋ
ମାର୍ଚ୍ଚ 28ରୁ 22 ନୂଆ ଉଡାଣ ଭରିବ ଇଣ୍ଡିଗୋ

ନୂଆଦିଲ୍ଲୀ: ଆସନ୍ତା ମାର୍ଚ୍ଚ 28ରୁ ନୂଆ 22 ଉଡାଣ ଭରିବ ବିମାନ କମ୍ପାନୀ ଇଣ୍ଡିଗୋ । ଅଗରତାଲା , ଭୁବନେଶ୍ବର, ଜୟପୁର, ଚେନ୍ନାଇ, ବେଙ୍ଗାଲୁରୁ, ପାଟନା, ତିରୁପତିରୁ 22 ନୂଆ ଉଡାଣ ଆରମ୍ଭ କରିବ କମ୍ପାନୀ ।

ଏୟାରଲାଇନ ଏକ ବିଜ୍ଞପ୍ତିରେ କହିଛି କି, ‘ଇଣ୍ଡିଗୋ ଦ୍ବାରା ଆଞ୍ଚଳିକ ଯୋଗାଯୋଗ ଯୋଜନା (RCS) ଅଧିନରେ ଅଗରତାଲା- ଆଇଜୋଲ ମଧ୍ୟରେ ନୂଆ ଉଡାଣ ଆରମ୍ଭ କରାଯିବ । ଏହା ବ୍ୟତିତ ଭୁବନେଶ୍ବର-ପାଟନା, ଜୟପୁର-ବଡୋଦରା, ପାଟନା-କୋଚ୍ଚି ଓ ରାଜମୁନ୍ଦରୀ-ତିରୁପତି ମଧ୍ୟରେ ବି ବିଶେଷ ଉଡାଣ ସେବା ଆରମ୍ଭ କରାଯିବ ।’

ଏଥିରେ ଦର୍ଶାଯାଇଛି କି ବିମାନ କମ୍ପାନୀ କୋଲକତା- ଗୟା, କୋଚ୍ଚି-ତ୍ରିମ୍ବେନ୍ଦ୍ରମ, ଜୟପୁର-ସୁରତ ଓ ଚେନ୍ନାଇ-ସୁରତ ମଧ୍ୟରେ ବି ମାର୍ଚ୍ଚ 28ରୁ ଉଡାଣ ସେବା ଆରମ୍ଭ କରିବେ ।

ପ୍ରକାଶ ଯେ, ବିମାନ ଚଳାଚଳ ମନ୍ତ୍ରାଳୟ ଗୁରୁବାରକୁ ଘରୋଇ ବିମା ସେବାର ଭଡାର ସର୍ବନିମ୍ନ ଏବଂ ସର୍ବାଧିକ ସୀମା 10ରୁ 30 ପ୍ରତିଶତ ଯାଏଁ ବଢାଇଛି ।

ABOUT THE AUTHOR

...view details